Odisha news

ରାୟଗଡା ଜିଲ୍ଲାରେ କରୋନା ଜନିତ ମୃତୁ୍ୟ ସଂଖ୍ୟା ୩୩କୁ ଛୁଇଁଲା ବେଳେ ୬ ହଜାର ପାରକଲା ପଜିଟିଭ୍ ସଂଖ୍ୟା

0

ରାୟଗଡା,୧୩ ।୯ ( ରବୀନ୍ଦ୍ର ପାଟଖଣ୍ଡଳ ) : ପ୍ରତିଦିନ ରାୟଗଡା ଜିଲ୍ଲାରେ କରୋନା ସଂକ୍ରମିତଙ୍କ ମୃତୁ୍ୟ ହେଉଥିବା ବେଳେ ସଂଖ୍ୟା ୩୩କୁ ଛୁଇଁଲାଣି । ଜିଲ୍ଲାରେୁ କରୋନା ଭୟଙ୍କର ହେଉଥିବା ବେଳେ ଦିନକୁ ଦିନ ଏହା ବଡ଼ି ବଡ଼ି ଚାଲିଛି । ଆଜି ଜିଲ୍ଲାରେ ୯୮ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆକ୍ରାନ୍ତଙ୍କ ମଧ୍ୟରୁ ୬୧ ପୁରୁଷ ଏବଂ ୩୭ ଜଣ ମହିଳା ଅଛନ୍ତି ।

୩୬ଗୃହ ସଙ୍ଗରୋଧରୁ ଜଣ ଚିହ୍ନଟ ହୋଇଥିବା ବେଳେ ପୂର୍ବରୁ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ୫୮ ଜଣ ଚିହ୍ନଟ ହୋଇଛନ୍ତି । ଏଥି ସହ ୧୩ ଜଣ କରୋନା ଯୋଦ୍ଧା କରୋନା ସଂକ୍ରମଣର ଶୀକାର ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ବିଷମକଟକରୁ ୩୨, କାଶିପୁରରୁ ୧୮, ମୁନିଗୁଡାରୁ ୧୩, କଲୋନରାରୁ ୯, ଗୁଡ଼ାରିରୁ ୭, ଗୁଣପୁର ପୌରାଞ୍ଚଳରୁ ୭, ରାମନାଗୁଡ଼ାରୁ ୪, ରାୟଗଡା ପୌରାଞ୍ଚଳରୁ ୪, ଗୁଣପୁର ଗ୍ରାମାଞ୍ଚଳରୁ ୩ ଏବଂ ରାୟଗଡା ଗ୍ରାମାଞ୍ଚଳରୁ ଜଣେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ବର୍ତମାନ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦୮୬ ରେ ପହଞ୍ଚିଥିବା ଥିବା ବେଳେ ୫୩୪୧ ଜଣ ସୁସ୍ଥ ହୋଇଛନ୍ତି । ୭୧୨ ଜଣ ଘରୋଇ ସଙ୍ଗରୋଧ ଏବଂ କୋଭିଡ ସେଣ୍ଟରରେ ଟିକିତ୍ସିତ ଅଛନ୍ତି । ୬୪୯ ଜଣ କୋରନା ଯୋଦ୍ଧା ସଂକ୍ରମଣ ଶୀକାର ହୋଇଥିବା ବେଳେ ୫୧୬ ସୁସ୍ଥ ହୋଇଛନ୍ତି ଏବଂ ୧୩୩ ଜଣ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି ।

କରୋନା ସଂକ୍ରମଣର ଶୀକାର ହୋଇ ଜିଲ୍ଲାରୁ ୩୩ ଜଣଙ୍କ ମୃତ୍ୟୁ ହୋଇଛି । ଜିଲ୍ଲାରେ କରୋନା ସଂକ୍ରମଣ ବଢୁଥିବାରୁ ଜିଲ୍ଲାବାସୀଙ୍କୁ ସତର୍କ ଏବଂ ସଜାଗ ରହିବା ପାଇଁ ଅନୁରୋଧ କରିବା ସହ ସତର୍କ ଏବଂ ସଚେତନା ରହିଲେ ନିଜେ ନିଜକୁ ରକ୍ଷା କରିପାରିବା ବୋଲି ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ପ୍ରକାଶ କରିଛନ୍ତି ଜିଲ୍ଲାପାଳ ।

Leave A Reply