ଜଳେଶ୍ୱର : ଜଳେଶ୍ୱର ବ୍ଲକର ବିଭିନ୍ନ ସ୍ଥାନରେ କରୋନା ପଜେଟିଭ୍ ସଂଖ୍ୟା ବଢୁଥିବା ଯୋଗୁଁ ପ୍ରଶାସନ ପକ୍ଷରୁ ଆରୁହା ପଞ୍ଚାୟତର ଶାଳିକୋଠା ସ୍କୁଲ ପରିସରରେ ୫୦ଜଣଙ୍କର ଆଣ୍ଟିଜେନ୍ ପରୀକ୍ଷା କରାଯାଇଛି । ସେମାନଙ୍କ ମଧ୍ୟରୁ ୪ଜଣ ପଜେଟିଭ୍ ଥିବାରୁ ଚିକିସôାର ବ୍ୟବସ୍ଥା କରାଯାଉଥିବା ସ୍ୱାସ୍ଥ୍ୟବିଭାଗ ପକ୍ଷରୁ କୁହାଯାଇଛିା ହାତୀଗଡ ସିଏଚ୍ସିର ପିଏଚ୍ଇଓ ଫକୀର ମୋହନ ପ୍ରଧାନ, ଏଏନ୍ଏମ୍ ରାଣୀ ଘଡାଇ, ପ୍ରିୟଦର୍ଶନୀ ପୃଷ୍ଟି, ଆଶା ସଂଧ୍ୟାରାଣୀ ଚନ୍ଦ୍ର, ଅନନ୍ଦପୂର୍ଣ୍ଣା ସାମଲ, ଗିତାଞ୍ଜଳୀ ଗିରି ଥିବା ବେଳେ ଗ୍ରାମବାସୀଙ୍କ ମଧ୍ୟରୁ ଲେଲିନ୍ କୁମାର ପ୍ରଧାନ, ପ୍ରଦୀପ ମହାନ୍ତି, ଜୟନ୍ତ ସାହୁ, ସୁକୁମାର ଦାସ, ଦେବଦତ୍ତ ପ୍ରଧାନ, ସୁବାଶିଷ ପ୍ରଧାନ, ବିଜୟ ଗିରି, ବାପି ସିଂ, ପ୍ରଫୁଲ୍ଲ ବେହେରା, ଗଗନ ଗିରି ପ୍ରମୁଖ ସହାୟତା କରିଥିଲେ ।