ହିମାଂଶୁ ଶେଖର ଆଚାର୍ଯ୍ୟ : ଦେଶ ପାଇଁ ଆସିଛି ଖୁସି ଖବର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ଶୁକ୍ରବାର କରୋନା ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ଡକାଯାଇଥିବା ସର୍ବଦଳୀୟ ବୈଠକରେ ଯୋଗଦେଇ ଏକ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, କରୋନା ଟୀକା ପାଇଁ ଆଉ ଅଧିକ ଦିନ ଅପେକ୍ଷା କରିବା ପାଇଁ ପଡିବ ନାହିଁ । କିଛି ସପ୍ତାହ ମଧ୍ୟରେ ଭାରତକୁ କରୋନା ଟୀକା ଆସିଯିବ । ବୈଜ୍ଞାନିକ ଓ ବିଶେଷଜ୍ଞଙ୍କ ସବୁଜ ସଙ୍କେତ ମିଳିବା ପରେ ଭାରତରେ କୋଭିଡ ଟୀକାକରଣ ଆରମ୍ଭ କରାଯିବ ବୋଲି ସେ କହିଛନ୍ତି । ଅପରପକ୍ଷେରେ, ଆମେରିକୀୟ ମେଡିସିନ୍ କମ୍ପାନୀ ଫାଇଜର ଓ ଜର୍ମାନ କମ୍ପାନୀ ବାୟୋଟେକ୍ର ମିଳିତ ଉଦ୍ୟମରେ ବିକଶିତ କରୋନା ଟୀକାର ବ୍ୟବହାର ପାଇଁ ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ ବ୍ରିଟେନ୍ ଅନୁମତି ପ୍ରଦାନ କରିଛି ।
ଏକ ଉଲ୍ଲେଖନୀୟ ଘଟଣା କ୍ରମରେ ବ୍ରିଟେନ୍ରେ ମଙ୍ଗଳବାର ଠାରୁ ଫାଇଜର କରୋନା ଟୀକା କରଣ ଆରମ୍ଭ ହୋଇଛି । ଦେଶର ଜଣେ ୯୦ବର୍ଷିୟା ବୃଦ୍ଧା ମାର୍ଗାରେଟ୍ କୀନନ୍ ବିଶ୍ୱର ପ୍ରଥମ ଫାଇଜର ଟୀକା ନେଇ ରେର୍କଡ ସୃଷ୍ଟି କରିଛନ୍ତି । ବି୍ରଟେନ୍ ପରେ ବାହାରିନ ବିଶ୍ୱର ଦ୍ୱିତୀୟ ଦେଶ ଭାବେ ଟୀକାକରଣ ପାଇଁ ଅନୁମତି ଦେଇଛି । ସେହିପରି ଋଷିଆର ରାଜଧାନୀ ମସ୍କୋରେ କୋଭିଡ-୧୯ ଟୀକା କରଣ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ଜଣାପଡିଛି । ସେହିପରି ଆମ ଦେଶର ଲୋକଙ୍କ ଲାଗି ମଧ୍ୟ ବଡ ଖୁସି ଖବର ଆସିଛି । ନୂଆଦିଲ୍ଲୀ ଠାରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଆଉ କିଛି ସପ୍ତାହ ପରେ ଭାରତରେ କରୋନା ଟୀକା ଉପଲବ୍ଧ ହେବ । ଏଥିସହିତ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଟୀକା କରଣ ବ୍ୟବସ୍ଥାର ଅନୁଧ୍ୟାନ ଲାଗି କୋ-ୱିନ ଆପ୍ ବ୍ୟବସ୍ଥା କରାଯାଇଛି ।
