ସାଲେପୁର, ୧୩ ।୫- ଆଜି ପୂର୍ବତନ ବିଧାୟକ ତଥା କଟକ ଜିଲ୍ଲା ବିଜେପି ସଭାପତି ପ୍ରକାଶ ଚନ୍ଦ୍ର ବେହେରା ସାଲେପୁର ବ୍ଲକ୍ର ବିଭିନ୍ନ ପଞ୍ଚାୟତ ଗସ୍ତ କରି ପଞ୍ଚାୟତ ମାନଙ୍କରେ ହୋଇଥିବା କ୍ୱାରେଣ୍ଟାଇନ୍ ସେଣ୍ଟରରେ ବୁଲିବା ସହ ସମସ୍ତ ସୁବିଧା ଅସୁବିଧା ସଂପର୍କରେ ପ୍ରବାସୀଙ୍କ ଠାରୁ ପଚାରି ବୁଝିଥିଲେ । ଏହି ଅବସରରେ ଶ୍ରୀ ବେହେରା ସାଲେପୁର ବ୍ଲକ୍ର ଭୀମଦାସପୁର, ସିଢ଼ୋ, ରାମକୃଷ୍ଣପୁର, ଓଡ଼ାସିଂହ ସମେତ ବିଭିନ୍ନ ପଞ୍ଚାୟତରେ ଗସ୍ତ କରି ସେହି ପଞ୍ଚାୟତରେ ଥିବା କ୍ୱାରେଣ୍ଟାଇନ୍ ସେଣ୍ଟରଗୁଡିକୁ ପରିଦର୍ଶନ କରିଥିଲେ ।
ଏଥିରେ ସାଲେପୁର ଜୋନ୍ ବିଜେପି ସଭାପତି ସରୋଜ କର, ରାଇସୁଙ୍ଗୁଡ଼ା ସଭାପତି ଭାନୁପ୍ରକାଶ ଦାଶଙ୍କ ସମେତ ବହୁ କର୍ମୀମାନେ ଉପସ୍ଥିତ ଥିଲେ । ସେହିପରି କେନ୍ଦ୍ରସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗରିବ କଲ୍ୟାଣ ଯୋଜନାରେ ପୁନର୍ବାର ୨୦ଲକ୍ଷ କୋଟି ଟଙ୍କା ସରକାରଙ୍କ ପକ୍ଷରୁ ଯୋଗାଇ ଦେବାକୁ ଘୋଷଣା କରିଥିବାରୁ ଏହି ଅବସରରେ ଏହାର ସୁଫଳ ଯେଭଳି ସ୍ଥାନୀୟ ଲୋକମାନେ ପାଇପାରିବେ ତାହାନେଇ ମଧ୍ୟ କର୍ମୀମାନଙ୍କୁ ପରାମର୍ଶ ଦେବା ସହ ଏହା ନେଇ ଅଧିକ ସଚେତନତା ସୃଷ୍ଟି କରିବାକୁ ପରାମର୍ଶ ଦେଇଥିଲେ ।