ବ୍ରହ୍ମପୁର: ବ୍ରହ୍ମପୁର ବିଧାନସଭା ଓ ଲୋକସଭା ଆସନ ନିମନ୍ତେ କଂଗ୍ରେସ ପକ୍ଷରୁ ଦୀପକ ପଟ୍ଟନାୟକ ଓ ରସ୍ମୀ ରଞ୍ଜନ ପଟ୍ଟନାୟକ ନିଜ ସମର୍ଥକଙ୍କ ସହ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ବାପୁଜୀ ଆଶ୍ରମ ଠାରୁ ନିଜ ସମର୍ଥକଙ୍କ ସହ ଏକ ବିରାଟ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଛତ୍ରପୁର ଠାରେ ପହଞ୍ଚିଥିଲେ। ଆଜି ସକାଳେ ହିଲ ପାଟଣା ସ୍ଥିତ ଗଣେଶ ମନ୍ଦିରରେ ପୂଜାର୍ଚ୍ଚନା କରି ହଜାର ହଜାର ସମର୍ଥକ ଓ ସହରବାସୀଙ୍କ ଗହଣରେ ମୋଟର ସାଇକେଲ ଶୋଭାଯାତ୍ରା ରେ ବାହାରି ପିଭିଏନ ରାଓ, ଖଲ୍ଲିକୋଟ କଲେଜ, ଟାଟା ବେଞ୍ଜ, କମାପଲ୍ଲୀ, ଖୋଡାସୀଙ୍ଗି, ଆମ୍ବପୁଆ,ପୋକଡିବନ୍ଧ ଛକ ଦେଇ
ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ବ୍ରହ୍ମପୁର ବିଧାନସଭା ଆସନ ନିମନ୍ତେ କଂଗ୍ରେସ ପ୍ରାର୍ଥୀ ଦୀପକ ପଟ୍ଟନାୟକ ନିଜ ସମର୍ଥକଙ୍କ ସହ ଯାଇ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ। ସେହିପରି ବ୍ରହ୍ମପୁର ଲୋକସଭା ନିମନ୍ତେ କଂଗ୍ରେସ ପ୍ରାର୍ଥୀ ରସ୍ମୀ ରଞ୍ଜନ ପଟ୍ଟନାୟକ ନିଜ ସମର୍ଥକଙ୍କ ଗହଣରେ ଡିଆରଡିଏ କାର୍ଯ୍ୟଳୟ ଠାରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଏହି କାର୍ଯ୍ୟକ୍ରମରେ ତତସତ ସୁବୁଦ୍ଧି,