Odisha news

ଏହି ଦେଶରେ ବାର୍ ରେ ବିୟର ସ୍ଥାନରେ ପରସା ଯାଇଥାଏ ଏହି ପାନୀୟ , ଯାହା ଦେଶର ଅର୍ଥନୀତି କୁ ସୁଦୃଢ କରିଥାଏ

ନୂଆଦିଲ୍ଲୀ : ସମାଜରେ ମଦ କୁ ଖରାପ୍ ଦୃଷ୍ଟିରେ ଦେଖା ଯାଇଥାଏ । କାରଣ ଏହା ସ୍ବାସ୍ଥ୍ୟ ପକ୍ଷରେ କ୍ଷତି କାରକ ଅଟେ । ସରକାର ମଧ୍ୟ ମଦରୁ ଖୁବ୍ ଭଲ ରାଜସ୍ବ ପାଇ ଥାଆନ୍ତି । କିନ୍ତୁ ଆଫ୍ରିକୀୟ ଦେଶ ରବାଣ୍ଡା ରେ ଗୋଟିଏ ବାର୍ ରେ ମଦ ସ୍ଥାନରେ ଦୁଗ୍ଧ ପରସା ଯାଇଥାଏ । ଏଠାରେ ବଡ଼ ବଡ଼ ମଗ୍ ରେ ଦୁଗ୍ଧ ପରସା ଯାଇଥାଏ ।

ରବଣ୍ଡା ରେ ରାଜଧାନୀ କିଗାଲୀ ରେ ଏହିଭଳି ମିଲ୍କି ବାର୍ ଖୁବ୍ ଅନେକ ପରିମାଣ ରେ ରହିଛି । ଏଠାକୁ ଆସି ଲୋକମାନେ ପରିବାର ମାନଙ୍କ ସହିତ ଖୁବ୍ ଉପଭୋଗ କରି ଥାଆନ୍ତି । ଏଠାରେ ଦୁଗ୍ଧ ପିଇବା ଗୋଟିଏ ଚଳଣି ହୋଇ ଯାଇଛି ।
ନ୍ୟୁୟର୍କ ଟାଇମ୍ସ ଅନୁସାରେ ଦ୍ୱିପହର ରୁ ନେଇ ସଂଧ୍ୟା ପର୍ଯ୍ୟନ୍ତ ଖୁବ୍ ଭିଡ ଲାଗି ଥାଏ ଓ ଏଠାରେ ସମସ୍ତ ବୟସ ବର୍ଗର ଲୋକ ମାନେ ଏହାର ମଜ୍ଜା ଉଠାଇ ଥାଆନ୍ତି । ଏଠାକାର ଲୋକମାନେ ଏହି ଦୁଗ୍ଧ ପିଇବାର ଗୋଟିଏ ବିଶେଷ କାରଣ ରହିଛି ଯେ ଏହି ଦୁଗ୍ଧ ମନକୁ ଶାନ୍ତ ରଖିବା ସହ ଚିନ୍ତା ମୁକ୍ତ କରିଥାଏ ।
ରବଣ୍ଡା ପ୍ରାୟ ସମସ୍ତ ସ୍ଥାନରେ ମିଲକୀ ବାର୍ ରହିଛି । ଏହା ଦେଶର ଅର୍ଥନୀତି କୁ ସୁଦୃଢ କରିଥାଏ । ଗାଈକୁ ନେଇ ଏଠାକାର ଲୋକ ମାନଙ୍କ ମନରେ ବିଶେଷ ସ୍ଥାନ ରହିଛି ଓ ଗାଈକୁ ଗୋଟିଏ ବିଶେଷ ସ୍ଥାନ ଦିଆ ଯାଇଥାଏ । ୧୯୯୪ ପରେ ଦେଶର ଅର୍ଥ ବ୍ୟବସ୍ଥା କୁ ଦୃଢ଼ କରିବା ପାଇଁ ସରକାରୀ ସହାୟତା ଜରିଆରେ ଗାଈ ଜନସାଧାରଣ ଙ୍କୁ ଦିଆ ଯାଇଥିଲା ।
Shares