ଜଳେଶ୍ୱର : ଚଳିତବର୍ଷ ଜଳେଶ୍ୱର ବ୍ଲକରେ ବିଭିନ୍ନ ହିତାଧିକାରୀଙ୍କୁ ଆବାସ ଯୋଜନାରେ ଗୃହ ନିର୍ମାଣ ଲାଗି କାର୍ଯ୍ୟାଦେଶ ଦିଆଯାଇଛି । କିନ୍ତୁ ବାଲିର ମୂଲ୍ୟ ପ୍ରାୟ ୫ଗୁଣ ଅଧିକ ହୋଇଥିବାରୁ ହିତାଧିକାରୀମାନେ ବାଲି ବ୍ୟବସାୟୀଙ୍କ ଠାରୁ କିଣିବା ସମ୍ଭବ ହୋଇପାରୁନାହିଁ । ଗୋଟିଏ ଟ୍ରାକ୍ଟର ବାଲିରୁ ସରକାର୧୦୦ରୁ ୧୨୦ ଟଙ୍କା ରୟାଲିଟି ନେଉଥିବା ବେଳେ ବାଲି ବ୍ୟବସାୟୀମାନେ ଏହାକୁ ପ୍ରାୟ ୧୨ଶହଟଙ୍କାରେ ବିକ୍ରି କରିଥାନ୍ତି । କିନ୍ତୁ ଏବେ ବର୍ଷାଦିନ ହୋଇଥିବାରୁ ଏହାର ମୂଲ୍ୟ ୩ହଜାର ଟଙ୍କାରେ ବିକ୍ରି ହେଉଛି ।
ଫଳରେ ଆବସ ଯୋଜନାଧାରୀମାନେ ଗୃହ ନିର୍ମାଣ କରିବା ଅସମ୍ଭବ ହୋଇ ପଡିଛି । ଏହାର ସୁଧାର ଆଣିବାପାଇଁ ଆଜି ସମାଜସେବୀ ସୁଦର୍ଶନ ଦାସଙ୍କ ନେତୃତ୍ୱରେ ଏକ ଟିମ୍ ତହସିଲଦାରଙ୍କ ସହ ଆଲୋଚନା କରିଛନ୍ତି । ହିତାଧିକାରୀଙ୍କ ଲାଗି ବାଲିର ଏକ ସହାୟକ ମୂଲ୍ୟ ନିର୍ଦ୍ଧାରଣ କରି ତହସିଲଦାରଙ୍କ ଠାରେ ଆବେଦନ କରିବାକୁ ବାଲିବ୍ୟବହାରକାରୀ ସଂଘ ପକ୍ଷରୁ ତହସିଲଦାରଙ୍କୁ କୁହାଯାଇଛି । ଏହି ସଂଘର ମୁଖ୍ୟ ସୁଦର୍ଶନ ଦାସ, ସୁକୁମାର ଘୋଷ, ହେମନ୍ତ ଗିରି, ଜଗଦୀଶ ନନ୍ଦି, ଗିରିଜା ଦାସ, ବିରଞ୍ଚିନାରାୟଣ ଭୂୟାଁ, ରାଜୀବ ପରିଡା ପ୍ରମୁଖ ତହସିଲଦାରଙ୍କ ସହିତ ଆଲୋଚନା କରିଥିଲେ ।
