ଅତ୍ୟଧିକ ସାଚୁରେଟେଡ଼ ଓ ଟ୍ରାନ୍ସ ଫ୍ୟାଟ ଖାଇବା ଦ୍ୱାରା ଓ ଫିଜିକାଲ ଆକ୍ଟିଭିଟି ନକରିବା ଦ୍ୱାରା ଶରୀରରେ ଟ୍ରାନ୍ସ ଫ୍ୟାଟ ଜମି ଯାଇଥାଏ l ଯେତେବେଳେ ଏହି ଫ୍ୟାଟ ଆମ ଆର୍ଟାରୀ ରେ ଜମା ହୋଇ ତାକୁ ବ୍ଲକ କରିବା ଆରମ୍ଭ ହୋଇଯାଇ ଥାଏ , ଏହା ବର୍ଦ୍ଧିତ କୋଲେଷ୍ଟ୍ରଲ ର କାରଣ ହୋଇଥାଏ l
– କୋଲେଷ୍ଟ୍ରଲ ବୃଦ୍ଧି ହେଲେ ରକ୍ତ ପ୍ରବାହ କମ ହୋଇଯାଇ ଥାଏ, ଯେଉଁ କାରଣରୁ ହାର୍ଟ ରକ୍ତ କୁ ପମ୍ପ କରିବା ପାଇଁ ଅଧିକ ଚାପ ର ଶିକାର ହୋଇଥାଏ l ଯେଉଁ କାରଣରୁ ବ୍ଲଡ଼ ପ୍ରେସର ସମସ୍ୟା ଆରମ୍ଭ ହୋଇଥାଏ l
– କୋଲେଷ୍ଟ୍ରଲ ବୃଦ୍ଧି ହେବା ଦ୍ୱାରା ଏହାର ଗମ୍ଭୀର ଲକ୍ଷଣ ଗୋଡ଼ ରେ ଦେଖିବାକୁ ମିଳିଥାଏ l ଯଦି ଆପଣଙ୍କ ଗୋଡ଼ ରେ ଲଗାତାର ଯନ୍ତ୍ରଣା ଅନୁଭୂତ ହୋଇଥାଏ ଓ ଚାଲିବାରେ ଅସୁବିଧା ହୋଇଥାଏ l ଏପରି ସମସ୍ୟା ଦେଖାଦେଲେ ଆପଣ ନିଜର କୋଲେଷ୍ଟ୍ରଲ ପରୀକ୍ଷା କରନ୍ତୁ l
– କୋଲେଷ୍ଟ୍ରଲ ବଢିବା ସ୍ଥିତି ରେ ବ୍ୟକ୍ତିକୁ ପ୍ରଶ୍ୱାସ ନେବାରେ ଅସୁବିଧା ହୋଇଥାଏ l ଧଇଁସଇଁ ଲାଗିଥାଏ, ଏବଂ ବାରମ୍ବାର ପ୍ରଶ୍ୱାସ ସମ୍ବନ୍ଧୀୟ ସମସ୍ୟା ଦେଖା ଯାଇଥାଏ l ଯେପରି ଶ୍ୱାସ ରୋଗରେ ପୀଡିତ ହେବା ଭଳି ଅନୁଭବ ହୋଇଥାଏ l
– ଯଦି ଆପଣ ବିନା କାରଣରେ ହାତ ଝିମଝିମ ହେବା କିମ୍ବା ହାତ ବଧୀରା ଲାଗିବା ଏବଂ ହାତରେ ଯନ୍ତ୍ରଣା ଅନୁଭବ ହୋଇଥାଏ ତେବେ ଏହା କୋଲେଷ୍ଟ୍ରଲ ର ଲକ୍ଷଣ ଅଟେ l ଏହା ପ୍ରାରମ୍ଭିକ ପର୍ଯ୍ୟାୟ ରେ ଦେଖା ଯାଇଥାଏ l
– ବିନା କାରଣରେ ଅତ୍ୟଧିକ ଝାଳ ବୋହିବା, ମନ ବିବ୍ରତ ଲାଗିବା, ଚିଡିଚିଡା ଲାଗିବା ବର୍ଦ୍ଧିତ କୋଲେଷ୍ଟ୍ରଲ ର ଲକ୍ଷଣ ଅଟେ l ଏପରି ସ୍ଥିତିରେ ଡାକ୍ତରଙ୍କୁ ପରାମର୍ଶ କରି ରକ୍ତ ପରୀକ୍ଷା କରନ୍ତୁ l
