Odisha news

ଦେଶର ପ୍ରଥମ କରୋନା ରୋଗୀ ଆଉଥରେ ସଂକ୍ରମିତ : ବୁହାନରୁ ଫେରିଥିବା ଡାକ୍ତରୀ ଛାତ୍ରୀ ଦେଢ଼ ବର୍ଷ ହୋଇଗଲାଣି ଟୀକା ନେଇ ନାହାନ୍ତି

ନୂଆଦିଲ୍ଲୀ : ଚୀନର ବୁହାନରୁ ଫେରିଥିବା ଦେଶର ପ୍ରଥମ କରୋନା  ରୋଗୀ ପାଖାପାଖି ଦେଢ଼ ବର୍ଷ ପରେ ଆଉଥରେ ପଜିଟିଭ ଚିହ୍ନଟ ହୋଇଛନ୍ତି l କେରଳର ତ୍ରିସୁର ରେ ରହୁଥିବା ଡାକ୍ତରୀ ଛାତ୍ରି ଦିଲ୍ଲୀ ଯିବାକୁ ଚାହୁଁଥିଲେ l ସେଥିପାଇଁ ସେ RTPCR  ଟେଷ୍ଟ କରାଇଥିଲେ l ତାଙ୍କ ରିପୋର୍ଟ ମଙ୍ଗଳବାର ଦିନ ପଜିଟିଭ ଆସିଲା l ତ୍ରିସୁର ଡ଼ିଏମଓ ଡା.କେଜେ ରୀନା କହିଛନ୍ତି ତାଙ୍କୁ ବିନା ଲକ୍ଷଣ ରେ ପଜିଟିଭ ଆସିଛି l ସେ କହିଛନ୍ତି ଯେତେବେଳେ ତାଙ୍କ ରିପୋର୍ଟ ପଜିଟିଭ ଆସିଲା ଆମେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲୁ l

ମିଳିଥିବା ସୂଚନା ଅନୁସାରେ ସେହି ଛାତ୍ରୀ ଜଣଙ୍କ ବର୍ତମାନ ସୁଦ୍ଧା ଟୀକା ନେଇ ନାହାନ୍ତି l ସେ ତ୍ରିସୁର ଜିଲ୍ଲାର ମାଥିଲା କ୍ରମ ଗ୍ରାମରେ ରହୁଛନ୍ତି ଓ ସେ ଚୀନ ର ବୁହାନ ରେ ରହି ଡାକ୍ତରୀ ପଢୁଥିଲେ l  ସେ ୨୦୨୦ ଜାନୁଆରୀ ୨୩ ରେ ବୁହାନ ରୁ ଫେରିବା ପରେ ଆଉ ସେଠାକୁ ଯାଇ ନାହାନ୍ତି ଅନଲାଇନ ରେ ପଢୁଛନ୍ତି l ସେହି ଛାତ୍ରୀ ଜଣଙ୍କ କଲିକତା ରାସ୍ତାରେ ଆସିଥିଲେ l ସେ ଫେରିବା ପରେ ସରକାରୀ ଡାକ୍ତରଖାନା ରେ ଚିକିତ୍ସିତ ହେଉଥିଲେ ଏବଂ ସରକାରୀ ଅଧିକାରୀଙ୍କୁ ନିଜ ବିଷୟରେ ପ୍ରଥମେ ସମସ୍ତ ତଥ୍ୟ ଦେଇଥିଲେ l

ମାଥାଲୀ ଗ୍ରାମର ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ ଉକ୍ତ ଛାତ୍ରୀ ଜଣଙ୍କ ବୁହାନ ରୁ ଫେରିବା ପରେ ତାଙ୍କ ତଣ୍ଟିରେ ଯନ୍ତ୍ରଣା ହୋଇଥିଲା l  ଏହାପରେ ତାଙ୍କର ସମସ୍ତ ଟେଷ୍ଟ କରାଯାଇଥିଲା l  ଯେଉଁଥିରୁ ସେ କରୋନା ସଂକ୍ରମିତ ବୋଲି ଜଣା ପଡିଥିଲା ଓ ସେ ଦେଶର ପ୍ରଥମ କରୋନା ରୋଗୀ ଥିଲେ l

Comments are closed.