Odisha news

କୋଭିଡ୍‍-୧୯ ପାଇଁ ଓଡ଼ିଶା ପ୍ରଶାସନିକ ସେବା ସଂଘର ଦିନକର ଦରମା ପ୍ରଦାନ

0

ଭୁବନେଶ୍ୱର : ୦୨ ଅପ୍ରେଲ,୨୦୨୦ : ରାଜ୍ୟରେ କୋଭିଡ-୧୯ ସଂକ୍ରମଣକୁ ପ୍ରତିହତ କରିବା ଦିଗରେ ରାଜ୍ୟ ସରକାରଙ୍କୁ ସହଯୋଗ
କରିବା ଉଦ୍ଦେଶ୍ୟରେ ଓଡ଼ିଶା ପ୍ରଶାସନିକ ସେବା ସଂଘ ତରଫରୁ ସମସ୍ତ ସଦସ୍ୟସଦସ୍ୟା ଦିନକର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପା=ିକୁ ପ୍ରଦାନ କରିବାକୁ ନୀତିଗତ ନିଷ୍ପତ୍ତି ନେ ଇଛନ୍ତି । ଏହି ମର୍ମେର ମୁଖ୍ୟମନ୍ତ୍ରୀଙ୍କୁ ଏକ ପତ୍ର ମାଧ୍ୟମରେ ସଂଘ ତରଫରୁ ଜଣାଇ ଦିଆଯାଇଛି । ଜିଲ୍ଲା ସଂଘଗୁଡ଼ିକ ଏକ ସଙ୍ଗରେ ଆଦାୟ ଅର୍ଥ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‍ ରେ ଜମା କରିବାକୁ କୁହାଯାଇଛି । ସଂଘ ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ରାଜ୍ୟ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ସମସ୍ତ ଉଦ୍ୟମରେ ପୂର୍ଣ୍ଣ ସହଯୋଗ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ଉଲ୍ଲେଖ କରାଯାଇଛି ।

Leave A Reply