Odisha news

କରୋନାଯୋଦ୍ଧାଙ୍କୁ ଅଶାଳୀନ ବ୍ୟବହାର

0

ଜଳେଶ୍ୱର : ଜଳେଶ୍ୱର ମୁ୍ୟନିସିପାଲଟିର ୧୪ନଂ ୱାର୍ଡର ଅଙ୍ଗନୱାଡି କର୍ମୀ ମମତା ପାତ୍ର ସୁପରଭାଇଜରଙ୍କ ସହ ଆଲୋଚାନ ପରେ ଗାଁକୁ ଫେରୁଥିଲେ ।

ଗାଁ ଦାଣ୍ଡରେ ସତ୍ୟବତୀ ଗିରି ନାମକ ମହିଳାଙ୍କୁ କିଛି ଯୁବକ ଅଶାଳୀନ ଭାଷା ପ୍ରୟୋଗ କରିବା ସହିତ ଠେଲାପେଲା କରୁଥିବା ଦେଖି ଅଙ୍ଗନୱାଡି କର୍ମୀ ଶ୍ରୀମତୀ ପାତ୍ର ଏହାର ବିରୋଧ କରିଥିଲେ ।

ଫଳରେ ସେହିଗାଁର କିଛି ଯୁବକ ତାଙ୍କୁ ଓ ତାଙ୍କ ସ୍ୱାମୀ ସନ୍ଦିପ କୁମାର ପ୍ରଧାନଙ୍କୁ ଅଶାଳୀନ ବ୍ୟବହାର ଓ ଅଶ୍ରାବ୍ୟ ଭାଷା ପ୍ରୟୋଗ କରିଥିବାରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଛି ।

Leave A Reply