Odisha news

ମହାମାରୀ ପାଇଁ ମହାଭିଯାନ ଓ ମହାକବଚ

0

ପ୍ରଫେସର ଡାକ୍ତର ଉମେଶ ଚନ୍ଦ୍ର ପାତ୍ର : କୋଭିଡ଼ ବିରୁଦ୍ଧରେ ଭାରତ ନିର୍ଣ୍ଣାୟକ ଲଢ଼େଇ ଆରମ୍ଭ କରି ପ୍ରଧାନମନ୍ତ୍ରୀ କାର୍ଯ୍ୟାରମ୍ଭର ଶୁଭାରମ୍ଭ କରିଥିବାବେଳେ ପ୍ରଥମ ପର୍ଯ୍ୟାୟରେ ୩କୋଟି ଓ ପରବର୍ତ୍ତୀ ପର୍ଯ୍ୟାୟରେ ୩୦କୋଟି ଲୋକଙ୍କୁ ମାଗଣା ଟିକା ଦିଆଯିବ ବୋଲି ଘୋଷଣା କରିଛନ୍ତି । ବିଶ୍ୱର ବୃହତ୍ତମ ଟିକାଦାନ ଅଭିଯାନ କୁହାଯାଉଥିବା ଏହି ବିଶାଳ କାର୍ଯ୍ୟକ୍ରମରେ ପ୍ରଥମ ଦିନରେ ୩୩୫୧ ଟିକାକରଣ କେନ୍ଦ୍ରରେ ୧,୧,୯୧,୧୮୧ ଜଣ ଏହି ଟିକା ନେଇଛନ୍ତି । ଯେଉଁଥିରେ ୧୬୭୭୫ଜଣ କର୍ମଚାରୀ ନିୟୋଜିତ ରହିଛନ୍ତି । “ନୂଆବର୍ଷ ଆମ ସମସ୍ତଙ୍କ ପାଇଁ ନୂଆ ସମ୍ଭାବନା ଆଣିଦେଇଛି । ଟିକାକରଣ ଆରମ୍ଭ ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି ।

ଗତ ଦଶମାସ ଧରି ଯେଉଁ କୋଭିଡ଼ ଯୋଦ୍ଧାମାନେ ତ୍ୟାଗ ଓ ସାହାସର ଅନନ୍ୟ ଉଦାହରଣ ସୃଷ୍ଟି କରି ଆମକୁ ମହାମାରୀରୁ ରକ୍ଷା କରିଆସିଛନ୍ତି ସେମାନଙ୍କୁ ଆମେ କେବେ ଭୁଲି ପାରିବୁନାହିଁ । ସେମାନେ ଆମ ସମସ୍ତଙ୍କୁ ଗର୍ବିତ କରିଛନ୍ତି’ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିକାକରଣ ଅଭିଯାନ ପରେ ଭିଡ଼ିଓ କନ୍ଫେରେନ୍ସିଂ ଜରିଆରେ ବିଭିନ୍ନ ଜିଲ୍ଲାରେ ଥିବା ଟିକାଦାନ କେନ୍ଦ୍ର ସହ ଯୋଡ଼ି ହୋଇ ଟିକା ନେଇଥିବା କର୍ମୀମାନଙ୍କ ସହ କଥା ହୋଇଥିଲେ । ଓଡ଼ିଶାରେ ୧୩ ହଜାର ୯୮୦ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆହୋଇଛି । ୩୦ଟି ଜିଲ୍ଲା ମଧ୍ୟରୁ ୭ଟି ଜିଲ୍ଲାରେ ଶତ ପ୍ରତିଶତ କର୍ମଚାରୀ ଟିକା ନେଇଛନ୍ତି । ଗଞ୍ଜାମରେ ସର୍ବାଧିକ ୧୦୦୪ଜଣ ଓ ଦେଓଗଡ଼ ଜିଲ୍ଲାରେ ସର୍ବନିମ୍ନ ୧୪୯ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆହୋଇଛି ।
ଦେଶରେ ଦୈନିକ ସଂକ୍ରମଣ ମାମଲା ଲଗାତାର କମି ଚାଲିଛି । ସକ୍ରିୟ ମାମଲା ମଧ୍ୟ କମୁଛି ।

