ଭୁବନେଶ୍ୱର, ୨୪ ଅଗଷ୍ଟ – ଆଜି ଗଂଜାମ ଜିଲ୍ଲାରେ ୧୭୯ କରୋନା ମାମଲା ସାମନାକୁ ଆସିବା ପରେ ଏହି ଜିଲ୍ଲା କରୋନା ସଂକ୍ରମଣ ମାମଲାରେ ସବୁଠାରେ ଆଗରେ ରହିଛି । ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୧୬୫୨୮ ରେ ପହଂଚିଛି । ରାଜା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଏହି ସୂଚନା ଦିଆ ଯାଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଆଜି ସୁଦ୍ଧା ଅନୁଗୁଳ ଜିଲ୍ଲାରେ ୬୪୬, ବାଲେଶ୍ୱର ଜିଲ୍ଲାରେ ୨୯୪୮, ବରଗଡ ଜିଲ୍ଲାରେ ୧୩୬୨, ଭଦ୍ରକ ଜିଲ୍ଲାରେ ୨୧୬୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା ବଲାଙ୍ଗିର ଜିଲ୍ଲାରେ ୧୪୩୦ . ବୌ ଦ୍ଧ ଜିଲ୍ଲାରେ ୫୨୮, କଟକ ଜିଲ୍ଲାରେ ୫୯୨୧, ଦେବଗଡ ଜିଲ୍ଲାରେ ୧୫୩, ଢେଙ୍କାନାଳ ଜିଲ୍ଲାରେ ୧୨୨୮. ଗଜପତି ଜିଲ୍ଲାରେ ୨୬୫୪, ଜଗତସିଂହପୁର ଜିଲ୍ଲାରେ ୧୩୮୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଯାଜପୁର ଜିଲ୍ଲାରେ ୨୯୧୫, ଝାରସୁଗୁଡା ଜିଲ୍ଲାରେ ୮୩୧, କଳାହାଣ୍ଡି ଜିଲ୍ଲାରେ ୧୧୧୬, କନ୍ଧମାଳ ୧୮୭୦, କେନ୍ଦ୍ରାପଡା ଜିଲ୍ଲାରେ ୧୨୧୨, କେନ୍ଦୁଝର ଜିଲ୍ଲାରେ ୧୪୯୧, ଖୋର୍ଧା ଜିଲ୍ଲାରେ ୧୨୩୬୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କୋରାପୁଟ ଜିଲ୍ଲାରେ ୨୭୨୦ , ମାଲକାନଗିରି ଜିଲ୍ଲାରେ ୧୮୫୮, ମୟୁରଭଂଜ ଜିଲ୍ଲାରେ ୨୨୭୭. ନବରଙ୍ଗପୁର ଜିଲ୍ଲାରେ ୮୨୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । ନୟାଗଡ ଜିଲ୍ଲାରେ ୨୨୮୭, ନୂଆପଡା ଜିଲ୍ଲାରେ ୩୧୭ , ପୁରୀ ଜିଲ୍ଲାରେ ୨୬୭୭, ରାୟଗଡା ଜିଲ୍ଲାରେ ୩୨୪୩. ସମ୍ବଲପୁର ଜିଲ୍ଲାରେ ୨୧୦୮. ସୁବର୍ଣପୁର ଜିଲ୍ଲାରେ ୫୨୭ ଓ ସୁନ୍ଦରଗଡ ଜିଲ୍ଲାରେ ୩୮୮୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
