Odisha news

ଅନ୍ଧାରରେ କୋଣାର୍କ-ପୁରୀ ବେଳାମାର୍ଗ ରାସ୍ତା, ଅଘଟଣ ଆଶଙ୍କାରେ ପର୍ଯ୍ୟଟକ

କୋଣାର୍କ:  ଅନ୍ଧାରରେ ଏବେ କୋଣାର୍କ-ପୁରୀ ବେଳାମାର୍ଗ ରାସ୍ତା । ଗତ କିଛି ଦିନ ତଳେ ଏହି ବେଳାମାର୍ଗ ର ସାହୁ ଖଣତା ନିକଟରେ ଇକୋ ରିଟ୍ରିଟି ଉତ୍ସଵ ଆୟୋଜିତ ହୋଇଥିଲା ,ଏହି ପରିପ୍ରେକ୍ଷୀରେ ଅଚଳ ହୋଇଥିବା ରାସ୍ତାପାର୍ଶ୍ୱ  ଏଲିଡ଼ ଲାଇଟି ସବୁ ଜିଲ୍ଲାପାଳ ଙ୍କ ନିର୍ଦ୍ଧେଶ  କ୍ରମେ କୋଣାର୍କ ଏନଏସି କାର୍ଯ୍ୟକ୍ଷମ କରିଥିଲା ।କିନ୍ତୁ ବର୍ତ୍ତମାନ ଇକୋ ରିଟ୍ରିଟି ଉତ୍ସଵ ସରିଥିବାରୁ ଗତ କିଛିଦିନ ହେବ ଏହି ଏଲଇଡି ଲାଇଟି ଗୁଡିକ ଆଉ ଜଳୁ ନାହିଁ ।ଫଳରେ ଏହି ବାଟ ଦେଇ ରାତ୍ରରେ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରି  ପୁରୀ ଫେରୁ ଥିବା ପର୍ଯ୍ୟଟକ ମାନେ ଯିବାକୁ ଭୟ କରୁଛନ୍ତି ।ବେଳାମାର୍ଗ ସଂପୂର୍ଣ୍ଣ ଅନ୍ଧାରରେ ଥିବାରୁ ପର୍ଯ୍ୟଟକ ଓ ସାଧାରଣ ଜନତାଙ୍କ ସୁରକ୍ଷା କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।କେତେବେଳେ ଯେ କଣ ଅଘଟଣ ଘଟିଯିବ ତାହାକୁ ନେଇ ପର୍ଯ୍ୟଟକମାନଙ୍କ  ମନରେ ଭୟର ଆଶଙ୍କା ସୃଷ୍ଟି ହୋଇଛି ।
ଏଠାରେ ସୂଚନା ଥାଉ ଜିଲ୍ଲା ପ୍ରଶାସନର ନିର୍ଦ୍ଧେଶ କ୍ରମେ କୋଣାର୍କ ଏନଏସି ଚନ୍ଦ୍ରଭାଗା ଠାରୁ ବେଶ ବାଙ୍କ ବୁଲାଣି ପର୍ଯ୍ୟନ୍ତ ରାସ୍ତାର ପାର୍ଶ୍ୱ ରେ ଲକ୍ଷାଧିକ ଟଙ୍କା ବ୍ୟୟ ବରାଦ କରି ଏଲଇଡି ବିଦ୍ୟୁତ ବଲବ ଲାଗିଥିଲା ମାତ୍ର ଏହାର ଉଚିତ ରକ୍ଷଣ ବ୍ୟକ୍ଷଣ ଅଭାବ ସହ  କମଜୋର ଏଲଇଡି ବଲବ ଲାଗିଥିବାରୁ ଏହା ସମୁଦ୍ରର ଲୁଣାପବନ ସ୍ପର୍ଶ ରେ ଆସି ଏହା ବାରମ୍ବାର ଅକାମି ହେଇଯାଉଛି ।ଯାହାଦ୍ୱାରା ବେଳାମାର୍ଗ ଅନ୍ଧାରରେ ରହୁଛି । ସନ୍ଧ୍ୟା ସମୟରେ ବେଳାମାର୍ଗ ରେ ନିଶାଡୀ ଙ୍କ ପାର୍ଦ୍ରୁ ଭାବ ସହ  ଅସାମାଜିକ କାର୍ଯ୍ୟ କଳାପ ବୃଦ୍ଧି ପାଇବାର ଆଶଙ୍କା ସୃଷ୍ଟି ହୋଇଛି ।ଯାହା ବିଗତ ଦିନରେ ଅନେକ ଅସାମାଜିକ କାର୍ଯ୍ୟ କଳାପ ପର୍ଯ୍ୟଟକ ମାନଙ୍କ ସାଙ୍ଗରେ ଘଟିଥିବାର ନଜିର ଅଛି ।ତେଣୁ  ଜିଲ୍ଲାପ୍ରଶାଶନ ଏହି ଅଚଳ ଥିବା ବେଳାମାର୍ଗ ରାସ୍ତାପାର୍ଶ୍ଵ ଏଲଇଡି ବିଦ୍ୟୁତ ଲାଇଟି ସବୁ କାର୍ଯ୍ୟ କ୍ଷମ ପାଇଁ  ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଧେଶ ଦେବାକୁ ଜନସାଧାରଣ ଙ୍କ ସହ ପର୍ଯ୍ୟଟକ ଙ୍କ ମହଲରେ ଦାବି ପ୍ରକାଶ ପାଇଛି ।

Comments are closed.