Odisha news

କରୋନା ଭୂତାଣୁ ରୋଗ (କୋଭିଡ୍‍-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ବାଗ୍‍ଚୀ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତିା

0

କରୋନା ଭୂତାଣୁ ରୋଗ (କୋଭିଡ୍‍-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ବାଗ୍‍ଚୀ ଆଜି  ଗଣମାଧ୍ୟମକୁ ସୂଚନା ଦେଇଛନ୍ତିା
 କୋଭିଡ୍‍-୧୯ ସଂକ୍ରମଣର ମୁକାବିଲା ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କଟକ ଏବଂ ଭୁବନେଶ୍ୱରରେ ୬୫୦ ଶଯ୍ୟାବିଶିଷ୍ଟ ଦୁଇଟି ସ୍ୱତ ନ୍ତ୍ର କୋଭିଡ୍‍-୧୯ ହ ସ୍‍ପିଟାଲ ର୍‍ ଲୋକାର୍ପଣ କରିଛନ୍ତିା ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ଅବ ସର ରେ ଡାକ୍ତର ଏବଂ ପାରାମେଡିକ୍ସମାନଙ୍କ ସହିତ ବାର୍ତ୍ତାଳାପ କରିବା ସହ ସେମାନଙ୍କ ଉତ୍ସର୍ଗୀକୃତ ଅବଦାନକୁ ପ୍ରଶଂସା କରିଛନ୍ତିା ସେ ମଧ୍ୟ ସହଯୋଗୀ ସଂସ୍ଥା କିମ୍‍ସ୍‍ ଏବଂ ଅଶ୍ୱିନୀ ହସ୍‍ପିଟାଲ୍‍କୁ ଅଭିନନ୍ଦନ ଜଣାଇଛନ୍ତିା
 କିମ୍‍ସ୍‍, ଭୁବନେଶ୍ୱର ଏବଂ ଅଶ୍ୱିନୀ ହସ୍‍ପିଟାଲ୍‍, କଟକ ଉଭୟ ଯଥାକ୍ରମେ ୫୦୦ ଏବଂ ୧୫୦ ଶଯ୍ୟା କ୍ଷମତା ବିଶିଷ୍ଟ ସ୍ୱତନ୍ତ୍ର କୋଭିଡ୍‍-୧୯ ହସ୍‍ପିଟାଲ୍‍ ପ୍ରସ୍ତୁତ କରିଛନ୍ତିା ଓଡ଼ିଶା ଖଣି ନିଗମ ସହାୟତାରେ ଏହି ଦୁଇଟି ହସ୍‍ପିଟାଲ୍‍ ପ୍ରସ୍ତୁତ କରାଯାଇଛିା
 କୋଭିଡ୍‍-୧୯ର ମୁକାବିଲା ଏବଂ ଆକ୍ରାନ୍ତଙ୍କୁ ସବୁପ୍ରକାର ଚିକିତ୍ସା ସହାୟତା ଯୋଗାଇଦେବା ନିମନ୍ତେ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ଥିଲେ ମଧ୍ୟ ସାମାଜିକ ଦୂରତ୍ୱ, ନିୟମିତ ହାତଧୁଆ ଏବଂ ଲକ୍‍ ଡାଉନ୍‍ ନିୟମାବଳୀର କଡ଼ାକଡ଼ି ଅନୁପାଳନ ମାଧ୍ୟମରେ କରୋନାକୁ ପ୍ରତିହତ କରାଯାଇପାରିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଶା ପ୍ରକଟ କରିଛନ୍ତିା
 ଏହି ହସ୍‍ପିଟାଲ୍‍ ଦୁଇଟିରେ ରୋଗୀମାନଙ୍କୁ ଚିକିତ୍ସା, ଖାଦ୍ୟପେୟ ଓ ରହିବା ସୁବିଧା ବିନାଦେୟରେ ଉପଲବ୍ଧ ହେବ ବୋଲି ରାଜ୍ୟ ସରକାର ପୂର୍ବରୁ ଘୋଷଣା କରିଛନ୍ତିା
