Odisha news

ମକ୍କା ଚାଷ କରି ସ୍ୱାବଲମ୍ବୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ

0
ମୟୂରଭଞ୍ଜ ଜିଲ୍ଲା ଜଶୀପୁର ବ୍ଲକର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ମକ୍କା ଚାଷ କରି ସ୍ୱାବଲମ୍ବୀ ହୋଇଛନ୍ତି। ଚଳିତ ବର୍ଷ କେବଳ ଜଶୀପୁର ବ୍ଲକ ଅଂଚଳରେ 280 ହେକ୍ଟର ଜମିରେ ମକ୍କା ଚାଷ କରିଛନ୍ତି ମକ୍କା ଚାଷୀ l
 ମୟୁରଭଞ୍ଜ ଜ଼ୀଲ୍ଲାରେ ନା ଅଛି କଳ କାରଖାନା ନା ଅଛି ଶିଳ୍ପ ପ୍ରତିଷ୍ଠାନ ଜ଼ୀଲ୍ଳାରେ 70 ଭାଗ ଲୋକ ଚାଷ କାମ କରି ନିଜର ଗୁଜୁରାଣ ମେଣ୍ଟାନ୍ତି ବିଶେଷ କରି ଧାନ ଚାଷ ଉପରେ ନିର୍ଭର କରିଥାନ୍ତି ।ନିଅଣ୍ଟିଆ ବର୍ଷା ଯୋଗୁଁ ପ୍ରତେକ ବର୍ଷ ଧାନ ଚାଷ ପ୍ରଭାବିତ ହେଉଛି ।ଯାହାଫଳରେ ଲୋକେ ଏବେ ଧାନ ଚାଷ ଛାଡି ଅଣ ଧାନ କୁ ଗୁରୁତ୍ୱ ଦେଲେଣି । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଜଶୀପୁର ବ୍ଲକ ରେ ଗତ କିଛି ବର୍ଷ ହେଲା ଜଶୀପୁର ବ୍ଲକ ର କିଛି ସ୍ୱୟଂ ସହାୟକ ଗୋଷ୍ଠୀ ଅଣଧାନ ଯାହାକି ମକ୍କା ଚାଷ ଚାଷ କରି ବେଶ ଦୁଇ ପଇସା ରୋଜଗାର କରୁଛନ୍ତି । ସାତ ଆଠ ବର୍ଷ ପୂର୍ବରୁ ଗୋଡ଼ା, ମାଳ ,ଉଚ୍ଚା, ଟାଙ୍ଗରା ଜମିରେ ମକ୍କା ଚାଷ କରି ଲାଭବାନ ହେଉଛନ୍ତି ।ଧାନ ଚାଷ ପାଇଁ ଅଧିକ ପାଣି ଦରକାର ପଡୁଥିବା ବେଳେ ମକ୍କା ଚାଷ ବହୁତ କମ ଦରକାର ପଡୁଛି । ସରକାରଙ୍କ ପ୍ରତ୍ସାହନ  ଏବଂ ସମସ୍ତ ପ୍ରକାର ସହଯୋଗ ମିଳିବାରୁ ଧାନ ଛାଡି ଏବେ ମକ୍କା ଚାଷରେ ମନ ବଳେଇଛନ୍ତି।ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ  ଗୋଡ଼ା ମାଳ ଜମି ସବୁ ପଡିଆ ପଡୁଥିଲା ଦୁବ ମଧ୍ୟ ଉଠୁ ନ ଥିଲା କିନ୍ତୁ ସରକାରଙ୍କ ସହଯୋଗ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ମନବଳ ଯୋଗୁଁ ଆଜି ସେ ଟାଙ୍ଗରା ଭୂଇଁରେ ହସୁଛି ଶସ୍ୟ ଶ୍ୟାମଳ ।
-ଅନିତା ଲୋହାର, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ
ସରକାରଙ୍କ ସହଯୋଗ ଯାହାକି ଉନ୍ନତ ମାନର ବିହନ, ସାର,ଏବଂ ଆଧୁନିକ ପ୍ରଣାଳୀର ଜ୍ଞାନ କୌଶଳ ଯୋଗୁଁ ହିଁ ଆଜି ଆମେ ଏଭଳି ଜାଗାରେ ମକ୍କା ଚାଷ କରି ଲାଭବାନ ହେଉଛୁ ଏବଂ ମକ୍କା ଚାଷରେ ଯେଭଳି ଅଳ୍ପ ପରିଶ୍ରମରେ ଅଧିକ ଲାଭବାନ ହେଉଛୁ ସେଥିପାଇଁ  ଆମେ ଆଗାମୀ ଦିନରେ ମକ୍କା ଚାଷ କୁ ବଳବତ୍ତର ରଖିବୁ କହିଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ।
-ଉର୍ମିଳା ନାଏକ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ
 ଅନ୍ୟପଟେ କୃଷି ବିଭାଗ ଅଧିକାରିଣୀ କହନ୍ତି ମକ୍କା ଚାଷରେ ଧାନ ଚାଷ ଅପେକ୍ଷା ଅଧିକ ଲାଭ ।ପ୍ରତେକ ବର୍ଷ ମକ୍କା ଚାଷର ପରିମାଣ ବଢୁଛି ମକ୍କା ଚାଷ କରି ମହିଳା ମାନେ ସ୍ୱାବଲମ୍ବୀ ହେଉଛନ୍ତି ସେଥିପାଇଁ ଆମେ ବହୁତ ଖୁସି ।ମକ୍କା କୁ କଞ୍ଚା ବେଳେ ବିକିଲେ ଅଧିକ ଲାଭ ମିଳୁଛି କିନ୍ତୁ ଏତେ ମକ୍କା କଞ୍ଚାରେ ବିକିବା ସମ୍ଭବ ନୁହେଁ ତେଣୁ ସୁଖା ମଞ୍ଜି ବିକ୍ରି ପାଇଁ ଆମେ ବିଭିନ୍ୟ କମ୍ପାନୀ ସହିତ ଜଡ଼ିତ ଅଛୁ ବିକ୍ରି ର କୌଣସି ଅସୁବିଧା ନାହିଁ ଏବଂ ସରକାରଙ୍କ ତରଫରୁ ଯାହା ସୁବିଧା ସୁଯୋଗ ଆସିବ ଆମେ ଯୋଗେଇ ଦେବୁ ।
Leave A Reply