ଅନୁଗୁଳ: ସାରା ରାଜ୍ୟରେ ଏବେ କରୋନା ବିସ୍ଫୋରକ ରୂପ ନେଇଛି । ଏହି ପର୍ଯ୍ୟାୟରେ ଅନୁଗୁଳ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫ରେ ପହଁଚିଂଛି । ରାଜ୍ୟ ସରକାର କରୋନା ର ମୁକାବିଲା କରିବା ପାଇଁ ତାଳଚେରସ୍ଥିତ ନେହେରୁ ଶତାଦ୍ଦୀ ଚିକିତ୍ସାଳୟରେ ତିଆରି ହୋଇଥିବା କୋଭିଡ-୧୯ ହସ୍ପିଟାଲରେ ଏବେ ସମସ୍ତ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ତେବେ ଏଠାରେ ଏହି ସଂକ୍ରମିତ ମାନେ ଚିକିତ୍ସା ହେଉଥିବା ବେଳେ ବୁଧବାର ଏହି କୋଭିଡ ହସ୍ପିଟାଲର ବର୍ଜ୍ୟବସ୍ତୁ ପରିଚାଳନାକୁ ନେଇ ଉତେଜନା ଦେଖାଦେଇଛି ।
ସୂଚନା ଯୋଗ୍ୟ ଯେ, କୋଭିଡ ଡାକ୍ତର ଖାନାର ବର୍ଜ୍ୟବସ୍ତୁକୁ ବୁଧବାର ତାଳଚେର ମଣ୍ଡାପାଳ ମୁଖ୍ୟ ଚିକିତ୍ସାଳୟ ପରିସରରେ ପକାଇବାକୁ ଯୋଜନା କରାଯାଇଥିଲା । ଏଭଳି ଖବର ପାଇବା ପରେ ସ୍ଥାନୀୟ ଅଚଂଳବାସୀ ବର୍ଜ୍ୟବସ୍ତୁ ପରିଚାଳନା ପରିବହନ ଗାଡିକୁ ଅଟକାଇ ବିରୋଧ କରିଥିଲେ । ଘଟଣା ସ୍ଥଳରେ କିଛି ସମୟ ପାଇଁ ସାମାନ୍ୟ ଉତେଜନା ଲାଗି ରହିଥିଲା ।
କିଛି ସମୟ ପରେ ତାଳଚେର ଉପ-ଜିଲ୍ଲାପାଳ, ତହସିଲଦାର ଓ ଆଇ ଆଇ ସି ପହଁଚିଂ ଲୋକଙ୍କ ମଧ୍ୟରେ ଆଲୋଚନା କରିଥିଲେ । ତେବେ ଜିଲ୍ଲା ପ୍ରଶାସନ ଓ ନେହେରୁ ଶତାଦ୍ଦୀ ଡାକ୍ତର ଖାନାର ତାଳମେଳ ଅଭାବ ଯୋଗୁଁ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ସ୍ଥାନୀୟ ଅଚଂଳବାସୀ ଅଭିଯୋଗ କରିଥିଲେ ।