Odisha news

୨୪ ଘଂଟାରେ ଆଉ ୩,୩୦୩ ଆକ୍ରାନ୍ତ ସୁସ୍ଥ

0

ଭୁବନେଶ୍ୱର, ୨ ସେପ୍ଟେମ୍ବର – ରାଜ୍ୟର ୨୯ ଜିଲ୍ଲାରୁ ବୁଧବାର ଆଉ ୩ ହଜାର ୩୦୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥି ସହିତ ରାଜ୍ୟରେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୮୪,୦୭୩ରେ ପହଂଚିଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ୍ ଜରିଆରେ ଏହି ସୂଚନା ଦିଆଯାଇଛି ।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି କଟକ ଜିଲ୍ଲାରେ ସର୍ବାଧିକ ୬୫୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ଆଜି ଦ୍ୱିତୀୟ ସର୍ବାଧିକ ୪୯୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଯାଜପୁରରୁ ୨୧୩ ଜଣ, ଗଂଜାମରୁ ୨୦୯ ଜଣ, ରାୟଗଡ଼ାରୁ ୧୮୫ ଜଣ, ସମ୍ବଲପୁରରୁ ୧୭୨ ଜଣ, କେରାପୁଟରୁ ୧୪୯ ଜଣ, ପୁରୀରୁ ୧୨୮ ଜଣ, ନୟାଗଡ଼ରୁ ୧୨୫ ଜଣ ଓ ମୟୂରଭଂଜରୁ ୧୦୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Leave A Reply