Odisha news

ଶୀତଋତୁ ରେ ମସୁର ଡାଲି କାଶ ଓ କଫ ରୁ ଆରାମ ଦେବା ସହ ଅନେକ ରୋଗରୁ ମୁକ୍ତି ଦେଇଥାଏ

0
ଆମେ ବିଭିନ୍ନ ପ୍ରକାରର ଡାଲି ପ୍ରତିଦିନ ଖାଇ ଥାଉ । ଶୀତଋତୁ ରେ ଆମେ ସେବନ କରୁଥିବା ବିଭିନ୍ନ ଡାଲି ମାନଙ୍କ ମଧ୍ୟରୁ ଗୋଟିଏ ହେଲା ମସୁର ଡାଲି । ମସୁର ଡାଲି ଶୀତଋତୁ ରେ ବିଶେଷ ଭାବରେ ସର୍ଦ୍ଦି , କାଶ ଓ କଡ଼ରୁ ରକ୍ଷା କରିଥାଏ ଏହା ବ୍ୟତୀତ ବିଭିନ୍ନ ରୋଗ ପାଇଁ ମଧ୍ୟ ହିତକର ଅଟେ ।
* କଫ କୁ ଠିକ୍ କରିଥାଏ ମସୁର ଡାଲି –
ଶୀତଋତୁ ରେ ମସୁର ଡାଲି ଏଥିପାଇଁ ଅଧିକ ବ୍ୟବହାର କରାଯାଏ କାରଣ ଏହା ଶରୀର ପାଇଁ ଗରମ୍ ହୋଇଥାଏ । ଯଦି ଆପଣ ଶୀତଋତୁ ରେ ଥଣ୍ଡା ଓ କାଶ ର ସମ୍ମୁଖୀନ ହେଉଛନ୍ତି ତେବେ ଔଷଧ ଖାଇବା ସହିତ ପ୍ରତିଦିନ ରାତି ସମୟରେ ମସୁର ଡାଲି ସେବନ କରନ୍ତୁ । କାରଣ ଏହା କଫ ନାଶକ ଅଟେ ।
* ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ –
ଯଦି ଆପଣ ଶୀତଋତୁ ରେ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ତେବେ ମସୁର ଡାଲି ପ୍ରତିଦିନ ନିଜ ଖାଦ୍ୟରେ ସାମିଲ କରନ୍ତୁ । ଆପଣ ନିଜ ଖାଦ୍ୟରେ ଏପରି ଜିନିଷ ସାମିଲ କରିବା ଆବଶ୍ୟକ ଯାହା ଆପଣଙ୍କ ଶରୀରକୁ ପ୍ରୋଟିନ ଯୋଗାଇବା ସହ ଓଜନ କୁ ମଧ୍ୟ ହ୍ରାସ କରିବ । ତେଣୁ ପ୍ରତିଦିନ ମସୁର ଡାଲି ସିଝା ପାଣି ସେବନ କରନ୍ତୁ ।
* ଦାନ୍ତ ପାଇଁ ହିତକର –
ଯଦି ଆପଣ କୌଣସି ଦାନ୍ତ ସମସ୍ୟା ଦ୍ଵାରା କଷ୍ଟ ପାଉଛନ୍ତି ତେବେ ମସୁର ଡାଲି କୁ ଗୁଣ୍ଡ କରି ତାହାକୁ ଗରମ୍ କରି ଦାନ୍ତ ମାଢି ରେ ଲଗାନ୍ତୁ ସମସ୍ତ ଅସୁବିଧା ଦୂର ହେବ ।
* କୋଷ୍ଠ କାଠିନ୍ୟ ସମସ୍ୟା ଦୂର କରିଥାଏ – ଯଦି ଆପଣଙ୍କ ର ପେଟ ର କୌଣସି ସମସ୍ୟା ଦେଖା ଦେଇଛି ତେବେ ମସୁର ଡାଲି ହଜମ ପ୍ରକ୍ରିୟା କୁ ଠିକ୍ କରିବା ସହ କୋଷ୍ଠ କାଠିନ୍ୟ ସମସ୍ୟା କୁ ଠିକ୍ କରିଥାଏ । ଆପଣ ଯଦି ନିୟମିତ ଭାବରେ ମସୁର ଡାଲି ସେବନ କରିବେ ତେବେ ଏହି ସମସ୍ୟା ଦୂର ହୋଇଯିବ ।
* ଅର୍ଶ ରୋଗ ପାଇଁ ହିତକର – ଯଦି ଆପଣ ଅର୍ଶ ରୋଗ ରେ ପୀଡିତ ଅଛନ୍ତି ମସୁର ଡାଲି ସିଝାକୁ ଦହି ସହିତ ମିଶାଇ ସେବନ କରନ୍ତୁ । ଅର୍ଶ ଯନ୍ତ୍ରଣା ରୁ ଆରାମ ମିଳିଥାଏ ।
Leave A Reply

Your email address will not be published.