Odisha news

କାହାଣୀ ଗୋଟିଏ କୋଲ୍ଡ଼ ଡ୍ରିଂକ୍ସ ର : ଉତ୍ଥାନ ପତନ ଦେଇ ହୋଇ ଯାଇଥିଲା ସମସ୍ତଙ୍କର ପ୍ରିୟ

0

କଣ ଆପଣ ମଧ୍ୟ କୋଲ୍ଡ଼ ଡ୍ରିଂକ୍ସ ପିଇବାକୁ ପସନ୍ଦ କରନ୍ତି …
ନିଶ୍ଚିନ୍ତ ଭାବରେ ଆପଣଙ୍କ ମନରେ ଧୀରେ କି ହଁ ଶବ୍ଦ ଟି ଆସିବ ….
ଏବଂ ତୁରନ୍ତ ମନରେ ଭାବି ବସିବେ ନିଜର ପ୍ରିୟ କୋଲ୍ଡ଼ ଡ୍ରିଂକ୍ସ ବ୍ରାଣ୍ଡ ଟିକୁ …

ଗରମ ଦିନ ହେଉ କିମ୍ବା ଥଣ୍ଡା ଦିନ କୋଲ୍ଡ଼ ଡ୍ରିଂକ୍ସ ପିଇବାର କୌଣସି ସମୟ ନଥାଏ l ବାସ ଇଚ୍ଛା ହେବା ଜରୁରୀ l ହଁ ଆଜ୍ଞା , ମଣିଷ ଅନେକ ସମୟରେ ନିଜ ବ୍ୟବହାର କରୁଥିବା ପ୍ରିୟ ଜିନିଷ ବିଷୟରେ ଜାଣିବାକୁ ଇଛା କରିଥାଏ, କିନ୍ତୁ ଜାଣି ପରି ନଥାଏ l ବଜାରରେ ମିଳୁଥିବା ବିଭିନ୍ନ କୋଲ୍ଡ଼ ଡ୍ରିଂକ୍ସ ମାନଙ୍କ ମଧ୍ୟରୁ ପେପ୍ସି ନା ଟି ସହିତ ସମସ୍ତେ ପରିଚିତ l

ଆଜି ଆମେ ଜାଣିବା ଏହି ପେପ୍ସି କୋଲ୍ଡ଼ ଡ୍ରିଂକ୍ସ ର ଇତିହାସ ବିଷୟରେ, ଆପଣ ନିଶ୍ଚିନ୍ତ ଭାବୁଥିବେ ସତରେ କଣ କୋଲ୍ଡ଼ ଡ୍ରିଂକ୍ସ ର ମଧ୍ୟ ଇତିହାସ ରହିଛି ? ହଁ ଆଜ୍ଞା ଯେଉଁ ପେପ୍ସି କୋଲ୍ଡ଼ ଡ୍ରିଂକ୍ସ ଘରେ ଘରେ ସମସ୍ତଙ୍କ ର ପ୍ରିୟ , ଆଜି ଆସନ୍ତୁ ଜାଣିବା ତାହାର ଇତିହାସ ବିଷୟରେ l

ପେପ୍ସି କୋଲ୍ଡ଼ ଡ୍ରିଂକ୍ସ ର ଇତିହାସ ୧୨୫ ବର୍ଷ ପୁରୁଣା ଅଟେ , ଏତେ ଦୀର୍ଘ ଦିନର ହୋଇ ମଧ୍ୟ ପେପ୍ସି ସମସ୍ତଙ୍କର ପ୍ରିୟ ସଫ୍ଟ ଡ୍ରିଂକ୍ସ ଭାବରେ ପରିଚିତ ହୋଇ ରହିଛି l ଏପରି ନୁହେଁ କି ପେପ୍ସି ର ଯାତ୍ରାରେ କିଛି ଉତ୍ଥାନ ପତନ ଆସି ନାହିଁ l ଗୋଟିଏ ସମୟ ଏଭଳି ମଧ୍ୟ ଥିଲା ଯେ ଏହି କମ୍ପାନୀ ଦେବାଳିଆ ହୋଇ ଯାଇଥିଲା l

