Odisha news

କେନ୍ଦ୍ରାପଡା ବିଜେପିର ନୂତନ ମଣ୍ଡଳ ସଭାପତିଙ୍କ ନାମ ଘୋଷଣା

0

କେନ୍ଦ୍ରାପଡା,୯/୧୦ (Rabindra Dash)- ଭାରତୀୟ ଜନତା ପାର୍ଟି କେନ୍ଦ୍ରାପଡା ଜିଲ୍ଲାର ୧୨ଜଣ ମଣ୍ଡଳ ସଭାପତିଙ୍କ ନାମ ଘୋଷଣା କରାଯାଇଛି । ଜିଲ୍ଲାର ସମୁଦାୟ ୩୪ଟି ମଣ୍ଡଳ ମଧ୍ୟରୁ ୨୨ଜଣଙ୍କ ନାମ ପୂର୍ବରୁ ଘୋଷଣା ହୋଇଥିବା ବେଳେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନକ୍ରମେ ଜିଲ୍ଲା ବିଜେପି ସଭାପତି କିଶୋର କୁମାର ପଣ୍ଡା ଅବଶିଷ୍ଟ ୧୨ଟି ମଣ୍ଡଳର ସଭାପତିଙ୍କ ନାମ ଆଜି ଘୋଷଣା କରିଛନ୍ତି ।

ସେହି ନୂତନ ଘୋଷିତ ମଣ୍ଡଳ ସଭାପତିମାନେ ହେଲେ ଜୋନ-୩ ପତ୍ରପୁର -ଅକ୍ଷୟ କୁମାର ଦାସ,ଜୋନ -୨୭ ପଶ୍ଚିମକନିକା – ଅନୁରାଧା ସାମଲ,ଜୋନ -୨୯ ପୂର୍ବକନିକା – ନିହାର ରଞ୍ଜନ ନାୟକ,ଜୋନ-୩୨-ତାଳଚୁଆ -ତପନ କୁମାର ମଣ୍ଡଳ,ଜୋନ-୧୫ ବ୍ରାହ୍ମଣୀ -ଦିଲ୍ଲିପ କୁମାର ବିଶ୍ୱାଳ.ଜୋନ-୧୯-ଗୋବରୀ – ପ୍ରଶାନ୍ତ ସେଠୀ, ଜୋନ-୨୦-ମହାକାଳପଡା ସଦର -ପ୍ରକାଶ କୁମାର ପ୍ରଧାନ,ଜୋନ-୨୧-ମହାନଦୀ – କଳ୍ପତରୁ ବେହେରା, ଜୋନ-୨୫-ମାର୍ଶାଘାଇ-ପ୍ରକାଶ ଚନ୍ଦ୍ର ଦାସ, ଜୋନ-୨୬-ଚିତ୍ରୋତ୍ପଳା -ସୁକେଶ ଗୁରୁ, ଜୋନ-୧୧-ପାଟକୁରା -କ୍ଷିରୋଦ ମହାନ୍ତି, ଜୋନ-୨୪- କରିଲୋପାଟଣା- ସୁଖଦା ତ୍ରିପାଠୀ ପ୍ରମୁଖ ।

ନବ ନିଯୁକ୍ତ ମଣ୍ଡଳ ସଭାପତିମାନେ ଖୁବଶୀଘ୍ର ସେମାନଙ୍କର ୬୧ଜଣିଆ ଟିମ ଗଠନକରି ସଂଗଠନକୁ ତୃଣମୂଳ ସ୍ତରରେ ସୁଦୃଢ କରିବା ସହ ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ବିଫଳତା ଓ ଦୁର୍ନିତୀ ବିରୋଧରେ ଆନେ୍ଦାଳନ କରାଯିବ ବୋଲି ଜିଲ୍ଲା ସଭାପତି ଶ୍ରୀ ପଣ୍ଡା ଏକ ପ୍ରେସ ବିବୃତିରେ ପ୍ରକାଶ କରିବା ସହ ନବ ନିଯୁକ୍ତ ମଣ୍ଡଳ ସଭାପତିମାନଙ୍କୁ ଶୁଭେଛା ଜଣାଇଛନ୍ତି ।

Nalco
Leave A Reply