Odisha news

ବନ୍ତଳା : ପେଟ୍ରୋଲ ପମ୍ପ ମାଲିକଙ୍କ ପକ୍ଷରୁ ମାସ୍କ ବଟଂନ

0

ବନ୍ତଳା: ସାରା ରାଜ୍ୟରେ କରୋନାକୁ ନେଇ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି । କରୋନା ଭୂତାଣୁ ଦାଉରୁ ରକ୍ଷା ପାଇବା ପାଇଁ ମୁହଁରେ ମାସ୍କ, ସାବୁନରେ ହାତ ଧୋଇବା ଓ ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦିଆଯାଇଛି । ଏହାକୁ ଆଖି ଆଗରେ ରଖି ଅନୁଗୁଳ ବ୍ଲକ ବଡକେରା ଦେଇ କଟକ ଯାଉଥିବା ଜାତୀୟ ରାଜପଥର ବନ୍ତଳା ହାଇସ୍କୁଲ ନିକଟରେ ଥିବା ରିଆ କିଷାନ ସେବାକେନ୍ଦ୍ର ର ମୁଖ୍ୟ ଅରୁଣ କୁମାର ସାହୁ ପେଟ୍ରୋଲ ପକାଇବାକୁ ଆସିଥିବା ୨୦୦ ଲୋକଙ୍କୁ ବୁଧବାର ଦିନ ମାସ୍କ ବଟଂନ କରିଥିଲେ । ଯାହାକୁ ଗ୍ରାହକ ମାନେ ପ୍ରଶଂସା କରିବା ସହିତ ନିୟମକୁ ପାଳନ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି । ଆଗାମୀ ଦିନରେ ବିନା ମାସ୍କ ରେ ପେଟ୍ରୋଲ ଦିଆଯିବ ନାହିଁ ବୋଲି ଶ୍ରୀ ସାହୁ ପ୍ରକାଶ କରିଛନ୍ତି ।

Leave A Reply