Odisha news

ବୋରିଗୁମ୍ମା : ବିଦ୍ୟୁତ ସଂସ୍ପର୍ଶରେ ଆସି ଛଅ ଆହତ। ଜଣେ ଗୁରୁତର।

0

ବୋରିଗୁମ୍ମା — ବୋରିଗୁମ୍ମା ବ୍ଲକ ଅଧିନ ସର୍ଗିଗୁଡା ରେ ଆଜି ସକାଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୋଟିଏ ପରିବାରର ଛଅ ଲୋକ ଆହତ ହୋଇଛନ୍ତି। ସେଥିମଧ୍ୟରୁ ଜଣେ ଗୁରୁତର ହୋଇଥିବା ଜଣାଯାଇଛି। ଗୁରୁତର ବ୍ୟକ୍ତିଙ୍କୁ ତୁରନ୍ତ ବୋରିଗୁମ୍ମା ଡାକ୍ତରଖାନା ରୁ ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି। ଆଜି ସକାଳେ ସର୍ଗିଗୁଡା ଗ୍ରାମର ଦୁର୍ଯ୍ୟୋଧନ ହରିଜନ ଙ୍କ ନୂଆ ଘର କାନ୍ଥରେ ପାଣି ଦେଉଥିଲେ। ହଠାତ ଦୁର୍ଯୋଧନ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଯାଇ ପରିବାର ର ଚନ୍ଦ୍ର ହରିଜନ, ଦେବ ହରିଜନ, ଦେବେନ୍ଦ୍ର ହରିଜନ ସହ ଅନ୍ୟ ଦୁଇ ଜଣ ଯାଇଥିଲେ। ପରିବାର ର ଛଅ।ଲୋକ ଆହତ ହୋଇଥିଲେ। ସେହି ରାସ୍ତା ଦେଇ ବୋରିଗୁମ୍ମା ର ଦୁର୍ଗାପ୍ରସାଦ ରଥ ଯାଉଥିଲେ। ଏମାନଙ୍କର ଏହି ଅବସ୍ଥା ଦେଖି ଦୁର୍ଗା ବାବୁ ତୁରନ୍ତ ନିଜ ଗାଡ଼ିରେ ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ନେଇ ଆସିଥିଲେ। ସେଠାରେ ଦୁର୍ଯ୍ୟୋଧନ ଗୁରୁତର ଥିବାରୁ ଆମ୍ବୁଲାନ୍ସ ଯୋଗେ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠାଯାଇଥିଲା। ତାଙ୍କ ସ୍ୱାସ୍ଥ୍ୟବସ୍ତା ସ୍ଥିର ଥିବା ଜଣାଯାଇଛି।

Leave A Reply