କରୋନା ମହାମାରୀ ସାରା ବିଶ୍ୱକୁ ଆତଙ୍କିତ କରି ରଖିଛି । ଏହାର ମୁକାବିଲା ଲାଗି ଟୀକା ଗବେଷଣା ଏବେ ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଆମେ କରୋନା ସମାପ୍ତିର ସ୍ୱପ୍ନ ଦେଖି ପାରିବା ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ କୁହାଯାଇଛି । କରୋନା ବିରୋଧରେ ବିଭିନ୍ନ ଟୀକାର ସଫଳ ପରୀକ୍ଷଣକୁ ଦୃଷ୍ଟିରେ ରଖି ‘ହୁ’ ର ମହାନଦେ୍ର୍ଦଶକ ଡା. ଟଡୋ୍ରସ୍ ଏହା କହିଛନ୍ତି । କୋଭିଡ- ୧୯ ସର୍ମ୍ପକରେ ୟୁଏନ ଜେନେରାଲ ଆସେମ୍ବେଲିକୁ ଅନଲାଇନରେ ସମ୍ବୋଧିତ କରି ସେ କହିଛନ୍ତି ଯେ, ଆଧୁନିକ ବିଶ୍ୱରେ ମହାମାରୀ ମାନବତାର ମହାନତା ଓ ହୀନମନ୍ୟତା ଉଭୟକୁ ପ୍ରଦର୍ଶିତ କରିଛି ।
ମହାମାରୀରେ ଜଣେ ଜଣଙ୍କ ପ୍ରତି ଦେଖାଇଥିବା କରୁଣା, ଆତ୍ମବଳିଦାନ ଓ ଏକତା ଇତିହାସରେ ଅମର ଅକ୍ଷରରେ ଲିପିବଦ୍ଧ ହୋଇରହିବ । ତଥାପି ଏହାର ବିପରୀତ ଦିଗପ୍ରତି ସାବଧାନ ହେବାକୁ ଆମକୁ ଦିିଗ୍ଦର୍ଶନ ଦେବ । ତଥାପି କରୋନା ଭୂତାଣୁକୁ ରୋକା ଯାଇପାରିବ ବୋଲି ଡା. ଟଡ୍ରୋସ କହିଛନ୍ତି । ମହାମାରୀ ପରେ ପୁଣି ଥରେ ଆମ ସମସ୍ତଙ୍କୁ ଏହା ବରୋଧରେ ନୂଆକରି ସଂଘର୍ଷ କରିବାକୁ ପଡିବ ବୋଲି ସେ କହିଛନ୍ତି ।
ସମଗ୍ର ବିଶ୍ୱକୁ ଆତଙ୍କିତ କରୁଥିବା ଏହି କରୋନା ରୋଗରେ ଆଜି ସୁଦ୍ଧା ବିଭିନ୍ନ ପ୍ରଭାବିତ ରାଷ୍ଟ୍ର ମାନଙ୍କରେ ମୃତୁ୍ୟ ସଂଖ୍ୟା ସମୁଦାୟ ୧୫ ଲକ୍ଷରୁ ଉଦ୍ଧ୍ୱର୍ରେ ପହଞ୍ଚିଛି । କରୋନା ଆକ୍ରନ୍ତଙ୍କ ସଂଖ୍ୟା ୬ କୋଟିରୁ ଉଦ୍ଧ୍ୱର୍ରେ ପହଞ୍ଚିଛି ।
ଆମେରିକାରେ ସର୍ବାଧିକ ୨.୬୨ ଲକ୍ଷ ଲୋକଙ୍କ ଜୀବନ ଯାଇଥିବା ବେଳେ ୧ କୋଟି ୨୭ ଲକ୍ଷରୁ ଉଦ୍ଧ୍ୱର୍ ଲୋକ ଆକ୍ରାନ୍ତ ହୋଇଛନ୍ତି । ଆମେରିକା ବିଶ୍ୱରେ କରୋନାରେ ସର୍ବାଧିକ ପ୍ରଭାବିତ ଦେଶ । କରୋନା ମାମଲାରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ଏଠାରେ ପ୍ରାୟ ଆକ୍ରାନ୍ତଙ୍କ ସଂଖ୍ୟା ୯୭ଲକ୍ଷ ଅତିକ୍ରାନ୍ତ କରିଛି । ସେହିପରି ଆମ ରାଜ୍ୟ ମଧ୍ୟ ଏହି ମହାମାରୀ କବଳରୁ ବାଦ୍ ପଡିନି । କରୋନାକୁ ନେଇ ଯେଉଁ ମହାମାରୀର ରୂପ ଦେଖାଦେଇଛି ଆଜି ତାହା ନୂଆ ନୁହେଁ । ବିଶ୍ୱ ଇତିହାସରେ ଅନେକ ସମୟରେ ଅନେକ ଦେଶ ଏମିତି ମହାମାରୀର ସାମ୍ନା କରିଛନ୍ତି ଓ ହଜାର ହଜାର ଲୋକବି ମୃତୁ୍ୟ ବରଣ କରିଛନ୍ତି ।
ଏହା ପୂର୍ବରୁ ସ୍ପାନିଶ ଫ୍ଲୁ , ପ୍ଲେଗ୍, ଆନ୍ଥ୍ରାକ୍ସ, ସ୍ୱାଇନ ଫ୍ଲୁ, ବାର୍ଡ ଫ୍ଲୁ ଭଳି ଭାଇରସ୍ ମଧ୍ୟ ଅନେକ ଲୋକଙ୍କ ଜୀବନ ନେଇସାରିଛି । ଏବେ ଏହି ଭାଇରସ୍ କବଳରୁ ମୁକୁଳିବାପାଇଁ ପ୍ରାୟ ୨୧୨ଟି ଦେଶ ଏହାର ଟୀକା ପ୍ରସ୍ତୁତ କରିବାରେ ଲାଗିଛନ୍ତି । କେତୋଟି ଦେଶରେ ଟୀକା ପରୀକ୍ଷଣ ଚୂଡାନ୍ତ ପର୍ଯ୍ୟାୟରେ ରହିଛି । ଆମ ଦେଶରେ ୬ଟି ଟୀକା କ୍ଲିନିକାଲ୍ ଟ୍ରାଏଲ୍ ଷ୍ଟେଜରେ ରହିଛି । ସେରମର କୋଭାସିଲ୍ଡ, ଭାରତ ବାୟୋଟେକ୍ର କୋଭାକ୍ସିନ୍ ବ୍ୟତୀତ ରୁଷ୍ର ସ୍ଫୁଟନିକ୍-ଭିର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଚଳିତ ବର୍ଷ ଆରମ୍ଭ ହେବ । ସେହିଭଳି ଜେଡ୍,ୱାଇ, ସିଓଭି-ଡି, ଏନ୍ଭିଏକ୍ସ-ସିଓଭି-୨୩୭୩, ଏଚ୍ଜିସିଓ-୧୯ ଟୀକା ମଧ୍ୟ ବିକଶିତ ହେଉଛି । ଏହା ମଧ୍ୟରୁ କିଛି ଟୀକା ଆସନ୍ତା ୪ସପ୍ତାହ ମଧ୍ୟରେ ଅନୁମୋଦନ ପାଇବାର ସମ୍ଭାବନା ରହିଛି । ଚୂଡାନ୍ତ ନିଷ୍ପତ୍ତି ଡିସିଜିଆଇ ନେବ । ଟୀକାପାଇଁ ଲାଇସେନ୍ସ ମିଳିବା ମାତ୍ରେ ଟୀକାକରଣ କାର୍ଯ୍ୟ ଆରମ୍ଭ ହେବ ।
ଏହିପରି କରୋନା ଟୀକାକୁ ନେଇ ବିଭିନ୍ନ କଳ୍ପନା ଜଳ୍ପନା ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ବୟାନ ଲୋକଙ୍କ ମନରେ ଆଶ୍ୱସ୍ତି ଆଣିଦେଇଛି । ମୋଦି କହିଛନ୍ତି ଯେ, ଟୀକା କରଣ ପାଇଁ ରାଜ୍ୟ ଓ କୋନ୍ଦ୍ର ସରକାର ମିଳିତ ଭାବେ ଯୋଜନା ପ୍ରସ୍ତୁତି କରିବା ସହ ଏହା ଉପରେ କାମ କରୁଛନ୍ତି । ଟୀକାର ଦରଦାମ୍ ନେଇ ମଧ୍ୟ ରାଜ୍ୟ ସରକାରଙ୍କ ସହ ଆଲୋଚନା ଚାଲିଥିବା ସେ କହିଛନ୍ତି । ତେବେ ପ୍ରଥମେ ଟୀକା କାହାକୁ ଦିଆଯିବ ସେ କଥା ମଧ୍ୟ ପ୍ରାଥମିକ ସ୍ତରରେ ସ୍ଥିର କରାଯାଇଛି ।
