ଜଗତସିଂହପୁର :କରୋନା ଭୁତାଣୁ ଦ୍ରୁତ ସଂକ୍ରମଣ ଓ ମହାମାରୀ ରୁପ ନେଇଥିବାରୁ ରାଜ୍ୟ ସରକାର ତ୍ୱରୀତ ପଦେକ୍ଷପ ଫଳରେ ରାଜ୍ୟ ଓ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ଜଗତସିଂହପୁର ଜିଲ୍ଲାର ପ୍ରବାସୀ ଶ୍ରମିକ,ଛାତ୍ରଛାତ୍ରୀ,ପର୍ଯ୍ୟଟକ ଓ ଅନ୍ୟାନ୍ୟ ବ୍ୟକ୍ତିମାନେ ଜିଲ୍ଲାକୁ ଫେରି ଆସୁଛନ୍ତି ।ଏହି ପ୍ରତ୍ୟାବର୍ତ୍ତନ ପ୍ରକ୍ରୀୟା ମେ ମାସ ୩ ତାରିଖ ଠାରୁ ଆରମ୍ଭ ହୋଇଛି ।
ଗତକାଲି ୧୨ ତାରିଖ ସୁଦ୍ଧା ୧୨୪୬ ପ୍ରବାସୀ ଜିଲ୍ଲାକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ।ଜିଲ୍ଲାପାଳ ସଂଗ୍ରାମ କେଶରୀ ମାହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପ୍ରବାସୀ ଜିଲ୍ଲାବାସୀଙ୍କୁ ଜଗତସିଂହପୁର ଏସଭିଏମ କଲେଜ ଠାରେ ଅଭିଜ୍ଞ ମେଡିକାଲ ଟିମ ମାଧ୍ୟମରେ ସ୍ୱାବ ସଂଗ୍ରହ କରାଯାଇ ଜିଲ୍ଲାର ୮ଟି ବ୍ଲକ ଓ ୨ଟି ପୌରାଞ୍ଚଳରେ କରାଯାଇଥିବା ସଂଗରୋଧ କେନ୍ଦ୍ରକୁ ପଠାଇ ଦିଆଯାଉଛି ।ସେମାନଙ୍କ ପାଇଁ ପାନୀୟ ଜଳ,ଶୈାଚାଳୟ,ସକାଳ ଓ ସଂଧ୍ୟାରେ ଟିିଫିନ,ମଧ୍ୟାହ୍ନ ଭୋଜନ ଓ ରାତ୍ର ଭୋଜନର ସୁବନେ୍ଦାବସ୍ତ କରାଯାଇଛି ।ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏସଭିଏମ କଲେଜ ପରିସରରେ ଉପସ୍ଥିତ ରହି ପ୍ରବାସୀ ଜିଲ୍ଲାବାସୀଙ୍କୁ ଦିଆଯାଉଥିବା ଖାଦ୍ୟ,ପାନୀୟ ଜଳ ଓ ଅନ୍ୟାନ୍ୟ ବ୍ୟବସ୍ଥା ବୁଝିଥିଲେ ।ଜିଲ୍ଲାପାଳଙ୍କ ସହିତ ଜିଲ୍ଲା ମୁଖ୍ୟ ଚିକିସôା ଅଧିକାରୀ ଡାକ୍ତର ବିଜୟା ପଣ୍ଡା,ପୌର ନିର୍ବାହୀ ଅଧିକାରୀ ବିମଳ କୁମାର ଲେଙ୍କା,ଜିଲ୍ଲାପାଳଙ୍କ ଓଏସଡି ସ୍ମୃତି ରଞ୍ଜନ ମିଶ୍ର ଉପସ୍ଥିତ ରହିଥିଲେ ।
ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ ବଏସଭିଏମ କଲେଜ ଠାରେ ଉପସ୍ଥିତ ରହି ପ୍ରବାସୀମାନଙ୍କର ନାମ ପଞ୍ଜିକରଣ,ବିଭିନ୍ନ ଯାନ ମାଧ୍ୟମରେ ସେମାନଙ୍କୁ ବିଭିନ୍ନ ବ୍ଲକକୁ ପ୍ରେରଣ,ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା ତଦାରଖ କରୁଛନ୍ତି ।ଗତ ୯ ତାରିଖରେ ଜଗତସିଂହପୁର ଜିଲ୍ଲାକୁ ଫେରିଥିବା ପ୍ରବାସୀ ଓଡିଆ ମାନଙ୍କ ମଧ୍ୟରୁ ସଂଗୃହିତ ହୋଇଥିବା ୧୫୫ ସ୍ୱାବ ନେଗେଟିଭ ହୋଇଥିବା ବେଳେ ୧୦ ତାରିଖରେ ସଂଗୃହିତ ହୋଇଥିବା ୧୨୦ ସ୍ୱାବ ରିପୋର୍ଟ ମଧ୍ୟ ନେଗେଟିଭ ଆସିଛି ।
ଏହା ସହିତ ଗତ ୧୧ ତାରିଖରେ ପାରାଦ୍ୱୀପ କୋଭିଡ ହସପିଟାଲରେ ସଂଗୃହିତ ହୋଇଥିବା ୨୬ ସ୍ୱାବ ରିପୋର୍ଟ ମଧ୍ୟ ନେଗେଟିଭ ଆସିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୁଚନା ମିଳିଛି ।କୋଭିଡ ମୁକାବିଲା ପାଇଁ ଜିଲ୍ଲାରେ ରାତିଦିନ ଏକ କରି ି ଅବିଶ୍ରାନ୍ତ ପରିଶ୍ରମ କରୁଥିବା ସ୍ୱାସ୍ଥ୍ୟ କର୍ମଚାରୀ,ପୌର କର୍ମଚାରୀ ଓ ଅନ୍ୟାନ୍ୟ କର୍ମଚାରୀ ମାନଙ୍କୁ ଜିଲ୍ଲାପାଳ ସଂଗ୍ରାମ ମହାପାତ୍ର ଭୂୟସୀ ପ୍ରଶଂସା କରିଛନ୍ତି ।
