କାଇରୋପରେସ୍ଥାନୀୟସ୍ତରରେଏଭଳିଚର୍ଚାଦେଶରେପ୍ରଥମ
ଓଡ଼ିଶାର୨୭ଜିଲ୍ଲାରେହ୍ରାସପାଉଛିପ୍ରଜନନହାର
- ତିନୋଟିଜିଲ୍ଲାରପ୍ରଜନନହାରଜାତୀୟହାରତୁଳନାରେଅଧିକ
- ପରିବର୍ତ୍ତନଶୀଳଜନସଂଖ୍ୟାକୁଦୃଷ୍ଟିଦେଇଆଞ୍ଚଳିକବୈଷମ୍ୟପ୍ରତିହତଜରୁରୀ
- ବାୟସାଧିକ୍ୟମହିଳା, ବିଧବା ଓ ବୃଦ୍ଧଙ୍କ ରୋଜଗାର ଦୃଷ୍ଟିରୁ ଓଡିଶା ପଛରେ
- ବୟସ୍କଙ୍କୁହିତାଧିକାରୀନଭାବିସେମାନଙ୍କଅଭିଜ୍ଞତାଓଅନୁଭବକୁକାମରେଲଗାଯିବାଜରୁରୀ
ଭୁବନେଶ୍ୱର ତା-୭/୧୨: ଆଗାମୀ ୨୦୩୬ ବେଳକୁ ଓଡିଶା ପାଳିବ ୧୦୦ବର୍ଷ ପୂର୍ତ୍ତି। ସେତେବେଳକୁ ରାଜ୍ୟର ପ୍ରଜନନ ହାର ହ୍ରାସ ପାଇଥିବା ବେଳେ ବଢ଼ିଥିବ ବୟସ୍କ ଲୋକଙ୍କ ସଂଖ୍ୟା। ପ୍ରକୃତ ଶ୍ରମଶକ୍ତି କୁହାଯାଉଥିବା ଯୁବାବର୍ଗଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ। ଏ ପରିପ୍ରେକ୍ଷୀରେ ବଢୁଥିବା ଜନସଂଖ୍ୟା ଓ ସେହି ବର୍ଗର ବିକାଶକୁ ନେ଼ଇ ସି ୱାଇ ଏସ ଡି ପକ୍ଷରୁ ଦୁଇଦିନିଆ ଓଡିଶା ବିକାଶ କନକ୍ଲେଭ ଚତୁର୍ଥ ସଂସ୍କରଣ ଆୟୋଜିତ ହୋଇଯାଇଛି।
ଗୁରୁବାର ସ୍ଥାନୀୟ ଏକ ହୋଟେଲରେ ସି ୱାଇ ଏସ ଡି ପ୍ରତିଷ୍ଠାତା ଜଗଦାନନ୍ଦଙ୍କ ସଞ୍ଚାଳନାରେ ଆୟୋଜିତ ଖୋଲା ଅଧିବେଶନରେ ଯୋଗ ଦେଇ ପ୍ରଫେସର ଡକ୍ଟର ଅମିତାଭ କୁଣ୍ଡୁ ଓଡ଼ିଶାରେ ପରିବର୍ତ୍ତନଶୀଳ ଜନସଂଖ୍ୟା ଓ ସମ୍ଭାବ୍ୟ ଆହ୍ଵାନ ଗୁଡ଼ିକ ବାବଦରେ ସୂଚିତ କରାଇଥିଲେ। ପ୍ରଫେସର କୁଣ୍ଡୁ କାଈରୋ ଠାରେ ୧୯୯୪ରେ ଆୟୋଜିତ ଜନସଂଖ୍ୟା ଏବଂ ବିକାଶ ସମ୍ପର୍କିତ ଅନ୍ତଃରାଷ୍ଟ୍ରୀୟ ସମ୍ମିଳନୀ ପରେ ଓଡିଶା ବିକାଶ କନକ୍ଲେଭ ପକ୍ଷରୁ ଅନୁରୂପ ଏକ ଚର୍ଚ୍ଚା ଆୟୋଜନ କରିଥିବା କହି ଏହା ଦେଶରେ ପ୍ରଥମ ଓ ଏକ ନମୁନା ବୋଲି ସ୍ପଷ୍ଟ କରିଥିଲେ।
ରାଜ୍ୟର ୨୭ ଜିଲ୍ଲାରେ ୨୦୩୬ ବେଳକୁ ମହିଳା ପ୍ରତି ଦୁଇ ସନ୍ତାନରୁ କମ୍ ପ୍ରଜନନ ହାର ରହିବା ନେଇ ସୂଚାଇ ଥିଲେ। ସେହିପରି ରାୟଗଡ଼ା , କନ୍ଧମାଳ ଓ ନବରଙ୍ଗପୁର ଜିଲ୍ଲାରେ ପ୍ରଜନନ ହାର ଜାତୀୟ ହାର ଠାରୁ ଅଧିକ ରହିବ। ପରିବର୍ତ୍ତନଶୀଳ ଏହି ଜନସଂଖ୍ୟାକୁ ଦୃଷ୍ଟି ଦେଇ ରାଜ୍ୟରେ ଥିବା ଆଞ୍ଚଳିକ ବୈଷମ୍ୟ ପ୍ରତିହତ ଜରୁରୀ ବୋଲି ପ୍ରଫେସର କୁଣ୍ଡୁ ପରାମର୍ଶ ଦେଇଥିଲେ। ରାଜ୍ୟରେ ଅଧିକ ବୟସର ମହିଳା, ବିଧବା ଓ ବୃଦ୍ଧାଙ୍କ ରୋଜଗାର ଦେଶର ସବୁଠୁ କମ ବୋଲି ସେ କହିବା ସହିତ ସେମାନଂକୁ ହିତାଧୀକାରୀ ଭାବେ କେବଳ ବିବେଚନା ନ କରି ସେମାନଙ୍କ ଜ୍ଞାନ ଓ ଅନୁଭବକୁ ଉପଯୋଗ କରାଯିବା ଦିଗରେ ନୀତି ପ୍ରସ୍ତୁତ ହେଉ ବୋଲି ମତ ରଖିଥିଲେ।
କୋଭିଡ ସମୟରେ ରାଜ୍ୟର ଯେଉଁ ପ୍ରବାସୀ ଶ୍ରମିକମାନେ ଓଡିଶା ଫେରି ଆସିଥିଲେ ସେମାନେ ଆଉ ବାହାରକୁ ଯାଉ ନାହାନ୍ତି। ଅଣକୁଶଳୀ ପ୍ରବାସୀ ଶ୍ରମିକଙ୍କ ସଂଖ୍ୟା ବଢୁଛି। ତେଣୁ ରାଜ୍ୟରେ କୃଷି ଭିତ୍ତିକ ଶିଳ୍ପ ଓ ଶିଳ୍ପୋଦ୍ୟୋଗୀର ବିକାଶ ଜରୁରୀ ବୋଲି କନକ୍ଲେଭରେ ଦର୍ଶାଯାଇଛି।
ବରିଷ୍ଠ ପ୍ରଶାସନିକ ଅଧିକାରୀ ଡକ୍ଟର ଆର୍ ବାଲକ୍ରିଷନ ଓଡିଶାର ବଜେଟ ୧ ହଜାର କୋଟିରୁ ୨ଲକ୍ଷ କୋଟିରେ ପହଞ୍ଚିଥିବା ସୂଚାଇ ରାଜ୍ୟ ଗରିବୀ ଓ ଅବିକଶିତ ଅବସ୍ଥାରୁ ବିକଶିତ ସ୍ତରରେ ପହଞ୍ଚିଥିବା କହିଥିଲେ।
ନୀତି ଆୟୋଗର ସହକାରୀ ପରାମର୍ଶଦାତା ଡକ୍ଟର ମୁନିରାଜୁ ଏସ ବି, ୟୁ ଏନ ଏଫ୍ ପି ଏ ଭାରତର ଆବାସିକ ପ୍ରତିନିଧି ଆଣ୍ଡ୍ରିଆ ୱାଜନର ଏହି ମଞ୍ଚ ମହିଳା ମାନଙ୍କ ପାଇଁ ଏକ ପ୍ରକୃଷ୍ଟ ମଞ୍ଚ ଦର୍ଶାଇ ମହିଳା ଓ ବରିଷ୍ଠ ନାଗରିକଙ୍କୁ କାମରେ ଲଗାଯିବା ଜରୁରୀ ବୋଲି କହିଛନ୍ତି।
ଦୁଇଦିନ ବ୍ୟାପୀ ଆୟୋଜିତ ଚତୁର୍ଥ ଓଡିଶା ବିକାଶ କନକ୍ଲେଭର ବିଭିନ୍ନ ଅଧିବେଶନରେ ପ୍ରବାସୀ ଶ୍ରମିକ, ସହରୀକରଣ, ସ୍ଵାସ୍ଥ୍ୟ ଓ ପୁଷ୍ଟି, ବୟସ୍କଙ୍କ ସଂଖ୍ୟା, ବିଦ୍ୟାଳୟ ଶିକ୍ଷା, ଯୁବ ଦକ୍ଷତା ଓ ରୋଜଗାର, ସି ଏସ ଆର, ଏବଂ ଡିଜିଟାଲ ପ୍ରଯୁକ୍ତି ଓ ବିକାଶକୁ ନେଇ ଦଳଗତ ଆଲୋଚନା ହୋଇଥିଲା । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୪୦୦ରୁ ଅଧିକ ନାଗରିକ ସମାଜ, ବୁଦ୍ଧିଜୀବୀ, ଶିକ୍ଷାବିତ୍, ଗବେଷକ, ନିମନ୍ତ୍ରିତ ସରକାରୀ କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧି ଯୋଗଦେଇ ପରିବର୍ତ୍ତନଶୀଳ ଜନସଂଖ୍ୟା ଓ ଅଗ୍ରାଧିକାର ଭିତ୍ତିରେ ସେମାନଙ୍କ ଆବଶ୍ୟକତା ପ୍ରତିଫଳିତ ହେବା ଦିଗରେ ମତ ରଖିଥିଲେ।