 ଓଡ଼ିଶାର ବିଭିନ୍ନ ସ୍ଥାନ ରେ ଅଟକି ରହିଥିବା ବାହାର ରାଜ୍ୟର ପ୍ରାୟ ୨୪,୫୧୮ ଜଣ ଅତିଥି ଶ୍ରମକି ଙ୍କୁ ୩୫୮ଟି ଶିବିର ଜରିଆରେ ଖାଇବା ଓ ରହିବା ସୁବିଧା ଯୋଗାଇ ଦିଆଯାଇଛିା ଏହି ସବୁ ଅତିଥି ଶ୍ରମିକ ମାନେ ମୁଖ୍ୟତଃ ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ରାଜସ୍ଥାନ,  ମଧ୍ୟପ୍ରଦେଶ ଏବଂ ଉତ୍ତରପ୍ରଦେଶ ରାଜ୍ୟର ଅଟନ୍ତିା ଅଭିଯୋଗ ଗ୍ରହଣ ପାଇଁ ଶ୍ରମିକ ସହାୟତା କଲ୍‍
ସେଣ୍ଟର ଟୋଲ୍‍ ଫି୍ର ନଂ-୧୮୦୦୩୪୫୬୭୦୩ ଜାରି କରାଯାଇଛିା
 ଆଜି ରାଜ୍ୟର ୫୦୮୦ ଗ୍ରାମ ପଞ୍ଚାୟତରେ ୨,୭୯,୧୮୦ ଜଣ ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛିା ଏହି ରନ୍ଧାଖାଦ୍ୟ ପ୍ରସ୍ତୁତିରେ ୫୮୯୮ଟି ସ୍ୱୟଂ ସହାୟକ ଗୋଷ୍ଠୀ ନିୟୋଜିତ ହୋଇଛନ୍ତିା ସେହିପରି ୧୦୫ଟି ପୌରାଞ୍ଚଳରେ ୨୦,୦୫୯ ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଛିା
 ଲକ୍‍ ଡାଉନ୍‍ ସମୟରେ ଶିଶୁ ଓ କିଶୋରମାନଙ୍କୁ ସୃଜନଶୀଳ କାର୍ଯ୍ୟରେ ନିୟୋଜିତ ରଖିବା ତଥା ସେମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ନିମନ୍ତେୟୁନିସେଫ୍‍ ସହଯୋଗରେ ଓଡ଼ିଶା ସରକାର “ମୋ ପ୍ରତିଭା’ ଶୀର୍ଷକ ଏକ ଅନ୍‍ଲାଇନ୍‍ ପ୍ରତିଯୋଗିତା ଆୟୋଜନ କରୁଛନ୍ତିା ୫-୧୮ ବର୍ଷ ବୟସର ଶିଶୁକିଶୋରମାନଙ୍କ ମଧ୍ୟରେ “ଲକ୍‍ ଡାଉନ୍‍ ସମୟରେ ଗୃହ ଭିତରେ ରହିବାର ଅନୁଭବ’ ଓ “ଜଣେ ଯୁବ ନାଗରିକ ହିସାବରେ କୋଭିଡ୍‍-୧୯ ସମୟରେ ମୋର କର୍ତ୍ତବ୍ୟ’ ପ୍ରସଙ୍ଗ ଉପରେ ଚିତ୍ରକଳା, ପୋଷ୍ଟର, ସ୍ଳୋଗାନ୍‍, କ୍ଷୁଦ୍ରଗଳ୍ପ ଓ କବିତା ରଚନା ପ୍ରତିଯୋଗିତା କରାଯିବା ପ୍ରତିଯୋଗିତାର ବିଜେତାମାନଙ୍କୁ ମାନପତ୍ର ମିଳିବା ସହିତ ଶ୍ରେଷ୍ଠ ବିବେଚିତ ପ୍ରସଙ୍ଗଗୁଡ଼ିକ ସୂଚନା-ପ୍ରଚାର ଅଭିଯାନରେ ବ୍ୟବହୃତ ହେବା
 ରାଜ୍ୟରେ କୋଭିଡ୍‍-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ଅପ୍ରେଲ୍‍ ୧ରୁ ଅପ୍ରେଲ ୨ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୨୪୫ଟି ମାମଲା ଦାୟର କରାଯାଇଛିା ସେଥିରୁ ୨୨୯ଟି ମାମଲା ଲକ୍‍ ଡାଉନ୍‍ ସଂପର୍କିତ ହୋଇଥିବାବେଳେ ୬ଟି ହୋମ୍‍
କ୍ୱାରାଣ୍ଟାଇନ୍‍ ଉଲ୍ଲଂଘନ ଓ ୭ଟି କୋଭିଡ୍‍-୧୯ ସଂପୃକ୍ତ ନିୟମାବଳୀ ଉଲ୍ଲଂଘନ ଅନ୍ତର୍ଭୁକ୍ତା ଗୁଜବ ପ୍ରଚାର ଅଭିଯୋଗରେ ଗୋଟିଏ ଏବଂ ପୋଲସ୍‍ ସହିତ ଗଣ୍ଡଗୋଳ ଘଟଣାରେ ୨ଟି ମାମଲା ଦାୟର ହୋଇଛିା ସମୁଦାୟ ୩୪୨ ଜଣ ବ୍ୟକ୍ତି ବିଭିନ୍ନ ମାମଲାରେ ପୋଲିସ୍‍ ଦ୍ୱାରା ଗିରଫ୍‍ ହୋଇଛନ୍ତିା

