Odisha news

ଚୀନ୍ କରିପାରେ ହିନ୍ଦ ମହାସାଗର ଅବୈଧ ପ୍ରବେଶ : ଭାରତୀୟ ନୌସେନାର ରହିଛି ଏଭଳି ଯୋଜନା

ନୂଆଦିଲ୍ଲୀ : ଭାରତୀୟ ନୌସେନା ବିମାନ ବାହକ ଯୁଦ୍ଧପୋତର କାରଣରୁ ୬ ଟି ପରମାଣୁ ଖଚିତ ପଣ୍ଡୁବିକୁ ହିନ୍ଦ ମହାସାଗରରେ ମୁତୟନ କରାଯିବା ପାଇଁ ଗୁରୁତ୍ୱ ଦେଇଛି  l ନୌସେନା ଏହି ସୂଚନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଇଛନ୍ତି l ଭାରତୀୟ ନୌସେନା କହିଛି ଯେ ପୂର୍ବରୁ ମଧ୍ୟ ୬ ଟି ପରମାଣୁ ପାଣ୍ଡୁବିର ଚର୍ଚା ହୋଇଥିଲା l ଏହା ଏଥିପାଇଁ ଜରୁରୀ କାରଣ ଚୀନର ପିପୁଲସ୍ ଲିବରେସନ ନୌବାହିନୀ ହିନ୍ଦ ମହାସାଗରରେ ନିଜର ପ୍ରାଧାନ୍ୟ ଦେଖାଇବା ପାଇଁ ପ୍ରୟାସ ଚାଲୁ ରଖିଛି l ଏହି ବିପଦକୁ ଅଟକାଇବା ପାଇଁ ଭାରତୀୟ ନୌବାହିନୀକୁ ଏହି ପାଣ୍ଡୁବିର ଆବଶ୍ୟକତା ରହିଛି l

ଦକ୍ଷିଣ ବ୍ଲକର ଅଧିକାରୀ ମାନେ କହିଛନ୍ତି ଯେ ନୌସେନା ଦେଶର ରକ୍ଷା ସମ୍ବଧୀୟ ଯୋଜନାକୁ ତିଆରି କରୁଥିବା ଲୋକ ମାନଙ୍କୁ କହିଛି ଯେ ଏକ ସଂଯୁକ୍ତ କମାଣ୍ଡର କନ୍ଫରେସ ଚଳିତ ମାସରେ କରିବା ବଶ୍ୟକ l ଏହି କନ୍ଫରେସରେ ପରମାଣୁ ଉର୍ଜାରୁ ଚାଲୁଥିବା ଆକ୍ରମଣ କରି ପାଣ୍ଡୁବି ତିଆରି କରିବା ଉପରେ ଚର୍ଚା ହେବ ବଶ୍ୟକ l ପାଣ୍ଡୁବି ଗୁଡିକୁ ବିମାନ ବାହକ ପୋତ ତୁଳନାରେ ଅଧିକ ମହତ୍ୱ ଦେବା ଉଚିତ l ଭାରତୀୟ ନୌସେନା ଭାରତ ସରକାରଙ୍କ ନିକଟରୁ AON ପ୍ରାପ୍ତ କରିବାକୁ ଚାହୁଁଛି l କାରଣ ସେ ଯଥାଶୀଘ୍ର ପାଣ୍ଡୁବିର ପ୍ରକଳ୍ପକୁ ଆରମ୍ଭ କରି ପାରୁ l କାରଣ ଚୀନ ପ୍ରତେକ ୫ ବର୍ଷରେ ୧୨ ହଜାର ଟନର ଗୋଟିଏ ରେଂହାଇ କ୍ଲାସ ଡେଟ୍ରେୟର ତିଆରି କରିବାର କ୍ଷମତା ହାସଲ କରି ସାରିଛି ସେଥିପାଇଁ ଭାରତକୁ ଏହି ୬ ଟି ପାଣ୍ଡୁବି ପାଇଁ କାର୍ଯ୍ୟ କରିବା ଆବଶ୍ୟକ l

ବର୍ତ୍ତମାନ ସମୟରେ ପାକିସ୍ତାନର ୫ଟି ପାଣ୍ଡୁବିରୁ ମାତ୍ର ଗୋଟିଏ କାମ କରୁଛି l ଏହାର ନାମ ଅଟେ ଅଗୋସ୍ତା-୯୦ ବି l ଏହି ପାଣ୍ଡୁବିଟି ବଙ୍ଗଳା ଦେଶ ପର୍ଯ୍ୟନ୍ତ ନିଜର ରାସ୍ତା ତିଆରି କରି ପାରିବ ଓ ଖୁବ କମ ନୌସୈନିକଙ୍କ ସହିତ l ଏଥିରେ ପାରମ୍ପରିକ ମିଶଇଳ ସିଷ୍ଟମର ମଧ୍ୟ ଉପଯୋଗ କରାଯାଇ ପାରିବ l ଚୀନ ନିକଟରେ ଥିବା ପାଣ୍ଡୁବି ଗୁଡିକ ଉନ୍ନତ ମନର ହେବ ସହିତ ଶାନ୍ତିର ସହିତ ସମୁଦ୍ରରେ ଚାଲିଥାଏ l ବର୍ତ୍ତମାନ ଏଭଳି ପଡୋଶୀ ମାନଙ୍କର ଷଡ଼ଯନ୍ତ୍ରର ଜବାବ ଦେବା ପାଇଁ ଭାରତୀୟ ନୌସେନାକୁ ପରମାଣୁ ପଣ୍ଡୁବିର ଆବଶ୍ୟକ ରହିଛି l

Comments are closed.