Odisha news

ରାୟଗଡା ଜିଲା ପୁଲିସ ନିକଟରେ ୨ମାଓବାଦୀଙ୍କ ଆତ୍ମସମର୍ପଣ

ରାୟଗଡା(Rabindra Patakhandal) – ରାୟଗଡା ଜିଲା ପୁଲିସ ନିକଟରେ ବୁଧବାର ଦୁଇଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପର କରିମଥିବା ଦୁଇ ମାଓବାଦୀଙ୍କ ନାମହେଲା ମଙ୍କୁ ଓୟାମ ଏବଂ ଲଛୁ ମାଡକାମ । ସଙ୍ଗଠନରେ ରହିଥିବା ସମସ୍ୟା, ଖାଦ୍ୟ ପାନୀୟର ଅଭାବ, ଜନ ସମର୍ଥନ କ୍ରମାଗତ ଭାବେ ହ୍ରାସ ପାଇଆସୁଥିବାରୁ ସେମାନେ ଆତ୍ମସମର୍ପର କରିଥିବା ପୁଲିସ ଏକ ସମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛି । ରାୟଗଡା ଜିଲା ପୁଲିସ କାର୍ଯ୍ୟାଳୟରେ ଅନୁଷ୍ଟିତ ଏକ ସାମ୍ବାଦିକ ସମ୍ମିଳନୀରେ ରାୟଗଡା ଏସପି ସୂଚନା ଦେଇ କହିଛନ୍ତିଯେ ଲଛୁ ମାଡକାମ ଏବଂ ମଙ୍କୁ ଓୟାମ ଆତ୍ମସମର୍ପଣ କରିଛନ୍ତି ।

ମଙ୍କୁ ଯାହାକୁ ସଙ୍ଗଠନ ଭିତରେ ସାଇନୁ ଏବଂ ଜୟରାମ ନାମରେ ପରିଚିତ । ସେହିପରି ଲଛୁ ମଧ୍ୟ ଅବିନାଶ ଏବଂ ବିଶ୍ୱନାଥ ନାମରେ ପରିଚିତ । ମଙ୍କୁଙ୍କ ଘର ଛତିଶଗଡ ରାଜ୍ୟ ବିଜାପୁର ଜିଲା ଅନ୍ତର୍ଗତ କାରେମାର୍କା ଗ୍ରାମରେ ହୋଇଥିବା ବେଳେ ଲଛୁର ଘର ଆଡିସମେଟ ଗ୍ରାମରେ । ଲଛୁ ଉପରେ ରାଜ୍ୟ ସରକାରଙ୍କ ୧ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିବା ବେଳେ ମଙ୍କୁ ନାମରେ ୪ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା । ତେବେ କ୍ୟାଡର ମାନଙ୍କ ଅକଥନିୟ ଅତ୍ୟାଚାର ସହି ନପାରି ସେମାନେ ସଙ୍ଗଠନ ଛାଡିଥିବା ଏସପି ସୂଚନା ବିବେକାନନ୍ଦ ଶର୍ମା ସୂଚନା ଦେଇଛନ୍ତି ।

ଓଡିଶା ରାଜ୍ୟ ଟପ ମାଓବାଦୀ ନେତା ବଣ୍ଟି ନିଖିଲଙ୍କ ସହ ମସି କାର୍ଯ୍ୟ କରିଥିବା ଶର୍ମା କହିଛନ୍ତି । ସେମାନଙ୍କ ସହ ମିଶି ଉଭୟ ରାୟଗଡା ଏବଂ କଳାହାଣ୍ଡି ଜିଲାରେ ବହୁ ହିଂସାରେ ସମ୍ପୃକ୍ତି ରହିଥିଲେ । ତେବେ ସେମାନଙ୍କୁ ଆତ୍ମସମର୍ପଣ ପାଇଁ ସରକାରଙ୍କ ରହିଥିବା ସମସ୍ତ ସୁବିଧା ସେମାନଙ୍କୁ ଯୋଗାଇଦିଆଯିବ ବୋଲି ଏସପି ଶର୍ମା କହିଛନ୍ତି । ଅପରପକ୍ଷରେ ଆତ୍ମସମର୍ପଣ କରିଥିବା ଦୁଇ ମାଓବାଦୀ କହିଛନ୍ତିଯେ, ପରିବାରେ ସମସ୍ୟାକୁ ଦୃଷ୍ଟିରେ ରଖି ବାପାଙ୍କ ନିଦେ୍ର୍ଦଶ ପ୍ରକାରେ ସେମାନେ ଘରଛାଡି ଜଙ୍ଗଲକୁ ଆସିଥିଲେ । ତେବେ ଜଙ୍ଗଲ ଭିତରେ ସେମାନେ ନାହି ନଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଖାଦ୍ୟର ଘୋର ଅଭାବ । ପିନ୍ଧିବାକୁ କୌଣସି ଢ଼ଙ୍ଗଣ କପଡା ମଧ୍ୟ ମିଳେନାହିଁ । ଦିନତମାମ ପାହାଡିର କୌଣସି ଏକ ଜଙ୍ଗଲ ଭିତରେ ଆତ୍ମଗୋପନ କରି ରହୁଥିବା ବେଳେ ରାତିରେ ପାହାଡ ପରେ ପାହାଡ ବୁଲିବାକୁ ପଡୁଥିଲା ।

ଏପରିକି ଦିନଦିନ ଧରି ଖାଦ୍ୟ ନଖାଇ ଦିନ କାଟିବାକୁ ପଡୁଥିଲା । ଅପରପକ୍ଷରେ ଧିରେଧିରେ ଜନସମର୍ଥନ କମିବାରେ ଲାଗିଲା । ଲୋକେ ଘୃଣା କରିବାକୁ ଲାଗିଲେ । ତେଣୁ ସଙ୍ଗଠନ ଓ ଜଙ୍ଗଲ ଛାଡିବାକୁ ନିସ୍ପତି ନେଇଥିବା ଦୁଇ ଆତ୍ମସମର୍ପଣ କରିଥିବା ମାଓବାଦୀ କହିଛନ୍ତି । ଏଣିକି ମୁଖ୍ୟ ସ୍ରେତରେ ସାମିଲ ହୋଇ ଦିନ କାଟିବୁ । ତେଣୁ ରାୟଗଡା ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛୁ ବୋଲି ଗଣମାଧ୍ୟମକୁ ନିଜ ପ୍ରତିକ୍ରୀୟାରେ ପ୍ରକାଶ କରିଛନ୍ତି ।

Comments are closed.