ଏହି ସମୟରେ ଦେଶରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବା ଅତ୍ୟନ୍ତ ଜରୁରୀ ଥିଲା ଓ ଠିକ୍ ସମୟରେ ଟିକାକରଣ ହୋଇଥିବାରୁ ଏହା ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣକୁ ମଧ୍ୟ ରୋକିପାରିବ । ମେଦାନ୍ତ ଲିଭର ଇନ୍ଷ୍ଟିଚୁ୍ୟଟ ସଭାପତି ଡାଏଏସ୍ସୋଏନ୍ କହିଛନ୍ତି ଯଦି ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ ହୁଏ ତେବେ ଟିକାକରଣ ଏ ଦିଗରେ ବେଶ୍ ସହାୟକ ହେବ । ପବ୍ଲିକ ହେଲ୍ଥ ଫାଉଣ୍ଡେସନ ଅଫ୍ ଇଣ୍ଡିଆ ସଭାପତି ପ୍ରଫେସର କେ.ଶ୍ରୀନାଥ ରେଡ୍ଡି ମଧ୍ୟ କହିଛନ୍ତି ଟିକାକରଣ ନିହାତି ଆବଶ୍ୟକ ଥିଲା । ଯେକୌଣସି ସମୟରେ ବି ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ ହୋଇପାରେ । ଏବେ ଅନ୍ୟ ରାଷ୍ଟ୍ରମାନଙ୍କରେ ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ସଂକ୍ରମଣ ଶୀର୍ଷରେ ପହଞ୍ଚôଛି ।

ଗଙ୍ଗା ରାମ୍ ହସ୍ପିଟାଲ ସିନିଅର କନସଲ୍ଟାଣ୍ଟ ଡ.ଅତୁଲ କକ୍କର କହିଛନ୍ତି, କରୋନା ବିରୋଧରେ କୌଣସି ଗୋଷ୍ଠୀ ରୋଗ ପ୍ରତିରୋଧକତା ନାହିଁ ଏବଂ ଟିକା ହିଁ ସଂକ୍ରମଣକୁ ରୋକିପାରିବ । ଦେଶବାସୀଙ୍କ ନିମନ୍ତେ ସରକାର ଇତିମଧ୍ୟରେ ମୋଟ ୧୬.୫ ନିୟୁତ ଡୋଜ କିଣିସାରିଛନ୍ତି । ଏଥିମଧ୍ୟରୁ କୋଭିସିଲ୍ଡର ୧୧ ନିୟୁତ ଡୋଜ ସାମିଲ ଥିବାବେଳେ ୫.୫ ନିୟୁତ ହେଉଛି କୋଭାକ୍ସିନ୍ ଡୋଜ । ଓଡ଼ିଶାକୁ ସେରମ୍ ଇନ୍ଷ୍ଟିଚୁ୍ୟଟର କୋଭିସିଲ୍ଡର ୪ଲକ୍ଷ ୮ହଜାର ଡୋଜ ଓ ଭାରତ ବାୟୋଟେକ୍ର କୋଭାକ୍ସିନର ୨୦ ହଜାର ଡୋଜ ଆସିଛି ।

ଏଥିରେ ୧ଲକ୍ଷ ୯୨ ହଜାର ସ୍ୱାସ୍ଥ୍ୟକର୍ମଙ୍କୁ ଟିକା ଦିଆଯିବାର ଲକ୍ଷ୍ୟ ରଖାଯାଇଛି । ଟିକାକୁ ନେଇ ଲୋକମାନଙ୍କ ମନରେ ଥିବା ଭୟକୁ ଦୂର କରିବା ଲାଗି ଟିକାର ପ୍ରଥମ ଦିନରେ ରାଜ୍ୟର ବହୁ ପ୍ରତିଷ୍ଠିତ ଓ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବ୍ୟକ୍ତିବିଶେଷମାନେ ଟିକା ନେଇଛନ୍ତି । ସରକାର ୨୫ ତାରିଖ ସୁଦ୍ଧା ସମସ୍ତଙ୍କୁ ଟିକା ପ୍ରଦାନ କରିବା ଲାଗି ଯୋଜନା ରଖିଛନ୍ତି ଏହାର ୨୮ ଦିନ ପରେ ଦ୍ୱିତୀୟ ଡୋଜ ଟିକା ଦିଆଯିବ । ଏହାର ୧୪ ଦିନ ପରେ ସେମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ ।

