Odisha news

କଫି ପିଇବାର ସାଇଡ ଇଫେକ୍ଟ : ରାତିରେ ଯଦି କଫି ପିଉଛନ୍ତି ତେବେ ରୁହନ୍ତୁ ସତର୍କ, ନଚେତ ଉଡିଯିବ ଆପଣଙ୍କ ନିଦ

0

କଫି ସେବନ କରିବାକୁ ପ୍ରାୟ ସମସ୍ତେ ପସନ୍ଦ କରନ୍ତି, ଆମ ମଧ୍ୟରୁ ଅନେକ ଲୋକଙ୍କର ବିଶେଷ ଭାବରେ ରାତିରେ କଫି ସେବନ କରିବାର ଅଭ୍ୟାସ ରହିଛି l ଯଦି ଆପଣ ଏଭଳି କରୁଛନ୍ତି ତେବେ ଏହା ଶରୀର ପାଇଁ ଠିକ ନୁହେଁ, କାହିଁକି ନା ଆପଣ ଏଭଳି କରିବା ଦ୍ୱାରା ଶରୀର ପାଇଁ ବଡ଼ ବିପଦ ସୃଷ୍ଟି ହୋଇଥାଏ l କଫି ରେ କାଫିନ ସ୍ଟିମୁଲେଟ ହୋଇଥାଏ, ଯାହାକି ନିଦରେ ବାଧା ସୃଷ୍ଟି କରିଥାଏ l ଯାହାକି ବ୍ରେନ ରେ ଅଲ୍ଟରନେଶ ଓ ଆୱେରନେସ କୁ ବୃଦ୍ଧି କରିଥାଏ l ଯେଉଁ କାରଣରୁ କଫି ପିଇବା ରାତିରେ ଶରୀର ପାଇଁ କ୍ଷତିକାରକ ହୋଇଥାଏ l ଏବଂ କାଫିନ ମଧ୍ୟ ଆମକୁ ଫ୍ରେସ ଫିଲ କରାଇ ଥାଏ l

କେଉଁ ସମୟରେ କଫି ସେବନ କରିବା ଉଚିତ ନୁହେଁ –
ଯଦି ଆପଣ ରାତିରେ ସୁଖ ନିଦ୍ରାରେ ଶୋଇବାକୁ ଚାହୁଁଛନ୍ତି ତେବେ କଫି ସେବନ କରିବା ବନ୍ଦ କରିଦିଅନ୍ତୁ l ଯଦିବି ଆପଣଙ୍କର ରାତିରେ କଫି ପିଇବାର ଅଭ୍ୟାସ ରହିଛି ତେବେ ବିଛଣା କୁ ଯିବାର ୧ଘଣ୍ଟା ପୂର୍ବରୁ ସେବନ କରନ୍ତୁ , ଏବଂ ରାତି ସମୟ ରେ କଦାପି ବ୍ଲାକ କଫି ସେବନ କରନ୍ତୁ ନାହିଁ l ଦୁଗ୍ଧ ଯୁକ୍ତ କଫି ରେ କାଫିନ ର ମାତ୍ରା ଖୁବ କମ ରହିଥାଏ l

* ଯଦି ରାତିରେ କଫି ପିଉଛନ୍ତି ତେବେ ଷ୍ଟ୍ରଙ୍ଗ କଫି କଦାପି ପିଅନ୍ତୁ ନାହିଁ, ହାଲୁକା ଦୁଗ୍ଧ ଯୁକ୍ତ କଫି ସେବନ କରନ୍ତୁ l ରାତିରେ କଦାପି ଚିନି ଯୁକ୍ତ କଫି ପିଇବା ଉଚିତ ନୁହେଁ l କାହିଁକି ନା ରାତିରେ ଚିନି ଯୁକ୍ତ କଫି ସେବନ ଦ୍ୱାରା ନିଦ ପ୍ରଭାବିତ ହୋଇପାରେ l ଏବଂ ଶରୀର ରେ ସୁଗାର ସ୍ତର ବୃଦ୍ଧି ହୋଇପାରେ l ଏବଂ ରାତିରେ କଫି ରେ ଡ଼ାଲିଚୀନ ବ୍ୟବହାର କରିବା ଆବଶ୍ୟକ l ଡ଼ାଲିଚୀନ ରେ ଥିବା ଆଣ୍ଟି ଅକ୍ସିଡେଣ୍ଟ ରାତିରେ କଫି ର ସାଇଡ ଇଫେକ୍ଟ କୁ ହ୍ରାସ କରିଥାଏ l

* ରାତିରେ ଯଦି କଫି ସେବନ କରୁଛନ୍ତି ତେବେ ଅଳମଣ୍ଡ ମିଳ୍କ ଗୋଟିଏ ଭଲ ବିକଳ୍ପ ଅଟେ l ଏହାଦ୍ୱାରା ନିଦ୍ରା ହୀନତା ସମସ୍ୟାର ର ସମୁଖୀନ ହୁଅନ୍ତୁ ନାହିଁ l  ଏବଂ ଶରୀର ମଧ୍ୟ ସୁସ୍ଥ ରହିବ l ସବୁବେଳେ ଶୋଇବା ପୂର୍ବରୁ ଗରମ ଦୁଗ୍ଧ କିମ୍ବା ଗରମ  ଅନ୍ୟ କୌଣସି ଗରମ ଜିନିଷ ସେବନ କରିପାରିବେ , ଯାହାକି ଭଲ ନିଦ୍ରା ଦେବ l

* ଯେଉଁ ବ୍ୟକ୍ତିମାନେ ଉଚ୍ଚ ରକ୍ତଚାପ ରେ ପ୍ରଭାବିତ ସେମାନେ କଦାପି ରାତିରେ କଫି ସେବନ କରନ୍ତୁ ନାହିଁ, କାହିଁକିନା କଫି ରେ ଥିବା କାଫିନ ମାତ୍ରା ରକ୍ତଚାପ ବୃଦ୍ଧି କରିଥାଏ l ଯାହାକି ଜୀବନ ପ୍ରତି ବିପଦ ପୁର୍ଣ ଅଟେ l

Ad2
Leave A Reply