Odisha news

ଲକ୍‍ ଡାଉନ୍‍ ସମୟରେ ଶିଶୁ ଓ କିଶୋରମାନଙ୍କ ପାଇଁ “ମୋ ପ୍ରତିଭା’ କାର୍ଯ୍ୟକ୍ରମ

0

ଭୁବନେଶ୍ୱର : ୦୨ ଅପ୍ରେଲ,୨୦୨୦ : ସଂପ୍ରତି କୋଭିଡ୍‍-୧୯ ପରିପ୍ରେକ୍ଷୀରେ ଲକ୍‍ ଡାଉନ୍‍ ଚାଲିଥିବାରୁ ଏହାଦ୍ୱାରା ସବୁଠାରୁ ବେଶୀ
ପ୍ରଭାବିତ ହୋଇଛନ୍ତି କୋମଳମତି ଶିଶୁ, ବାଳକବାଳିକା ଏବଂ ଛାତ୍ରଛାତ୍ରୀମାନୋ ସ୍କୁଲଗୁଡ଼ିକ ବନ୍ଦ ରହିଥିବାରୁ ପିଲାମାନେ ପୂରା ସମୟ ଘରେ ରହୁଛନ୍ତିା ତେଣୁ, ଶିଶୁ, କିଶୋର ଏବଂ ଛାତ୍ରଛାତ୍ରୀମାନଙ୍କୁ ଏହି ଲକ୍‍ ଡାଉନ୍‍ ସମୟରେ ସୃଜନଶୀଳ କାର୍ଯ୍ୟରେ ନିୟୋଜିତ ରଖିବା ତଥା ସେମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ନିମନ୍ତେ ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଏବଂ
କ୍ରୀଡ଼ା ଓ ଯୁବ ସେବା ବିଭାଗ ତଥାୟୁନିସେଫ୍‍ର ମିଳିତ ସହଯୋଗରେ “ମୋ ପ୍ରତିଭା’ ଶୀର୍ଷକ ଏକ ଅନ୍‍ଲାଇନ୍‍ ପ୍ରତିଯୋଗିତାର ଆୟୋଜନ କରୁଛନ୍ତିା ୫-୧୮ ବର୍ଷ ବୟସର ଶିଶୁ ତଥା କିଶୋରକିଶୋରୀମାନଙ୍କ ପାଇଁ “ଲକ୍‍ ଡାଉନ୍‍ ସମୟରେ ଗୃହ ଭିତରେ ରହିବାର ଅନୁଭବ’ ଓ “ଜଣେ ଯୁବ ନାଗରିକ ହିସାବରେ କୋଭିଡ୍‍-୧୯ ସମୟରେ ମୋର କର୍ତ୍ତବ୍ୟ’ ପ୍ରସଙ୍ଗ ଉପରେ ଚିତ୍ରାଙ୍କନ, ପୋଷ୍ଟର ତିଆରି, ସ୍ଳୋଗାନ ରଚନା, କ୍ଷୁଦ୍ରଗଳ୍ପ(୫୦୦ ଶବ୍ ମଧ୍ୟରେ) ଓ କବିତା ରଚନା ପ୍ରତିଯୋଗିତା କରାଯିବା ପଠାଯାଇଥିବା ବିଷୟ ସଂପୂର୍ଣ୍ଣ ନିଜସ୍ୱ ହେବା
ଆବଶ୍ୟକା ଏହି ପ୍ରତିଯୋଗିତାରେ ୫-୧୦ ବର୍ଷ, ୧୧-୧୬ ବର୍ଷ ଏବଂ ୧୬-୧୮ ବର୍ଷ ୩ଟି ବର୍ଗରେ କରାଯିବା ବିଜେତାଙ୍କ ନାମ ପ୍ରତି ଗୁରୁବାର ଘୋଷଣା କରାଯିବା ସମସ୍ତ ବିଷୟ ପ୍ରତିଦିନ ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ଅନ୍‍ଲାଇନ୍‍ରେ ପଠାଇବାକୁ
ହେବା ଓଡ଼ିଶା ସରକାର ଏବଂୟୁନିସେଫ୍‍ ତରଫରୁ ବିଜେତାମାନଙ୍କୁ ମାନପତ୍ର ପ୍ରଦାନ କରାଯିବା ସହ ଶ୍ରେଷ୍ଠ ନିର୍ବାଚିତ ପ୍ରସଙ୍ଗଗୁଡ଼ିକ କୋଭିଡ୍‍-୧୯ ସୂଚନା ପ୍ରଚାର ଅଭିଯାନରେ ବ୍ୟବହୃତ ହେବା ଏ ସଂପର୍କରେ ଅଧିକ ତଥ୍ୟ ପାଇଁ www.sportsodisha.gov.in  ଓ୍ୱବ୍‍ସାଇଟ୍‍ରେ ଯୋଗାଯୋଗ କରିହେବା

Govt
Leave A Reply