ସର୍ବଶେଷ ସ୍ୱାସ୍ଥ୍ୟ ସୂଚନା
 ଆଜି ମଧ୍ୟାହ୍ନ ୧୨ଟା ସୁଦ୍ଧା ଓଡ଼ିଶାରେ ୯୦୦ଟି ନମୁନା କୋଭିଡ୍‍-୧୯ ପରୀକ୍ଷା ପାଇଁ ପଠାଯାଇଛିା ବର୍ତ୍ତମାନ ସୁଦ୍ଧା ସମୁଦାୟ ୫ ଜଣ ପଜିଟିଭ୍‍ ଚିହ୍ନଟ ହୋଇଛନ୍ତିା ତନ୍ମଧ୍ୟରୁ ଜଣେ ବ୍ୟକ୍ତି ସଂପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତିା
 ତୃତୀୟ ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିବା ୧୧୨ ଜଣଙ୍କୁ ଆଜି ପର୍ଯ୍ୟନ୍ତ ଚିହ୍ନଟ କରାଯାଇଛି ଓ ଯୋଗାଯୋଗ ଜାରି ରହିଛିା ୪ର୍ଥ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ୩୩ ଜଣଙ୍କୁ ଚିହ୍ନଟ କରାଯାଇଛିା
 ୫ମ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ୨୧ ଜଣଙ୍କୁ ଚିହ୍ନଟ କରାଯାଇଛିା
“ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ’
 ଆଜି ୮୫ ଜଣ କରୋନା ସନ୍ଦିU ବିଭିନ୍ନ ଚିକିତ୍ସାଳୟରେ ପୃଥକ୍‍ବାସରେ ଅଛନ୍ତିା
 ଆଜି ପର୍ଯ୍ୟନ୍ତ ମୋଟ ୧୫,୮୯୫ ଜଣ ଅନ୍‍ଲାଇନ୍‍ ଏବଂ ୧୦୪ ମାଧ୍ୟମରେ ପଞ୍ଜୀକରଣ କରାଇଛନ୍ତିା ସେମାନଙ୍କ ମଧ୍ୟରୁ ୪,୩୬୬ ଜଣ ବିଦେଶରୁ ଓ ୧୧,୫୨୯ ଜଣ ବାହାର ରାଜ୍ୟରୁ ଆସିଛନ୍ତିା
 ହଜରତ ନିଜାମୁଦ୍ଦିନରୁ ଓଡ଼ିଶା ଫେରିଥିବା ଯାତ୍ରୀମାନଙ୍କ ମଧ୍ୟରୁ କୋଭିଡ୍‍-୧୯ ନମୁନା ପରୀକ୍ଷାରେ ଏ ପର୍ଯ୍ୟନ୍ତ ୧୭ ଜଣଙ୍କ ରିପୋର୍ଟ ନେ ଗେଟିଭ୍‍ ଆସିଛିା

Leave A Reply