Odisha news

କଂଗ୍ରେସ ଓବିସି ସେଲ୍ ଉପସଭାପତିଙ୍କୁ ସମ୍ବର୍ଦ୍ଧନା

0
 ଆନନ୍ଦପୁର : ଘସିପୁରା ବ୍ଲକ କଂଗ୍ରେସ କମିଟି ସଭାପତି ସୁବ୍ରତ କୁମାର ଚକ୍ର ପିସିସି ପଛୁଆ ବର୍ଗ (ଓବିସି) ସେଲ୍ରର ଉପସଭାପତି ଭାବେ ନିଯୁକ୍ତ ପାଇଛନ୍ତି। ଆଜି ସନ୍ଧ୍ୟାରେ ଘଷିପୁରା କଂଗ୍ରେସ ଭବନରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଆଗାମୀ ଦିନରେ ଘଷିପୁରା ନିର୍ବାଚନ ମଣ୍ଡଳୀରେ କଂଗ୍ରେସକୁ ଅଧିକ ସଂଗଠିତ କରାଯିବ ବୋଲିି ଶ୍ରୀ ଚକ୍ର କହିଛନ୍ତି। ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ଦିଲୀପ କୁମାର ଜେନା, ଜିଲ୍ଲା ସୋସିଆଲ ମିଡ଼ିଆ ସଂଯୋଜକ ତାରିଣୀ ପ୍ରସାଦ ପଟ୍ଟନାୟକ, ଘଷିପୁରା ‌ବ୍ଲକ ଯୁବ କଂଗ୍ରେସ ସଭାପତି ସମ୍ବିତ କୁମାର ଜେନା, ପୂର୍ବତନ ଯୁବ କଂଗ୍ରେସ ସଭାପତି ଚିତ୍ତରଞ୍ଜନ ପରିଡା,ବରିଷ୍ଠ ଆଇନଜୀବି କିଶୋର ଚକ୍ର,ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ଜେନା, କୃଷ୍ଣଚନ୍ଦ୍ର ନାୟକ,ମହିଧର ପୃଷ୍ଟି, ଦୈତାରୀ ମହାକୁଡ଼, ପ୍ରସନ୍ନ ଓଝା ସନାତନ ମାଝି,କାଠିଆ ସାହୁ,ଈଶ୍ଵର ବେହେରା, ନିରାକାର ରାଉତ, ମହେନ୍ଦ୍ର ଦାସ, ସଞ୍ଜୟ ରାଉତ, ପ୍ରଶାନ୍ତ ବିଶ୍ଵାଳ, ପ୍ରଦୀପ ଚକ୍ର, ବିପିନ ଦାସ,ଅଜୟ ରାଉତ, ପ୍ରମୁଖ ଉପସ୍ଥିତ ଥିଲେ।
Leave A Reply