ବିରିଡି, ୨୯ା୦୬ ; ମହାମାରୀ କରୋନା ପାଇଁ ସାଧାରଣ ଜନତା ମାନଙ୍କର ଆୟ ପନ୍ଥା ଦିକୁ ଦିନ ସଙ୍କୁଚିତ ହେବାରେ ଲାଗିଛି । ଲକ୍ଷ ଲକ୍ଷ ଲୋକ କାମ ଧନ୍ଦା ହରାଇ ଅତି ଦୟନୀୟ ଭାବେ ଭୋକ ଉପାସରେ ଦିନ କାଟୁଛନ୍ତି । ମୌସୁମିକୁ ଆଧାର କରି ଖରିଫ ଚାଷ କରିବା ପାଇଁ ଅଂଟା ଭିଡି ଥିବା ବେଳେ କେନ୍ଦ୍ର ସରକାର ବାରମ୍ବାର ପେଟୋ୍ରଲ ଓ ଡିଜେଲ ଉପରେ ଅହେତୁକ ମୁଲ୍ୟ ବୃଦ୍ଧି କରି ଚାଲିଛନ୍ତି ।
ଆନ୍ତର୍ଜାତିକ ବଜାରରେ ତୈଳ ଦର ଯଥେଷ୍ଟ କମ ଥିବା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପେଟୋ୍ରଲ ଓ ଡିଜେଲ ଲିଟର ପିଛା ୫୦ ଟଙ୍କାରୁ ଅଧିକ ଉତ୍ପାଦ ଶୁକ୍ଳ ଓ ଭାଟ ଆକାରରେ ଆଦାୟ କରୁଛନ୍ତି । ଯାହା ଦ୍ୱାରା ସାଧାରଣ ଖାଉଟି ଉପରେ ଏହାର କୁ ପ୍ରଭାବ ପଡିବା ସହ ଅତ୍ୟାବଶ୍ୟକୀୟ ସାମଗ୍ରୀର ମୂଲ୍ୟ ହୁ ହୁ ହୋଇ ବଢିବା ସହ ଚାଷ କାର୍ଯ୍ୟରେ ନିୟୋଜିତ ଯନ୍ତ୍ରପାତିର ଖର୍ଚ୍ଚ ମଧ୍ୟ ବଢିଯାଇଛି ।
ଏଥି ପାଇଁ ତୈଳ ଉପରେ ଟିକସ ଛାଡ ହ୍ରାସ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିଦେ୍ଦଶ ପ୍ରଦାନ ପାଇଁ କଂଗ୍ରେସ ଦଳ ମହାମହିମ ରାଷ୍ଟ୍ରପତିଙ୍କ ନିକଟରେ ଲିଖିତ ଆକାରରେ ଦାବି ଜଣାଇଛନ୍ତି । ବିିରିଡି ବ୍ଲକ କଂଗ୍ରେସ କମିଟି ପକ୍ଷରୁ ବରିଷ୍ଠ କଂଗ୍ରେସ ନେତା ଲିଙ୍ଗରାଜ ମଲ୍ଲଙ୍କ ନେତୃତ୍ୱରେ ବହୁ କଂଗ୍ରେସ କର୍ମି ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଲିଖିତ ଏକ ଦାବି ପତ୍ର ବିଡିଓଙ୍କୁ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ତିର୍ତୋଲ ନିର୍ବାଚନ ମଣ୍ଡଳିର କଂଗ୍ରେସ ବିଧାୟକ ପାର୍ଥି ଦେବୀ ପ୍ରସାଦ ମଲ୍ଲିକ, ଜଗତସିଂହପୁର ସାଂସଦ ପ୍ରାର୍ଥୀ ପ୍ରତିମା ମଲ୍ଲିକଙ୍କ ସମେତ ଗୋପବନ୍ଧୁ ସ୍ୱାଇଁ, ବଳରାମ ମଲ୍ଲିକ, ସରତ ଚନ୍ଦ୍ର ଜେନା, ରାଜ କିଶୋର ବିରା, ପବିତ୍ର ମୋହନ ପ୍ରଧାନ, ସୁକାନ୍ତ କୁମାର ଭୂୟାଁ, ଅନେକ କଂଗ୍ରେସ କର୍ମି ସାମିଲ ହୋଇଥିଲେ ।