Odisha news

ଆସନ୍ତା କାଲି ଠାରୁ ପ୍ରଥମ ବିଶ୍ଵ ଓଡିଆ ଭାଷା  ସମ୍ମିଳନୀ : କଳାମଣ୍ଡଳ ପରିସରରେ ଅକ୍ଷର ଭୂମି ର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ 

0
ଭୁବନେଶ୍ବର,  ୦2.02.2024 : ଆସନ୍ତା  କାଲି ଫେବୃୟାରୀ ୩ ରୁ  ତିନି ଦିନ ଧରି  ଭୁବନେଶ୍ଵର ର  ଜନତା  ମଇଦାନରେ ପ୍ରଥମ  ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ  ହେବାକୁ ଯାଉଛି। ଏହି ସମ୍ମିଳନୀକୁ ଆହୁରି ସ୍ମରଣୀୟ କରିବା ନିମନ୍ତେ  ଭୁବନେଶ୍ଵରର କଳାମଣ୍ଡଳ ପରିସରରେ  ନିର୍ମିତ  ହୋଇଛି ଅକ୍ଷରଭୂମି । ଆଜି  ସନ୍ଧ୍ୟାରେ  ଏକ  ବର୍ଣ୍ଣାଢ୍ୟ  ପରିବେଶରେ  ମୁଖ୍ୟମନ୍ତ୍ରୀ ଶ୍ରୀ  ନବୀନ  ପଟନାୟକ ଅକ୍ଷର  ଭୂମିର  ଲୋକାର୍ପଣ  କରିଛନ୍ତି । ପ୍ରଥମ  ବିଶ୍ଵ  ଓଡିଆ  ଭାଷା  ସମ୍ମିଳନୀ  କୁ   ସ୍ମରଣୀୟ  କରିବା  ପାଇଁ ଖାଣ୍ଡେଲାଇଟ  ପଥର ରେ  କଳିଙ୍ଗ ଶୈଳୀରେ   ଓଡ଼ିଶାର  କଳା  ଓ  ଭାସ୍କର୍ଯ୍ଯ ର  ଅପୂର୍ବ  ନିଦର୍ଶନ    ସ୍ବରୂପ ନିର୍ମିତ ହୋଇଛି ଅକ୍ଷର ଭୂମି ।
ଓଡ଼ିଆ  ବର୍ଣ୍ଣମାଳା ରେ  ସୁଶୋଭିତ  ଅକ୍ଷର  ଭୂମି,  ଆମ    ଭାଷା  ପ୍ରୀତି କୁ  ଉଜ୍ଜୀବିତ  କରି   ରଖିବା  ସହ   ଆମ  ଭାଷା  ସଂସ୍କୃତି  କଳା  ଓ ସ୍ଥାପତ୍ୟ ର  ଜୟ  ଗାନ  କରି ଚାଲିବ ବୋଲି  ମୁଖ୍ୟମନ୍ତ୍ରୀ  କହିଛନ୍ତି । ଆମର  ମହାନ୍  ଐତିହ୍ୟ ଓ  ଶାସ୍ତ୍ରୀୟ  ଓଡ଼ିଆ  ଭାଷାର  ଗୌରବ  ବିଷୟ ରେ  ଅକ୍ଷର  ଭୂମି ଭବିଷ୍ୟତ  ପୀଢି କୁ  ପ୍ରେରଣା   ଦେଇଚାଲିବ  ବୋଲି  ମୁଖ୍ୟମନ୍ତ୍ରୀ ଆଶା  ବ୍ୟକ୍ତ  କରିଥିଲେ । ସୂଚନା  ଯୋଗ୍ୟ  ଯେ ୫-ଟି ଅଧ୍ୟକ୍ଷ ଶ୍ରୀ  ଭି  କାର୍ତ୍ତିକ  ପାଣ୍ଡିଆନ୍  ନିୟମିତ  କଳାମଣ୍ଡଳ  ଯାଇ  ଅକ୍ଷର ଭୂମି  ନିର୍ମାଣ  କାର୍ଯ୍ୟ  ତଦାରଖ  କରୁଥିଲେ । ତାଙ୍କର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି କାର୍ଯ୍ୟ idco ଜରିଆରେ ସମ୍ପାଦିତ ହୋଇଛି।
ଲୋକାର୍ପଣ   ଉତ୍ସବରେ  ସଂସ୍କୃତି  ମନ୍ତ୍ରୀ  ଶ୍ରୀ  ଅଶ୍ଵିନୀ  ପାତ୍ର,   ବିଧାୟକ  ଅନନ୍ତ ନାରାୟଣ  ଜେନା,   ବିଧାୟକ  ଶ୍ରୀ  ସୁଶାନ୍ତ  ରାଉତ     BMC  ର   mayor  ସୁଲୋଚନା  ଦାସ,  cmo ର  ମୂଖ୍ୟ  ଉପଦେଷ୍ଟା  ଶ୍ରୀ  ବାଲାକ୍ରିଷ୍ଣନ, ମୁଖ୍ୟ  ଶାସନ ସଚିବ  ଶ୍ରୀ  ପ୍ରଦୀପ  ଜେନା  ଉନ୍ନୟନ  କମିଶନର  ଶ୍ରୀମତୀ  ଅନୁ  ଗର୍ଗ, ଲୋକସମ୍ପର୍କ  ବିଭାଗ  ପ୍ରମୂଖ  ସଚିବ  ଶ୍ରୀ  ସଞ୍ଜୟ  ସିଂହ  ଓ  ସଂସ୍କୃତି  ସଚିବ  ସୁଜାତା  ରାଉତ  କାର୍ତ୍ତିକେୟ  ପ୍ରମୂଖ  ଉପସ୍ଥିତ  ଥିଲେ ।
Leave A Reply