ଶ୍ରିଫଳ ହେଉଛି ନଡ଼ିଆ ର ଛୋଟ ଆକାର l ନଡ଼ିଆ କୁ ଗୋଟିଏ ପବିତ୍ର ଜିନିଷ ଭାବରେ ଗ୍ରହଣ କରାଯାଇ ଥାଏ l ନଡ଼ିଆ ର ହିନ୍ଦୁ ଧର୍ମ ରେ ବିଶେଷ ମହତ୍ୱ ରହିଛି l ହୋମ – ପୂଜା ଠାରୁ ନେଇ ସମସ୍ତ ଶୁଭ କାର୍ଯ୍ୟ ରେ ନଡ଼ିଆ ର ବସେଷତ୍ୱ ରହିଥାଏ l ସମସ୍ତ ଶୁଭ କାର୍ଯ୍ୟ ର ଆରମ୍ଭ ନଡ଼ିଆ ଭାଙ୍ଗିବାରୁ ହୋଇଥାଏ l
* ଭଗବାନ ବିଷ୍ଣୁ ଙ୍କ ର ପ୍ରିୟ ଜିନଷ ମାନଙ୍କ ମଧ୍ୟରେ ନଡ଼ିଆ ଗଛ , ମାଲକ୍ଷ୍ମୀ ଓ କାମ ଧେନୁ ସାମିଲ ରହିଛି l ପୃଥିବୀ ରେ ଅବତାର ସମୟରେ ଭଗବାନ ବିଷ୍ଣୁ ଏହି ୩ ଟି ଜିନିଷ ନିଜ ସହ ନେଇ ଆସିଥିଲେ l
* କାହିଁକି ନଡ଼ିଆକୁ କୁହାଯାଏ ଶ୍ରିଫଳ –
ନଡ଼ିଆ ଗଛରେ ନଡ଼ିଆ ଫଳୁଥିବା କାରଣରୁ ତାହାକୁ ଭଗବାନ ବିଷ୍ଣୁ ଙ୍କ ସହିତ ଯୋଡି ଦେଖାଯାଇ ଥାଏ l ଶ୍ରୀହରୀ ବିଷ୍ଣୁ ଙ୍କ ର ପ୍ରିୟ ଏହି ଫଳ ହୋଇଥିବା କାରଣରୁ ଏହାକୁ ଶ୍ରୀ ଫଳ କୁହାଯାଇ ଥାଏ l
* ଯେଉଁ ଘରେ ନଡ଼ିଆ ବା ଶ୍ରୀ ଫଳ ରଖାଯାଇ ଥାଏ , ସେହି ଘରେ ବିଷ୍ଣୁ ପତ୍ନୀ ମା ଲକ୍ଷ୍ମୀ ଙ୍କ ବାସ ହୋଇଥାଏ l ତେଣୁ ସର୍ବଦା କଳସ ଉପରେ ନଡ଼ିଆ ରଖାଯାଇ ଗଣେଶ ଙ୍କୁ ଆବାହନ କରାଯିବା ସହିତ ବିଷ୍ଣୁ ଓ ଲକ୍ଷ୍ମୀ ଙ୍କ କୃପା ମଧ୍ୟ ଲାଭ କରାଯାଇ ଥାଏ l ସମସ୍ତ ମଙ୍ଗଳିକ କାର୍ଯ୍ୟ ରେ ଶ୍ରୀ ଫଳ ରେ ଅନେକ ମହତ୍ୱ ରହିଥାଏ l
* ଯଦି ପୂଜା ଘରେ ନଡ଼ିଆ ପୂଜା ସ୍ଥାନରେ ରଖାଯାଇ ଥାଏ ତେବେ ସୁଖ ସମୃଦ୍ଧି ର ଆଗମନ ହୋଇଥାଏ l ଏବଂ ଈଶ୍ୱର ଙ୍କ କୃପା ଦୃଷ୍ଟି ପରିବାର ଉପରେ ସର୍ବଦା ରହିଥାଏ – ଯଦି ଆପଣ ଆର୍ଥିକ ଅସୁବିଧା ଦେଇ ଯାଉଛନ୍ତି ତେବେ ମା ଲକ୍ଷ୍ମୀ ନିକଟରେ ନଡ଼ିଆ ଟିଏ ରଖନ୍ତୁ l
* ବ୍ୟବସାୟ ରେ ସଫଳତା ପାଇଁ ଗୋଟିଏ ନଡ଼ିଆ କୁ ନେଇ ହଳଦିଆ କପଡା ରେ ଗୁଡ଼ାଇ ଗୋଟିଏ ପଇତା ସହିତ ବିଷ୍ଣୁ ମନ୍ଦିର ରେ ଅର୍ପଣ କରି ଦିଅନ୍ତୁ l ବ୍ୟବସାୟ ରେ ସଫଳତା ମିଳିବ l