Odisha news

ତାଳ ହେଲା କାଳ : ଗଛରୁ ପଡି ବାଳକର ମୃତ୍ୟୁ

0

ବାସୁଦେବପୁର : ତାଳ ପାଖରେ ଅଟକ ରହିଥିଲା ଜୀବନ । କିଏ ଜାଣିଥିଲା ତାଳ ଶେଷରେ ବାଳକ ପାଇଁ କାଳ ହେବ । ସମଗ୍ର ବିଶ୍ୱ ମହାମାରୀ ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଲଢେଥିବା ବେଳେ ବାସୁଦେବପୁର ବ୍ଲକର ବରଣ୍ଡୁଆ ପଞ୍ଚାୟତର ରତାଙ୍ଗ ଗ୍ରାମର ୧୨ ବର୍ଷର ବାଳକ ତାଳ ବିଛାଇବା ପାଇଁ ଗଛରୁ ଖସି ମୃତ୍ୟୁ ବରଣ କରିଛି ।

ରତାଙ୍ଗ ଗ୍ରାମର ଭୀମସେନ ପୋଇଙ୍କ ପୁଅ ଚିନ୍ମୟ କୁମାର ପୋଇ ଆଜି ସକାଳେ ସାଙ୍ଗମାନଙ୍କ ସହିତ ତାଳ ଖାଇବା ପାଇଁ ଏକ ଆମ୍ବ ଗଛକୁ ଚଢି ଦାଆଙ୍କୁଡିରେ ଲଗାଇ ତାଳ ବିଛାଇବାକୁ ଯୋଜନା କରୁଥିଲେ । ତାଳ କାଟିବା ସମୟରେ ଭାରସାମ୍ୟ ହରାଇ ଆମ୍ବ ଗଛରୁ ଗୋଡ ଖସି ଯିବାରୁ ତଳେ ପଡି ଯାଇଥିଲା । ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରି ଘରକୁ ନେଇଥିଲେ । ଚିକିସିା ପାଇଁ ମାକୋଣା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିସିାଳୟକୁ ସ୍ଥାନାନ୍ତରିତ କରିଥିଲେ । ସେଠାରେ ଚିନ୍ମୟକୁ ମୃତ ଘୋଷରା କରିଥିଲେ ।

Leave A Reply