ଭୁବନେଶ୍ୱର,୦୫/୦୧/୨୦୨୪ : ବାଲେଶ୍ୱରରୁ ଉଜ୍ଜୟନି ଓ ଓଁକାରେଶ୍ୱରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ଯାତ୍ରାର ଶୁଭାରମ୍ଭ ହୋଇଛିା ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅନ୍ତର୍ଗତ ଏହି ସ୍ୱତନ୍ତ୍ର ଟ୍ରେନ୍ ଯାତ୍ରାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଶୁଭାରମ୍ଭ କରିଛନ୍ତିା ଏଥିରେ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, ଯାଜପୁର ଓ କେନ୍ଦୁଝର ଜିଲ୍ଲାର ୯୭୦ ଜଣ ବରିଷ୍ଠ ନାଗରିକ ଏବଂ ୩୦ ଜଣ ଅଧିକାରୀ ଏହି ଟ୍ରେନ୍ରେ ଯାତ୍ରା କରିଛନ୍ତିା ଏହି ଟ୍ରେନଟି ଉଜ୍ଜୟନି ଓ ଓଁକାରେଶ୍ୱରର ବିଭିନ୍ନ ତୀର୍ଥସ୍ଥାନକୁ ଭ୍ରମଣ କରିବା
ଏହା ହେଉଛି ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଷଷ୍ଠବର୍ଷା ଏହି ଯୋଜନାଟି ୨୦୧୬-୧୭ରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିଲାା ଆଇଆର୍ସିଟିସି ସହଯୋଗରେ ଏ ପର୍ଯ୍ୟନ୍ତ ୨୪ଟି ଟ୍ରିପ୍ରେ ୨୩, ୬୬୯ ଜଣ ବରିଷ୍ଠ ନାଗରିକ ବିଭିନ୍ନ ତୀର୍ଥସ୍ଥାନକୁ ଯାତ୍ରା କରିଛନ୍ତିା ଚଳିତ ବର୍ଷ ଏହିଭଳି ୧୦ଟି ଟ୍ରିପ୍ର ଯୋଜନା କରାଯାଇଛିା
ବରିଷ୍ଠ ନାଗରିକମାନେ ବିିଭିନ୍ନ ତୀର୍ଥସ୍ଥାନକୁ ଯାଇ ସେମାନଙ୍କ ପରିବାର, ବନ୍ଧୁ ଏବଂ ରାଜ୍ୟବାସୀଙ୍କ ପାଇଁ ଶୁଭମନାସିବେ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ ଉଲ୍ଲେଖ କରିଛନ୍ତିା ବରିଷ୍ଠ ନାଗରିକମାନଙ୍କ ଦୀର୍ଘଦିନର ସ୍ୱପ୍ନକୁ ପୂରଣ କରିବା ପାଇଁ ଏହି ଯୋଜନା କାର୍ଯ୍ୟକାରୀ ହେଉଥିବା ସେ କହିଥିଲୋ
ଏହି ଯାତ୍ରାରେ ବରିଷ୍ଠ ନାଗରିକମାନଙ୍କୁ ସ୍ୱାସ୍ଥ୍ୟସେବା ସହ ଗସ୍ତ ଖର୍ଚ୍ଚ, ରହଣି ଓ ଖାଦ୍ୟପେୟର ବ୍ୟବସ୍ଥା ରାଜ୍ୟ ସରକାର ବହନ କରୁଛନ୍ତିା
ଆଜିର ଏହି ଶୁଭାରମ୍ଭ କାର୍ଯ୍ୟକ୍ରମ ଅବସରରେ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ର, ଓଟିଡିସି ଅଧ୍ୟକ୍ଷ ଡ. ଲେନିନ୍ ମହାନ୍ତି, ବାଲେଶ୍ୱର ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ, ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଉପଦେଷ୍ଟା ଶ୍ରୀ ଦୁର୍ଗାପ୍ରସାଦ ସାମନ୍ତରାୟ, ଅତିରିକ୍ତ ଶାସନ ସଚିବ ଶ୍ରୀ ବାଳମୁକୁନ୍ଦ ଭୂୟାଁ, ସହକାରୀ ନିର୍ଦ୍ଦେଶକ (ଗବେଷଣା) ଶ୍ରୀ ସରୋଜ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲୋ