Odisha news

କଣିହାଁ : ପୁଅକୁ ଶ୍ୱଶୁରଘର ଲୋକେ ଓ ତାର ସ୍ତ୍ରୀ ବିଷ ପିଆଇ ମାରିଥିବା ଅଭିଯୋଗ

0

କଣିହାଁ,୧/୬(ସବ୍ୟୁ)  ଘରୋଇ କଳିକୁ କେନ୍ଦ୍ରକରି ପୁଅ ଧିର ବେହେରା(୩୫)କୁ ତାର ସ୍ତ୍ରୀ ସମେତ ଶ୍ୱଶୁର ଘର ଲୋକେ ଘରକୁ ଡକାଇ  ବିଷ ପିଆଇ ମାରିଥିବା କଥା ମୃତ ଧିରର ବାପା କାଠି ବେହେରା କଣିହାଁ ଥାନାରେ ଲିଖିତ ଅଭିଯୋଗ କରିଛି । ଅଭିଯୋଗକୁ ଭିତି କରି କଣିହାଁ ଥାନା ଆଇଆଇସି ଏକ ମୋକଦମା ୩/୨୦ ରୁଜୁ କରି ସୋମବାର ଶବ ବ୍ୟବଛେଦ ପାଇଁ ତାଳଚେର ପଠାଇ ତଦନ୍ତ ଜାରି ରଖିଛନ୍ତି ।  କଣିହାଁ ଥାନା ସରଧାପୁର ଗ୍ରାମର କାଠି ବେହେରାଙ୍କ ଅଭିଯୋଗରୁ ଜଣାଯାଏଯେ, ତାଙ୍କର ପୁଅ ଧିôର ୭ବର୍ଷ ପୁର୍ବେ କଣିହାଁ ଥାନା ବାରିହାପୁର ଗ୍ରାମର ପିନୁ ବେହେରାକୁ ବିବାହ କରିଥିଲା । ବିବାହ ପରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ମନୋମାଳିନ୍ୟ ହୋଇ ପିନୁ ତାର ଘରକୁ ପଳାଇଯାଏ ଓ ପୁଣି ଆସିଥାଏ ।

୪ଦିନ ପୁର୍ବରୁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇ ପିନୁ ତାର ବାପଘର ବାରିହାପୁର ଗ୍ରାମକୁ ପଳାଇଥିଲା । ପରେ ଶ୍ୱଶୁର ଘର ପକ୍ଷରୁ ସମାଧାନ କରିବା ପାଇଁ  ଗତ ୨୯ତାରିଖ ଦିନ ପୁଅ ଧିରକୁ ଡକାଇବା ପରେ ପୁଅ ବାରିହାପୁର ଯାଇଥିଲା । ସେଠାରେ ଶ୍ୱଶୁର, ଶାଶୁ, ଶଳା, ଶାଳି ଓ ସ୍ତ୍ରୀ ମିଶି ପୁଅ ଧିରକୁ ବିଷ ପିଆଇ ଦେଇଥିଲେ ଓ ପରେ ସେହିଦିନ ରାତ୍ର ୮ଘଟିକା ସମୟରେ କଣିହାଁ ମେଡିକାଲରେ ଭର୍ତି କରିଥିଲେ । ସେଠାରେ ଗୁରୁତର ହେବାରୁ ତାଙ୍କୁ ଅନୁଗୋଳ ମେଡିକାଲକୁ ପଠାଯାଇଥିଲା ।

ପୁଅ ଅନୁଗୋଳ ମେଡିକାଲରେ ଅଛି ବୋଲି ଯାଣିବାପରେ ବାପା କାଠି ୩୦ ତାରିଖ ସକାଳେ ଅନୁଗୋଳ ଯାଇଥିଲା । ମାତ୍ର ସେଠାରେ ଆହୁରି ଗୁରୁତର ହେବାରୁ ଆମେ କଟକ ମେଡିକାଲକୁ ନେଇଥିଲୁ । ମାତ୍ର ଚିକିତ୍ସାପରେ କୌଣସି ସୁଧାର ନାଆସିବାରୁ ୩୧ ତାରିଖ ଦିନ ଡାକ୍ତର ଘରକୁ ନେଇଯାଅ ବୋଲି କହିବାପରେ ଆମେ ଘରକୁ ଆଣିବା ବାଟରେ ରାତ୍ର ପ୍ରାୟ ୮ଘଟିକା ସମୟରେ ପୁଅ ଧିରର ମୃତ୍ୟୂ ହୋଇଥିଲା । ପରେ ଘଟଣା ସଂପର୍କରେ ବାପା କାଠି ଥାନାରେ ଲିଖିତ ଅଭିଯୋଗ କରିଥିଲା । ଖବରନେବାରେ ଜଣାଯାଏଯେ, ଧିର ବେହେରା ବାରିହାପୁର ଗ୍ରାମର ପିନୁକୁ ୨ୟ ବିବାହ କରିଥିଲା । ଘରୋଇ କଳିକୁ କେନ୍ଦ୍ର କରି ପିନୁ  ବାପଘରକୁ ପଳାଇ ଆସିଥିବାବେଳେ ୨୯ତାରିଖ ସଂଧ୍ୟାରେ ଧିର ମଦ୍ୟପାନ କରି ବାରିହାପୁର ଗ୍ରାମକୁ ଯାଇ ଶ୍ୱଶୁର ଘର ସମ୍ମୁଖରେ ଗାଳିଗୁଲଜ କରିବାସହ ସ୍ତ୍ରୀ ପିନୁକୁ ତୋ ପାଇଁ ମୁଁ ମରିବି ବୋଲି କହି ଘର ସମ୍ମୁଖରେ ରାସ୍ତା ଉପରେ ଅଚେତ ହୋଇ ଖସିପଡିଥିଲା । ପରେ ଶ୍ୱଶୁର ଘର ଲୋକେ ତାକୁ ଘରକୁ ନେଇ ୧୦୮ ଆମ୍ବୁଲାନସ ଡକାଇ କଣିହାଁ ମେଡିକାଲକୁ ନେଇ ପରେ ଅନୁଗୋଳକୁ ନେଇଥିଲେ ।

 

Leave A Reply

Your email address will not be published.