ପେପ୍ସି ର କାହାଣୀ –
ଆମେରିକାରେ ଜନ୍ମିତ ମେଡିକାଲ ସ୍ଟୁଡେଣ୍ଟ କlଲେବ ଡେଭିସ ବେଡ଼ହମ ଙ୍କର ସର୍ବଦା ଗୋଟିଏ ଡାକ୍ତର ହେବାରର ସ୍ବପ୍ନ ଥିଲା l ସ୍ନାତୋକ ଶିକ୍ଷା ଗ୍ରହଣ କରିବା ପରେ ସେ ମେରିଲ୍ୟାଣ୍ଡ ସ୍କୁଲ ଅଫ ମେଡ଼ିସିନ ରେ ଶିକ୍ଷା ଗ୍ରହଣ କରିବା ପାଇଁ ଆଡ଼ମିସନ ନେଇଥିଲେ l ଗୋଟିଏ ସମୟ ଏଭଳି ଆସିଥିଲା ତାଙ୍କ ନିକଟରେ କଲେଜ ଫିସ ଦେବା ପାଇଁ ମଧ୍ୟ ପଇସା ନଥିଲା l ଏପରି ସ୍ଥିତି ରେ ସେ ଗୋଟିଏ ଔଷଧ ଦୋକାନ ରେ କାମ କରିବା ଆରମ୍ଭ କଲେ l ତାଙ୍କ ପିତା ଆର୍ଥିକ ଅନାଟନ ମଧ୍ୟରେ ଗତି କରୁଥିଲେ, ଶିକ୍ଷା ଗ୍ରହଣ ରେ ଅର୍ଥ ସାଜିଥିଲା ବାଧକ l ନିଜ ପରିବାରର ଆର୍ଥିକ ଅବସ୍ଥାକୁ ଦେଖି ଡେଭିସ ଗୋଟିଏ ସ୍କୁଲ ରେ ପାଠ ପଢ଼ାଇବା ଆରମ୍ଭ କରିଥିଲେ l ଏହି ସମୟରେ ସେ କିଛି କିଛି ପଇସା ସଂଚୟ କରି ରଖି ନ୍ୟୁବର୍ନ ର ପୋଲାକ ଷ୍ଟ୍ରିଟ ରେ ଗୋଟିଏ ମେଡିକାଲ ସ୍ତର ଖୋଲି ଥିଲେ l

ବ୍ରେଡହାମ ଅଧିକ ଧନ ରୋଜଗାର ପାଇଁ ଗୋଟିଏ ଡ଼ାଈଜେଷ୍ଟିଭ ସଫ୍ଟ ଡ୍ରିଙ୍କ ପ୍ରସ୍ତୁତ କଲେ, ଯାହା ତାଙ୍କ ଗ୍ରାହକ ମାନଙ୍କୁ ଖୁବ ପସନ୍ଦ ଆସିଥିଲା l ଏହାପରେ ଏହା ଧୀରେ ଧୀରେ ପ୍ରସିଦ୍ଧି ଲାଭ
କରିଥିଲା l ଏବଂ ଏହି ଡ଼ାଈଜେଷ୍ଟିଭ ଡ୍ରିଂକ୍ସ କୁ ଲୋକେ ବ୍ରାଡ଼ସ ଡ୍ରିଂକ୍ସ ଭାବରେ ଜାଣିଲେ l

