ଵ୍ରହ୍ମପୁର, ୯/୧(Amarendra Pattanaik) – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଉତନ ଭାବେ ରୂପାନ୍ତରିତ ହୋଇଥିବା ନିମଖଣ୍ଡି ଥାନାକୁ ଭରଚୁଆଲ ମୋଡ଼ରେ ଉଦଘାଟନ କରିଛନ୍ତି। ଟାଉନାଥନା ଅନ୍ତର୍ଗତ ଖାଜା ସାହିରେ ଥିବା ପୁରୁଣା ମହିଳା ଥାନାରେ ସୋମବାର ଠାରୁ ନୂତନ ନିମଖଣ୍ଡି ଥାନା କାର୍ଯ୍ୟକ୍ଷମ ହୋଇଛି।ଏଥିରେ ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଦକ୍ଷିଣାଞ୍ଚଳ ରେଞ୍ଜ ଆଇଜି ସତ୍ୟବ୍ରତ ଭୋଇ , ଵ୍ରହ୍ମପୁର ଏସପି ଡା. ଶ୍ରବଣା ବିବେକ ଏମ. ଵ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ , ଵ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା , ବିଇଏମସି ମେୟର ସଂଘମିତ୍ରା ଦଳାଇ ଓ ଅନ୍ୟାନ୍ୟ ପୋଲିସ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ। ଏହି ଅବସରରେ ଆଇଜି ଭୋଇ କହିଛନ୍ତି ଯେ, ସଦର ଥାନା ଅଧୀନରେ ଥିବା ନିମଖଣ୍ଡି ଫାଣ୍ଡିର ରୂପାନ୍ତରିତ କରାଯାଇ ନିମଖଣ୍ଡି ଥାନାରେ ପରିଣୀତ ହୋଇଛି। ଯାହାଫଳରେ ଏହି ଥାନା ଅଧୀନରେ ରହୁଥିବା ଗ୍ରାମାଞ୍ଚଳର ଲୋକମାନଙ୍କୁ ତ୍ୱରିତ ନ୍ୟାୟ ମିଳିପାରିବ। ପୋଲିସ ସଠିକ ପେଟ୍ରୋଲିଂ କରିବା ସହ ଲୋକମାନଙ୍କର ଧନଜୀବନ ସୁରକ୍ଷା ଦେଇପାରିବ ବୋଲି ସେ କହିଛନ୍ତି। ଆସନ୍ତା ଦେଢବର୍ଷ ମଧ୍ୟରେ ନିମଖଣ୍ଡି ଥାନର ନୂତନ କୋଠା ନିର୍ମାଣ ହୋଇଯିବ ବୋଲି ସେ କହିଛନ୍ତି।ସେହିପରି ଵ୍ରହ୍ମପୁର ଏସପି କହିଛନ୍ତି ଯେ, ଏହି ଥାନାରେ ଭାବନାନନ୍ଦ ପ୍ରଧାନଙ୍କୁ ଇନ୍ସପେକ୍ଟର ଭାବେ ଦାଇତ୍ୱ ଦିଆଯାଇଥିବା ବେଳେ ପୂର୍ବରୁ ଫାଣ୍ଡି ଦାୟିତ୍ୱରେ ଥିବା ଏସଆଇ ଜ୍ୟୋତି ରଞ୍ଜନ ବେହେରା ଙ୍କୁ ଉକ୍ତ ଥାନାରେ ଏସଇଆଇ ଭାବେ ଦାଇତ୍ୱରେ ରହିବେ , ସେହିପରି ଜରଡ଼ା ଥାନାରେ ଥିବା ଏସଆଇ ରଶ୍ମିତା ସାମଲ ଙ୍କୁ ଉକ୍ତ ଥାନକୁ ବଦଳି ହୋଇଛି।ସେହିପରି ଦୁଇଜଣ ଏଏସଆଇ , ୮ଜଣ କନେଷ୍ଟେବଲ ଓ ଜଣେ ହାଭିଲଦାରଙ୍କୁ ବଦଳି କରାଯାଇଛି। ସେହିପରି ଉକ୍ତ ଥାନା ଅଧୀନରେ ବର୍ତ୍ତମାନ କୁକୁଡ଼ାଖଣ୍ଡି ବ୍ଲକର ଜଗଦଳପୁର , ବୋରିଗାଁ , ନିମଖଣ୍ଡି , ଲୋଚାପଢ଼ା ଓ ହୁଗୁଳାପଟ୍ଟା ଗ୍ରାମପଞ୍ଚାୟତ ରହିଥିବା ବେଳେ ରଙ୍ଗେଇଲୁଣ୍ଡା ବ୍ଲକର ଭାବିନିପୁର , ସାତକୁଟଣି ଓ ଫୁଲଟା ଗ୍ରାମ ପଞ୍ଚାୟତ ରହିଛି। ସେହିଭଳି ଵ୍ରହ୍ମପୁର ମହାନଗର ନିଗମର ୨୮ ନମ୍ବର ୱାର୍ଡର ଦୁଇଟି ସାହି ରହିଛି ବୋଲି ଏସପି ସୂଚନା ଦେଇଛନ୍ତି।