ଆଜି ଦେଶରେ ପ୍ରଥମ ଥର ପାଇଁ କୋଭିଡ଼ ଟିକାକରଣ ଆରମ୍ଭ ହୋଇଛି । ଏହି ପ୍ରଥମ ଦଫା ଟିକାକରଣରେ ସ୍ୱାସ୍ଥ୍ୟକମୀ ଓ ସଫେଇ କର୍ମୀମାନେ ହିଁ କେବଳ ହିତାଧିକାରୀ ରହିଛନ୍ତି । ସେମାନଙ୍କୁ ପୁଣେସ୍ଥିତ ସିରମ୍ ଇନ୍ଷ୍ଟିଚୁ୍ୟଟ ଦ୍ୱାରା ପ୍ରସ୍ତୁତ କୋଭାସିଲ୍ଡ ଅଥବା ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ୍ ଦ୍ୱାରା ବିକଶିତ କୋଭାକ୍ସିନ୍ ଟିକା ଦିଆଯାଇଛି । ତେବେ ଯେଉଁମାନଙ୍କୁ କୋଭାକ୍ସିନ ଟିକା ଦିଆଯାଇଛି, କେବଳ ସେମାନଙ୍କୁ ଟିକା ନେବା ପୂର୍ବରୁ ଏକ ସମ୍ମତିପତ୍ରରେ ସ୍ୱାକ୍ଷର କରିବାକୁ କୁହାଯାଇଛି ।

ଏହାଦ୍ୱାରା ଟିକା ଯୋଗୁଁ କୌଣସି ପ୍ରକାର ପ୍ରତିକୂଳ ପାଶ୍ୱର୍ ପ୍ରତିକ୍ରିୟା ଦେଖାଗଲେ ସେମାନଙ୍କୁ କ୍ଷତିପୂରଣ ମିଳିବା ପାଇଁ ନିଶ୍ଚିତ କରାଯାଇଛି । ଯେହେତୁ ଉକ୍ତ ଟିକାକୁ କେବଳ ନୈଦାନିକ ପରୀକ୍ଷଣ ସାଧନ ଭିତ୍ତିରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି, ତେଣୁ ଏଭଳି ବ୍ୟବସ୍ଥା କରାଯାଇଥିବା ଜଣାଯାଇଛି । ଏଭଳି ସମ୍ମତିପତ୍ରରେ ସ୍ୱାକ୍ଷର କରି କୋଭାକ୍ସିନ ଟିକା ନେଇଥିବା ପ୍ରମୁଖ ହିତାଧିକାରୀ ମାନଙ୍କ ମଧ୍ୟରେ ଦିଲ୍ଲୀ ଏମ୍ସ ନିଦେ୍ର୍ଦଶକ ଡା.ରଣଦୀପ ଗୁଲେରିଆ, ଟିକା କମିଟି ମୁଖ୍ୟ ତଥା ନୀତି ଆୟୋଗ ସଦସ୍ୟ ଡା.ଭି.କେ.ପାଲ ଏବଂ ତାଙ୍କ ପତ୍ନୀ ତଥା ବୈଜ୍ଞାନିକ ଡା.ଶଶି ପାଲ ଆଦି ରହିଛନ୍ତି ।

