ବାରିପଦା : ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡର ମଣଦା ରେଞ୍ଜ ଅନ୍ତର୍ଗତ ଦେଓପଟା ଗ୍ରାମରେ ବିଳମ୍ବିତ ରାତିରେ ଅଭାବନୀୟ ଘଟଣା ଘଟିଯାଇଛି । ରାତିରେ ଘର ବାହାରକୁ ପରିସ୍ରା କରିବାକୁ ଯାଇ ହାତୀ ଆକ୍ରମଣର ଶିକାରରେ ଜଣଙ୍କର ଜୀବନ ଚାଲିଯାଇଛି । ମୃତକ ଜଣଙ୍କ ହେଲେ ରତନ ସୋରେନ୍ । ସୂଚନା ଅନୁଯାୟୀ, ରତନ ଗତକାଲି ବିଳମ୍ବିତ ରାତିରେ ପରିସ୍ରା କରିବାକୁ ବାଡିପଟେ ଯାଇଥିବାବେଳେ ହାତୀ ହାବୁଡରେ ପଡିଥିଲେ ।
ଅଚାନକ ହାତୀକୁ ଦେଖି ରତନ ଚିକôାର କରିଥିଲେ । ପାଟିଶୁଣି ପରିବାର ଲୋକେ ଘରୁ ବାହାରକୁ ଆସିବା ବେଳେ ହାତୀ ଆକ୍ରମଣର ଶିକାର ହୋଇ ସାରିଥିଲେ ରତନ । ଗୁରୁତର ଅବସ୍ଥାରେ ରତନଙ୍କୁ ପରିବାର ଲୋକେ ରାଇରଙ୍ଗପୁର ଡାକ୍ତର ନେଇଥିବାବେଳେ ରାସ୍ତାରେ ତାଙ୍କର ମୃତୁ୍ୟ ଘଟିଥିଲା । ଡାକ୍ତରଖାନାରେ ମୃତଦେହକୁ ଧରି ବନବିଭାଗ ଅଧିକାରୀଙ୍କୁ ପରିବାର ଲୋକେ ଅପେକ୍ଷା କରିଥିବାବେଳେ କିନ୍ତୁ କୌଣସି କର୍ମଚାରୀ ପହଞ୍ଚି ନାହାଁନ୍ତି । ଏହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି ।
