Odisha news

ଏହିଭଳି ଜାଳନ୍ତୁ କର୍ପୁର : ଜୀବନରୁ ଦୂର ହେବ ସମସ୍ତ ଅସୁବିଧା ଓ ମିଳିବ ସୁଖ ସମୃଦ୍ଧି

ହିନ୍ଦୁ ଧର୍ମରେ ସମସ୍ତ ପୂଜା ରେ କର୍ପୁର ର ଖୁବ୍ ବ୍ୟବହାର କରାଯାଏ । କର୍ପୂର ଜଳାଇବା ଦ୍ଵାରା ଧାର୍ମିକ ମହତ୍ତ୍ଵ ରହିଛି । ଏଥି ସହିତ ବୈଜ୍ଞାନିକ ଦୃଷ୍ଟି କୋଣରୁ ମଧ୍ୟ ଖୁବ୍ ଉପଯୋଗୀ । ବୈଜ୍ଞାନିକ ମତରେ କର୍ପୁର ଜଳାଇଲେ ବାୟୁ ରୁ ସମସ୍ତ ହାନିକାରକ ବ୍ୟାକ୍ଟେରିଆ ନଷ୍ଟ ହୋଇଥାଏ ।
* ପ୍ରତିଦିନ ରାତିରେ ରୋଷେଇ ଘରର ସମସ୍ତ କାର୍ଯ୍ୟ ସମାପ୍ତ ହେଲା ପରେ ରୋଶେଇ ଘରକୁ ସଫା କରିବା ପରେ ଗୋଟିଏ ପାତ୍ର ରେ କର୍ପୁର ଓ ଲବଙ୍ଗ ଜଳାଇବା ଦ୍ଵାରା ଘରକୁ ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିଥାଏ । ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ ।
* ସ୍ବାମୀ ସ୍ତ୍ରୀ ଙ୍କ ପ୍ରେମ ପାଇଁ – ଯଦି ଦାମ୍ପତ୍ୟ ଜୀବନରେ ସର୍ବଦା ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ଦେଖା ଯାଉଛି ତେବେ ଆପଣ ନିୟମିତ ନିଜର ଶୋଇବା କୋଠରୀରେ କର୍ପୁର ଯାଳନ୍ତୁ । ଏହାଦ୍ବାରା ଆପଣଙ୍କ ଘରକୁ ସକାରାତ୍ମକ ଶକ୍ତି ଆସିବ ।
* ଘିଅରେ ବୁଡାଇ କର୍ପୁର ଜାଳନ୍ତୂ – ପ୍ରତିଦିନ ଆପଣଙ୍କ ଘରେ ସକାଳେ ଓ ସନ୍ଧ୍ୟାରେ ଦେଶୀ ଘିଅ ରେ କର୍ପୁର ବୁଡାଇ ଜାଳନ୍ତୂ । ଏହି କର୍ପୁର ଆଳତୀ ଘରର ସମସ୍ତ କୋଠରୀକୁ ଯିବା ଆବଶ୍ୟକ । ଯାହାଦ୍ଵାରା ଘରର ବାତାବରଣ ରେ ସକାରାତ୍ମକ ଶକ୍ତି ଆସିଥାଏ ଓ ଘରର ସଦସ୍ୟ ମାନଙ୍କ ମଧ୍ୟରେ ପ୍ରେମ ଭାବ ଜାଗ୍ରତ ହୋଇଥାଏ ।
* ଅକ୍ଷୟ ପ୍ରାପ୍ତି ହୁଏ – ଯଦି ଆପଣ ପ୍ରତିଦିନ ଠାକୁରଙ୍କ ନିକଟରେ କର୍ପୁର ଆଳତୀ କରିବେ , ତେବେ ଘରର ବାତାବରଣ ରେ ସକାରାତ୍ମକ ପ୍ରଭାବ ଆସିଥାଏ ।
* ବୈଜ୍ଞାନିକ ଦୃଷ୍ଟି କୋଣରୁ କର୍ପୁର – କର୍ପୁର ଆଳତୀ କରିବା ଦ୍ୱାରା ଘରର ବାତାବରଣ ସୁଧତା ଆସିଥାଏ । ଶରୀର ଠାରୁ ରୋଗ ବୈରାଗ ଦୂର ହୋଇଥାଏ । ବାୟୁ ମଣ୍ଡଳ ରେ ଥିବା ଜୀବାଣୁ ମାନଙ୍କର ନାସ ହୋଇଥାଏ ।
Nalco

Comments are closed.