ଜଗତସିଂହପୁର :କରୋନା ସଂକ୍ରମଣକୁ ନେଇ ଲକ ଡାଉନ ଫଳରେ ସାରା ଦେଶ ଅଚଳ ଅବସ୍ଥା ।ବିଶେଷକରି ଲୋକେ ବେଶୀ ବାହାରକୁ ଆସୁନଥିବାରୁ ନିୟମିତ ରକ୍ତଦାତା ମାନେ ମଧ୍ୟ ବାହାରକୁ ଆସୁନାହାନ୍ତି ।ଫଳରେ ଜିଲ୍ଲା ରକ୍ତ ଭଣ୍ଡାରରେ ରକ୍ତର ଅଭାବ ରହୁଛି ।ଏହା ଦ୍ୱାରା ମେଡିକାଲରେ ପଡିଥିବା ଥାଲାସେମିଆ ରୋଗୀ ଠାରୁ ଆରମ୍ଭ କରି ଡେଲିଭରୀ ରୋଗୀ ପର୍ଯ୍ୟନ୍ତ ଆବଶ୍ୟକ ପଡିଲେ ରକ୍ତ ମିଳୁ ନାହିଁ ।ଏହାକୁ ଆଖି ଆଗରେ ରଖି ଜିଲ୍ଲାରେ କ୍ରମାଗତ ଭାବରେ ବିଭିନ୍ନ ବ୍ଲକରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ କରାଯାଉଛି ।
ଏହି କ୍ରମରେ ତିର୍ତ୍ତୋଲ ନିର୍ବାଚନୀ ମଣ୍ଡଳୀ ଏରଡଙ୍ଗା ପଞ୍ଚାୟତର ଷ୍ଟାର ମଣ୍ଡପ ଠାରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା ।ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ଜିଲ୍ଲା ସଂ୍ୋଜକ ମଧୁସୁଦନ ସାହୁଙ୍କ ନେତୃତ୍ୱରେ ଆୟୋଜିତ ଏହି ରକ୍ତଦାନ ଶିବିରରେ ୩୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ରଘୁନାଥପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ସ୍ୱପ୍ନ ସରିତା ବଳ,ଛପଡା ଗ୍ରାମ ପଞ୍ଚାୟତ ସରପଞ୍ଚ ବିଜୟ କୁମାର ସ୍ୱାଇଁ,ଏରଡଙ୍ଗା ଗ୍ରାମ ପଞ୍ଚାୟତର ସରପଞ୍ଚ ଛବିଲତା ମହାନ୍ତି,ଅନ୍ତର୍ଯ୍ୟାମୀ ରାଉତ,ବିଦ୍ୟାପୁରବ ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ଅଭୟ ମହାନ୍ତି,ମେହେମୁଦ ବେଗ,ଜ୍ୟୋସôା ରାୟ,ସମାଜସେବୀ ଖୋକନ ରାୟ,ରମାକାନ୍ତ ଦାସ,ତାରାକାନ୍ତ ଜେନା,ରାଜକିଶୋର ମହାନ୍ତି,ଅମର ପ୍ରସାଦ ରାୟ,ତାପସ ପାତ୍ର,ପ୍ରଶାନ୍ତ ରାଉତ,ଗଗନ ପରିଡା,ହରେକୃଷ୍ଣ ପରିଡା,କାହ୍ନା ନାୟକ,ପ୍ରବୀର ନାୟକ,ମଧୁଛନ୍ଦା ଦାସ,ଚିନା ବାରିକ,ରାମଚନ୍ଦ୍ର ବାହାଲିଆ,ନୀରଞ୍ଜନ ସୂତାର,ପ୍ରସନ୍ନ ମହାପାତ୍ର,ଅତୁଲ୍ୟ ସାମଲ,ଅଜୟ ମହାପାତ୍ର,ସୁଧାଶୁଂ ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ ।ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ମୁଖ୍ୟ ଚିକିସôାଳୟର ରକ୍ତ ଭଣ୍ଡାର ଅଧିକାରିଣୀ ଡାକ୍ତର ପଙ୍କଜିନୀ ବେହେରା ଓ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ରହିଥିଲେ ।