୨୮ ଅଗଷ୍ଟ ୧୮୯୮ , ଡେଭିସ ବ୍ରାଡ଼ହମ ଦେଇଥିଲେ ଏହି ଡ୍ରିଂକ୍ସ କୁ ଗୋଟିଏ ନୂଆ ପରିଚୟ , ଯେଉଁଠି ଉତ୍ପତି ହୋଇଥିଲା ପେପ୍ସି କୋଲା ର l ଏହାର ୪ବର୍ଷ ପରେ ୧୯୦୨ ରେ ଏହାର ନାମରେ ଗୋଟିଏ କମ୍ପାନୀ ତିଆରି କରିବାରେ ସକ୍ଷମ ହୋଇଥିଲେ ଡେଭିସ ବ୍ରାଡ଼ହମ l ଏହାପରେ ଡେଭିସ ଭଡାରେ ଜାଗା ନେଇ ପେପ୍ସି କୋଲା ତିଆରି କରିବା ଆରମ୍ଭ କଲେ l ୧୯୦୫ ବେଳକୁ ପେପ୍ସି କୋଲା ବୋତଲରେ ଭର୍ତି ହୋଇ ପେପ୍ସି ଭାବରେ ନିଜର ପରିଚୟ ବଜାରରେ ସୃଷ୍ଟି କରିଥିଲା l ଦୀର୍ଘ ୧୭ ବର୍ଷ କାଳ ଦୁନିଆରେ ଦ୍ରୁତ ଗତିରେ ବିକ୍ରି ହେବା ପରେ ପେପ୍ସି ବିକ୍ରୀ ଧୀରେ ଧୀରେ କମିବାକୁ ଲାଗିଲା l

ଏହି ସମୟ ଥିଲା ପ୍ରଥମ ବିଶ୍ୱ ଯୁଧର, ସେହି ସମୟ ରେ ଚିନି ଦର ଆକାଶ ଛୁଆଁ ହୋଇଥିଲା, ଲଗାତାର ଚିନି ର ଦରବୃଦ୍ଧି କାରଣ ରୁ ଡେଭିସ ଅଧିକ ମାତ୍ରାରେ କିଣି ଗଛିତ କରି ରଖିନେଲେ l କିନ୍ତୁ ଅଚାନକ ଭାବରେ ଚିନିର ଦର ହ୍ରାସ ହୋଇଗଲା l ଏହି ସମୟରେ ଏଭଳି ଆର୍ଥିକ ସଙ୍କଟ ଆସିଥିଲା ଯେ ଡେଭିସ ପୁନର୍ବାର ମେଡିକାଲ ସ୍ତର ରେ କାମ କରିବା ଆରମ୍ଭ କଲେ l

୧୯୨୩ ସେହି ସମୟ ଥିଲା ଯାହା ଦିନେ ଡେଭିସ ଭାବି ନଥିଲେ, ଲାଫ୍ଟ କ୍ୟାଣ୍ଡି ନାମକ କମ୍ପାନୀ୩୫ ହଜାର ଡଲାର ରେ ପେପ୍ସି କୋଲା କୁ କିଣି ନେଲା l ୧୯୩୪ ରେ ପୁନର୍ବାର ଏହି କମ୍ପାନୀ ବିକ୍ରି ହେଲା l ଏହାପରେ ୧୯୪୦ ରେ ଏହାର ଲୋକ ପ୍ରିୟତା କୁ ବଢାଇବା ପାଇଁ ବିଜ୍ଞାପନ ପ୍ରସ୍ତୁତ ହେଲା l ସମୁଦାୟ ୫୦ ଟି ଭାଷାରେ ଏହାର ବିଜ୍ଞାପନ ପ୍ରସ୍ତୁତ କରାଯାଇ ବ୍ରଡ଼କାଷ୍ଟ କରାଗଲା l ଯାହାଦ୍ୱାରା କମ୍ପାନୀ ର ଖୁବ ଲାଭ ହେଲା l ଧୀରେ ଧୀରେ ୬୦ ଦଶକ ବେଳକୁ ପୁରା ଦୁନିଆରେ ପେପ୍ସି କବ୍ଜା କରି ଥିଲା ଓ ସାରା ଦୁନିଆର ଲୋକ ଙ୍କର ପ୍ରିୟ ସଫ୍ଟ ଡ୍ରିଂକ୍ସ ହୋଇଗଲା l

Leave A Reply