ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଜାରୀ ହେଲା ନୂଆ କୋଭିଡ୍ ଗାଇଡ୍ ଲାଇନ୍ : କରୋନା ନିକଟରୁ ନିଜକୁ ଏହିପରି ରକ୍ଷା କରିବା ଆବଶ୍ୟକ
ନୂଆଦିଲ୍ଲୀ : କରୋନା ର ବଢୁଥିବା ମାମଲା କୁ ଦେଖି ଆୟୁଷ ମନ୍ତ୍ରଣାଳୟ ଗୋଟିଏ ନୂଆ ଗାଇଡ ଲାଇନ ପ୍ରସ୍ତୁତ କରିଛନ୍ତି । ଏହି ଗାଇଡ୍ ଲାଇନ୍ ଅନୁସାରେ କୁହାଯାଇଛି ଯେ କିପରି ଲୋକମାନେ ନିଜକୁ କରୋନା ଠାରୁ ରକ୍ଷା କରି ପାରିବେ । ଆସନ୍ତୁ ଜାଣିବା ଆୟୁଷ ମନ୍ତ୍ରଣାଳୟ ର ନୂଆ ଗାଇଡ୍ ଲାଇନ୍ ବିଷୟରେ ।
କରୋନା ହେବା ପୂର୍ବରୁ ଅପଣନ୍ତୁ –
ଆୟୁ ରକ୍ଷା କିଟ୍ :
– ଚ୍ୟବନ୍ ପ୍ରାସ୍ ପ୍ରତିଦିନ – ୬ଗ୍ରାମ ଲେଖାଏଁ
– ଆୟୁଷ କାଢା
– ଅଣୁ ତେଲ
କରୋନା ହେବା ପୂର୍ବରୁ ଏହି ୨ଟି ଔଷଧ କୁ ସେବନ କରନ୍ତୁ :
– ଗୁଡୁଚି ଧନ ବଟି ୫୦୦ ମିଲି ଗ୍ରାମ ଦିନକୁ ୨ଥର
– ଅଶ୍ଵଗନ୍ଧା ଦିନକୁ ୨ଥର ୫୦୦ ମିଲି ଗ୍ରାମ
କରୋନା ନିକଟରୁ ଏହିଭଳି ନିଜକୁ ରକ୍ଷା କରନ୍ତୁ :
– ଆୟୁଷ ୬୪ : ଏହି ଔଷଧ ହାଲ୍କା ଲକ୍ଷଣ ଓ ବିନା ଲକ୍ଷଣ ଥିବା ଲୋକଙ୍କ ପାଇଁ ହିତକର
– କାବାସୁର କୁଡ଼ି ନିର୍ ଔଷଧ : ପାଣି ରେ ଫୁଟାଇ ଦିନକୁ ୨ଥର ୫ଗ୍ରାମ ଲେଖାଏଁ
ହୋମ୍ୟପଥି ଜରିଆରେ ନିଜକୁ ରକ୍ଷା କରିବା ପାଇଁ ଅର୍ସେନିକ ଏଲ୍ବୁ ମିନ୍ ନେଇ ପାରିବେ । କୁହାଯାଇଛି ଯେ ଗବେଷଣା ୧୩୯ ଆଧାର ରେ ଆୟୁଷ ମନ୍ତ୍ରଣାଳୟ କରୋନା ର ଚିକିତ୍ସା ପାଇଁ ଏହି ନୂଆ ଆଡ଼ଭାଇଜରି ଜାରି କରିଛନ୍ତି । ଆୟୁଷ ମନ୍ତ୍ରଣାଳୟ ମତ ଦେଇଛି ଯେ ଇମ୍ୟୁନିଟି ବଢ଼ାଇବା ଦ୍ଵାରା କରୋନା ସହିତ ଲଢ଼ିବା ସହଜ ହେବ ।
ଏହା ଛଡ଼ା ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ମାସ୍କ୍ ର ବ୍ୟବହାର, ସ୍ୱାସ୍ଥ୍ୟକର ଖାଦ୍ୟ, ସାମାଜିକ ଦୂରତା ଇତ୍ୟାଦି ନିୟମ ପାଳନ କରିବା ଉଚିତ୍ ।