ପୋଲସରା : ଗଞ୍ଜାମ(ରଞୟ ପାଣିଗ୍ରାହୀ) ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ହାତୀଓଟ ଉଚ୍ଚ ବିଦ୍ୟାଳୟ ପରିସରରେ ମଧ୍ୟରେ ଡିସେମ୍ବର ୧୦ ତାରିଖ ଦିନ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ନିଯୁକ୍ତି ମେଳାକୁ ସ୍ଥାନୀୟ ବିଧାୟକ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୋଲସରା ବ୍ଲକ ଅଧ୍ୟକ୍ଷ ବଳରାମ ସେଠୀ, ବିଡ଼ିଓ ଶମ୍ଭୁନାଥ ନନ୍ଦୀ, ସିଡିପିଓ କୁନ୍ତଳା କୁମାରୀ ନାୟକ, ଏବିଡ଼ିଓ ଧର୍ମରାଜ ପରିଡା ,ଜିପିଓ ଗୋପବନ୍ଧୁ ବେହେରା ପ୍ରମୁଖ ମଞ୍ଚାସିନ ରହି ଯୁବକ ଯୁବତୀ ମାନଙ୍କୁ ବେକାରୀ ସମସ୍ୟା ଦୂରୀକରଣ ପାଇଁ ନିଯୁକ୍ତି ମେଳା ଜରିଆରେ ରୋଜଗାର କ୍ଷମ ହୋଇ ସ୍ବାବଲମ୍ବି ହୋଇପାରିବ ତାହାକୁ ନେଇ ନିଜ ନିଜର ବ୍ଯକ୍ତବ୍ଯ ପ୍ରଦାନ କରିଥିଲେ ।
ସେହିପରି ଭାବେ ହାତୀଓଟ, ରୁମାଗଡ଼,ବାଲିଛାଇ ଓ ଘୋଡା ପଲାଣ ଏହି ୪ ଗୋଟି ପାଞ୍ଚାୟତର ୧୮ ଠାରୁ ୩୫ ବର୍ଷର ୧୨୮ ଜଣ ବେକାର ଯୁବକ ଯୁବତୀ ନାମ ପଞ୍ଜୀକୃତ କରିଥିଲେ। ସେମାନଙ୍କ ମଧ୍ୟରୁ ୧୦୪ ଜଣ ମନୋନୀତ ହୋଇଥିବା ବେଳେ ଏହି ମେଳାକୁ ଆସିଥିବା ଓଡ଼ିଶାର ୭ ଗୋଟି କମ୍ପାନୀରେ ନିଯୁକ୍ତି ପାଇବେ। ଅନ୍ୟମାନଙ୍କ ମଧ୍ୟରେ ପୋଲସରା ସରପଞ୍ଚ ନାରାୟଣ ସେଠୀ , VLW କିଶୋର ଚନ୍ଦ୍ର ସାହୁ , GRS ଦାସରଥି ବେହେରା ବ୍ଲକର ବିପିଏମ ସଞ୍ଜୁ ସାହୁ, , ସଚଲା ପଣ୍ଡା , ଜୋତ୍ସ୍ନାରାଣି ମିଶ୍ର , ନିଯୁକ୍ତି ମେଳା ପରିଚାଳନାରେ ସହଯୋଗ କରିଥିଲେ।