କରୋନା ଟୀକା ଭାରତରେ ପହଞ୍ଚିବା ପରେ ପ୍ରଥମ ଦଫାରେ ଦେଶର ପ୍ରାୟ ୧ କୋଟି ସ୍ୱାସ୍ଥ୍ୟ କର୍ମୀଙ୍କୁ ଏହା ପ୍ରଦାନ କରାଯିବ । ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ କାମ କରୁଥିବା ସ୍ୱାସ୍ଥ୍ୟ କର୍ମୀଙ୍କୁ ଏହି ଟୀକା ପ୍ରାଥମିକତା ଭିତ୍ତିରେ ଦିଆଯିବ । ଏଥିସହିତ ବହୁବିଧ ରୋଗରେ ଆକ୍ରାନ୍ତ, ବୟସ୍କ ବ୍ୟକ୍ତିଙ୍କୁ ମଧ୍ୟ ସାମିଲ କରାଯିବାର ଯୋଜନା ରହିଛି । ଏହାପରେ ପୋଲିସ, ଅର୍ଦ୍ଧସାମରିକ ବାହିନୀ, ମୁ୍ୟନିସିପାଲିଟି କର୍ମୀଙ୍କ ଭଳି ୨ କୋଟି ଆଗଧାଡିର କର୍ମଚାରୀଙ୍କ ଟୀକା କରଣ କରାଯିବ ବୋଲି ଜଣା ପଡିଛି ।
ଆମ ରାଜ୍ୟ ସରକାର ମଧ୍ୟ କୋଭିଡ୍ ଟୀକା କରଣ ପାଇଁ ପୂର୍ଣ୍ଣ ପ୍ରସ୍ତୁତ ବୋଲି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ କହିଛନ୍ତି । ଏଥିପାଇଁ ୮୩୦୦ ଟୀକା ପ୍ରଦାନ କାରୀ ଓ ୩୦,୦୦୦ ବିତରଣ କେନ୍ଦ୍ର ନିର୍ଦ୍ଧାରିତ କରାଯାଇଛି । ପ୍ରଥମେ ୩ ଲକ୍ଷ ୨୦ ହଜାର ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି । ଅନ୍ୟପଟେ ଟୀକା ପ୍ରଦାନ ସମୟରେ ସ୍ୱାସ୍ଥ୍ୟ କର୍ମୀଙ୍କ ସମତେ ଗର୍ଭବତୀ ମହିଳା ଓ ୬୦ ବର୍ଷରୁ ଉଦ୍ଧ୍ୱର୍ ବ୍ୟକ୍ତିଙ୍କୁ ପ୍ର୍ରାଥମିକତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।
ଏଥି ସହିତ ଟୀକା କରଣ ବ୍ୟବସ୍ଥା ଯେପରି ସୁବିଧା ହୋଇ ପାରିବ ସେଥିପାଇଁ ବିଭିନ୍ନ କମିଟି ଗଠନ କରିଛନ୍ତ ରାଜ୍ୟ ସରକାର । ୨୧ ଜଣିଆ ରାଜ୍ୟସ୍ତରୀୟ ଟୀକାକରଣ କମିଟିର ଅଧ୍ୟକ୍ଷ ରହିବେ ପରିବାର କଲ୍ୟାଣ ନିଦେ୍ର୍ଦଶକ । ସେହିପରି ୧୪ ଜଣିଆ ଜିଲ୍ଲାସ୍ତରୀୟ ଟିକାକରଣ କମିଟିର ମୁଖ୍ୟ ରହିବେ ସିଡିଏମ୍ଓ । ତେବେ ଟୀକା ନନେବା ପର୍ଯ୍ୟନ୍ତ ମାସ୍କହିଁ ସବୁଠାରୁ ଅଧିକ ଫଳପ୍ରଦ ପ୍ରତିରୋଧକ ବୋଲି ଆମକୁ ମନେ ରଖିବାକୁ ହେବ!