ଏହିସବୁ ଛୋଟ ଛୋଟ କଥାକୁ ଧ୍ୟାନ ଦେଲେ ମାନସିକ ଚାପ ଠାରୁ ନିଜକୁ ଦୂରେଇ ରଖି ପାରିବେ , ଜାଣନ୍ତୁ ଏକ୍ସପର୍ଟ କଣ କହୁଛନ୍ତି
ଆଜିକାଲି ବିଶ୍ବରେ ପ୍ରାୟ ସମସ୍ତେ ମାନସିକ ଚାପ ଓ ମାନସିକ ରୋଗ ଦ୍ଵାରା ଆକ୍ରାନ୍ତ ହୋଇ ଯାଉ ଛନ୍ତି । କାରଣ ଆମେ ପ୍ରତିଦିନ ବିଭିନ୍ନ ପ୍ରକାରର ସମସ୍ୟା କୁ ନେଇ ଆମ ଜୀବନ ଅତି ବାହିତ କରି ଥାଉ । ଯାହା ଆମକୁ ଧୀରେ ଧୀରେ ଭାରାକ୍ରାନ୍ତ କରି ପକାଇ ଥାଏ ଓ ଆମେ ମାନସିକ ରୋଗରେ ଆକ୍ରାନ୍ତ ହୋଇ ଅବସାଦ ଦ୍ଵାରା ପ୍ରଭାବିତ ହୋଇଥାଉ ।
ଆସନ୍ତୁ ଜାଣିବା ଗବେଷକ କହୁଛନ୍ତି –
* ପଯିଟିଭିଟି ଆପଣାନ୍ତୂ – ଆପଣ ନିଜ ମାନସିକ ଚାପକୁ ସବୁବେଳେ କମ୍ କରିବା ପାଇଁ , ନିଜ ମଧ୍ୟରେ ପଯିଟିଭିଟି ବଢାନ୍ତୁ । ଯାହା ଆପଣଙ୍କୁ ଚିନ୍ତା ଦୁର କରିବା ସହିତ ଜୀବନରେ ସକାରାତ୍ମକ ଶକ୍ତି ଜାଗ୍ରତ କରିଥାଏ ।
* ସ୍ୱାସ୍ଥ୍ୟକର ଖାଦ୍ୟ – ଗବେଷକ ମାନଙ୍କ ମତରେ କାର୍ବସ ଯୁକ୍ତ ଖାଦ୍ୟ ଖାଇବା ଦ୍ବାରା ମସ୍ତିଷ୍କ ଶାନ୍ତ ରହିବା ଦ୍ୱାରା ସେରୋଟିନ୍ ହର୍ମୋନ ରିଲିଜ୍ କରିବାର ସାହାଯ୍ୟ କରିଥାଏ । ପ୍ରୋଟିନ ଯୁକ୍ତ ଖାଦ୍ୟ ଏହି ହର୍ମୋନ କୁ ଖୁବ୍ ଭଲରେ ରିଲିଜ୍ କରିଥାଏ ।
* ନିଜର ଭାବନା କୁ ବ୍ୟକ୍ତ କରନ୍ତୁ – ଗବେଷକ ମାନଙ୍କ ମତରେ ଯଦି ଜଣେ ଆପଣ ନିଜ ମନର ଭାବନାକୁ ସବୁବେଳେ ବ୍ୟକ୍ତ କରିବା ଉଚିତ୍ । କାରଣ ମନର ଭାବନା କୁ ଯଦି ଆମେ ଚାପି ରଖିବା ତେବେ ଏହା ଆମକୁ ମାନସିକ ଚାପ ବଢ଼ାଇବା ସହିତ ଡିପ୍ରେସନ୍ ଆଡ଼କୁ ଟାଣି ନେଇଥାଏ ।
* ଠିକ୍ ଭାବରେ ଶୋଇବା ଆବଶ୍ୟକ – ମସ୍ତିଷ୍କ କୁ ଶାନ୍ତ ରଖିବା ପାଇଁ ଆମକୁ ମନକୁ ଶାନ୍ତ ରଖି ସୁଖ ରେ ଶୋଇବା ଆବଶ୍ୟକ । ଠିକ୍ ଭାବରେ ନ ଶୋଇବା କାରଣରୁ ମାନସିକ ଚାପ ବଢିବା , ମୁଣ୍ଡ ଯନ୍ତ୍ରଣା , ମନରେ ଉତେଜନା ଇତ୍ୟାଦି ଦେଖା ଦେଇଥାଏ । ଯାହା ଆମକୁ ମାନସିକ ଭାରସାମ୍ୟ ହରାଇବା କୁ ବାଧ୍ୟ କରିଥାଏ । ତେଣୁ ଗବେଷକ ମାନଙ୍କ ମତରେ ଠିକ୍ ଭାବରେ ଶୋଇବା ନିହାତି ଜରୁରୀ ଅଟେ ।th

Comments are closed.