ସମ୍ମତିପତ୍ରରେ ରହିଥିବା ସୂଚନାନୁଯାୟୀ, କେବଳ ଜରୁରୀକାଳୀନ ପରିସ୍ଥିିତିରେ ସର୍ବସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କୋଭାକ୍ସିନ ଏକ ପ୍ରଭୂତ ସତର୍କତା ମୂଳକ ପଦକ୍ଷେପ ଭାବେ ବ୍ୟବହାର କରାଯାଉଛି । ଏହାର ତୃତୀୟ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ଏବେ ବି ଜାରି ରହିଛି ଏବଂ କୋଭିଡ଼ ବିରୋଧରେ ଟିକାର ଚୂଡ଼ାନ୍ତ ଫଳପ୍ରଦତା ତଥାପି ସ୍ପଷ୍ଟ ହୋଇପାରିନାହିଁ । ତେବେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣରେ ଏହ ଅଭିନବ କରୋନାଭୂତାଣୁ ବିରୋଧରେ ଆଣ୍ଟିବଡ଼ି ବିକଶିତ କରିବାରେ ସକ୍ଷମ ବୋଲି ପ୍ରମାଣିତ ହୋଇସାରିଛି । ତେଣୁ ଏହି ଟିକା ନେବାମାନେ ନୁହେଁ ଯେ କୋଭିଡ଼ ସଂକ୍ରାନ୍ତ ଅନ୍ୟାନ୍ୟ ସତର୍କତାଗୁଡ଼ିକୁ ଅଣଦେଖା କରିବା ।

ଟିକାଗ୍ରହୀତାଙ୍କ ଠାରେ ଟିକାଜନିତ କୌଣସି ପ୍ରକାର ପ୍ରତିକୂଳ ପାଶ୍ୱର୍ପ୍ରତିକ୍ରିୟା ଦେଖାଗଲେ ସରକାରୀ ନିର୍ଦ୍ଧାରିତ ଡାକ୍ତରଖାନାରେ ମାଗଣାରେ ଉଚ୍ଚମାନର ଚିକିତ୍ସା ଯୋଗାଇ ଦିଆଯିବ । ସେହିପରି ଅତି ଗୁରୁତର ପ୍ରତିକ୍ରିୟା ଦେଖାଗଲେ ଭାରତ ବାୟୋଟେକ୍ କମ୍ପାନୀ ପକ୍ଷରୁ ଆବଶ୍ୟକ କ୍ଷତିପୂରଣ ମଧ୍ୟ ପ୍ରଦାନ କରାଯିବ । ହିତାଧିକାରୀଙ୍କ ଦ୍ୱାରା ସମ୍ମତିପତ୍ରରେ ପ୍ରଦତ୍ତ ସୂଚନାଗୁଡ଼ିକ ସଂରକ୍ଷିତ କରି ରଖାଯିବ ଏବଂ ସେଗୁଡ଼ିକର ଗୋପନୀୟତା ଓ ବିଶ୍ୱସନୀୟତା ବଜାୟ ରହିବ ।

ଏପରି ଘୋଷଣାନାମା ସହିତ ହିତାଧିକାରୀଙ୍କୁ ଏକ ତଥ୍ୟ ଫର୍ଦ୍ଦ ଦିଆଯାଇଛି ଯେଉଁଥିରେ ସେମାନେ ଯନ୍ତ୍ରଣା, ଜ୍ୱର ପରି କୌଣସି ପ୍ରକାର ପାଶ୍ୱର୍ ପ୍ରତିକ୍ରିୟା ସମ୍ପର୍କରେ ଉଲ୍ଲେଖ କରି ଜଣାଇପାରିବେ । କରୋନା ପାଇଁ ଟିକାକୁ ନେଇ କୌଣସି ଗୁଜବରେ ବିଶ୍ୱାସ ରଖନ୍ତୁ ନାହିଁ ଏବଂ ସରକାରୀ ବ୍ୟବସ୍ଥିତ ଅନୁଯାୟୀ ନିଜ କ୍ରମ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ । ସରକାର, ପ୍ରଶାସନ, ସ୍ୱାସ୍ଥ୍ୟବିଭାଗ ଓ ଡାକ୍ତରଙ୍କ ଉପରେ ଆପଣଙ୍କ ଭରଷା ଅତୁଟ ରହିବା ଅପରିହାର୍ଯ୍ୟ ।

Leave A Reply