Odisha news

ଶାସ୍ତ୍ର ଅନୁସାରେ ଏହି ସବୁ ମନ୍ତ୍ର ବଦଳାଇ ଦେବ ଆପଣଙ୍କ ଭାଗ୍ୟ ଓ ମିଳିବ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ

ଜୀବନରେ ଉଥାନ ପତନ ଲାଗି ରହିଥାଏ । ବେଳେ ବେଳେ ତରବରିଆ ଭାବରେ ଏପରି କିଛି କରାଯାଇ ଥାଉ ଯାହା ଉପରେ ଆମର ଧ୍ୟାନ ରହି ନଥାଏ । କିନ୍ତୁ ଏହି କାର୍ଯ୍ୟ ଆମ ଜୀବନ ଶୈଳୀ ଉପରେ ପ୍ରଭାବ ପକାଇ ଥାଏ । ମଣିଷ ଯେଉଁ କର୍ମ କରିଥାଏ ସେହି ଅନୁସାରେ ଫଳ ଲାଭ କରିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆମେ ଜୀବନର ଅନୁଶାସନ କୁ ମଧ୍ୟ ଜାଣି ଥାଉ ।
କିଛି ଏପରି ଉପାୟ ଅଛି ଯାହାକୁ ଜୀବନରେ କାର୍ଯ୍ୟରେ ଲଗାଇ ଅସୁବିଧା ରୁ ରକ୍ଷା ପାଇ ଥାଉ ।
* ପିଲା ମାନଙ୍କ ମନ ପାଠ ପଢାରେ ଲଗାଇବା – ଯଦି ଆପଣଙ୍କ ପିଲାର ପାଠ ପଢ଼ାରେ ମନ ଲାଗୁ ନାହିଁ , ତେବେ ପିଲା ପଢୁଥିବା ଟେବୁଲ୍ ପାଖରେ ସିଦ୍ଧି ଗାୟତ୍ରୀ ମନ୍ତ୍ର ଲଗାନ୍ତୁ ଓ ଗରିବ ପିଲା ଙ୍କୁ ଖାତା ପେନ୍ସିଲ୍ ଦିଅନ୍ତୁ ।
* ଉନ୍ନତି ଚାହୁଁ ଛନ୍ତି ଯଦି କରନ୍ତୁ ଏହି ଉପାୟ –
ଜୀବନରେ ପରିଶ୍ରମ କରିବା ପରେ ଯଦି ଉନ୍ନତି କରି ପାରୁ ନାହାନ୍ତି ତେବେ ରାତିରେ ଗୋଟିଏ ବାଲ୍ଟି ପାଣି ରେ ହଳଦୀ ପକାଇ ରଖି ଦିଅନ୍ତୁ । ସକାଳୁ ସେହି ପାଣିରେ ଗାଧନ୍ତୁ ।
* ଭାଗ୍ୟକୁ ଉଜାଗର କରିବା ପାଇଁ –
ଖାଦ୍ୟର ସବୁ ବେଳେ ସମ୍ମାନ କରିବା ଉଚିତ୍ । ଖାଇବା ପୂର୍ବରୁ ପ୍ରଣାମ କରିବା ଉଚିତ୍ ଓ ଖାଇବା ସରିବା ପରେ ଥାଳି ରେ ହାତ ଧୁଆନ୍ତୁ ନାହିଁ । ଖାଇବା ପରେ ଥାଳି ରେ ହାତ ଧୋଇବା ଦ୍ୱାରା ଦୁର୍ଭାଗ୍ୟ ଆସିଥାଏ ।
* ଧନ ଲାଭ ପାଇଁ –
ଶ୍ରିଶୁକ୍ତ ମନ୍ତ୍ର ଦ୍ଵାରା ରୂପା ପାତ୍ରରେ ଚିନି ଭରି ଘର ଅଗଣା ରେ ରଖିବା ଦ୍ଵାରା ଶୁଭ ହୋଇଥାଏ । ମାଆ ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିଥାଏ ଓ ଅନ୍ନ ର ଅଭାବ ରୁହେ ନାହିଁ ।
Shares