Odisha news

ବିଜେପି ସରକାରର ପ୍ରତିଶୋଧ ରାଜନୀତି ଓ କେନ୍ଦ୍ର ପୋଲିସର ବର୍ବରତା ପ୍ରତିବାଦରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ଓ ଗଣଧାରଣା

0

ବାରିପଦା  : ବିଜେପି ସରକାରର ପ୍ରତିଶୋଧ ରାଜନୀତି ଓ କେନ୍ଦ୍ର ପୋଲିସର ବର୍ବରତା ପ୍ରତିବାଦରେ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ନିଦେ୍ର୍ଦଶକ୍ରମେ ବାରିପଦା ସଦର ପୋଷ୍ଟ ଅଫିସ ସମ୍ମୁଖରେ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ ସଭାପତି ହେମନ୍ତ ଦାସଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କେନ୍ଦ୍ରର ଅପାରଗ ମୋଦି ସରକାରଙ୍କ ନିଦେ୍ର୍ଦଶରେ ଏଭଳି ଅଗଣତାନ୍ତ୍ରିକ କାର୍ଯ୍ୟ ବିରୋଧରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଏହି ପ୍ରତିବାଦ ଓ ଧାରଣା ଦିଆଯାଇଥିଲା ।

ପୋଲିସର ଗୁଣ୍ଡାମି ଓ ମିଥ୍ୟା ମାମଲରେ କଂଗ୍ରେସର ନେତା ରାହୁଲ ଗାନ୍ଧୀଙ୍କୁ ଇଡି ବାରମ୍ବାର ଡାକି ହଇରାଣ କରୁଥିବାରୁ କଂଗ୍ରେସ କର୍ମୀ ଓ ନେତୃବୃନ୍ଦ ଘୋର କ୍ଷୋଭ ପ୍ରକାଶ କରିଥିଲେ ଏବଂ ଏଭଳି ପ୍ରତିଶୋଧ ପରାୟଣ ଭାବେ କଂଗ୍ରେସ ଦଳର ଭାବମୂର୍ତ୍ତିକୁ ନଷ୍ଟ କରିବାର ପ୍ରୟାସରୁ ଯଦି ବିଜେପି ଦଳ କ୍ଷାନ୍ତ ନହୁଏ ତାହେଲେ କଂଗ୍ରେସ ଦଳ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଆନେ୍ଦାଳନ କରିବ ।

ଏହି ବିକ୍ଷୋଭ ସମାବେଶରେ ରାଜ୍ୟ ଉପସଭାପତି ସରସ୍ୱତୀ ହେମ୍ବ୍ରମ, ମହିଳା ରାଜ୍ୟ ସମ୍ପାଦିକା ସୁନନ୍ଦା ସାହୁ, ମହିଳା ସଭାନେତ୍ରୀ ସୁସ୍ମିତା ଘୋଷାଲ, ଉପସଭାପତି ଅରବିନ୍ଦ ଦାସ, ନଗର ସଭାପତି ଶାନ୍ତନୁ ପାଲ, ଆଇନ୍ ସେଲ ଅଧ୍ୟକ୍ଷ ଜ୍ୟୋତି ପ୍ରକାଶ ରଥ, ପୂର୍ବତନ ପିସିସି ସମ୍ପାଦକ ଯୋଗେଶ ଅଗ୍ରୱାଲ, ଛାତ୍ର ସଭାପତି ମୋତି ପ୍ରକାଶ ଦାସ, ଯୁବ କଂଗ୍ରେସ ସଭାପତି ଅଂଶୁମାନ ଦାସ, ପ୍ରଦେଶ ସମ୍ପାଦକ ପ୍ରଭାସ କର ମହାପାତ୍ର, ପ୍ରଦୀପ ଦାସ, ଶେଖ୍ ମୁସ୍ତାଫା, ଏସସି ସେଲ ଅଧ୍ୟକ୍ଷ ସଞ୍ଜୟ ସେଠୀ, ନିର୍ମଳ ପ୍ରଧାନ, ସ୍ୱାଗନ୍ ଦାସ, ଭିକି ସାମଲ, ରତନ ମହାନ୍ତ, ପ୍ରଫୁଲ୍ଲ ଦାସ, ଶିବାନନ୍ଦ ଦାସ, ଆରବ ପଣ୍ଡା, ନାରୀ ନେତ୍ରୀ ସୋନାଲି ସାହା, ଇନ୍ଦୁମତି ନାଏକ, ଇତିଶ୍ରୀ ମିଶ୍ର, ଶୁଭସ୍ମିତା ଦାସ, ରଶ୍ମିତା ମିଶ୍ର, ଫରିଦା ତବସୁମ ଓ ଗୋସେଇଁ ମହାନ୍ତ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Leave A Reply