ନୂଆଦିଲ୍ଲୀ : ଭାରତୀୟ ନୌସେନା ପୂର୍ବ ଲାଦଖରେ ସୀମା ବିବାଦକୁ ଆଖି ଆଗରେ ରଖି ଚୀନକୁ ସ୍ପଷ୍ଟ ସୂଚନା ଦେବାପାଇଁ ହିନ୍ଦ ମହାସାଗରରେ ଯୁଦ୍ଧପୋତ ଓ ପାଣ୍ଡୁବି ଗୁଡିକୁ ଅଧିକ ସଂଖ୍ୟାରେ ମୁତୟନ କରିଛି l ମିଳିଥିବା ସୂଚନା ଅନୁସାରେ ଚୀନ ଏହି ସନ୍ଦେଶକୁ ବୁଝି ପାରିଛି l ଭାରତୀୟ ନୌସେନା ଜୁନ ୧୫ ତାରିଖରେ ଗଲୱାନ ଘାଟିରେ ହୋଇଥିବା ଉତେଜନାରେ ଭାରତର ୨୦ ଜଣ ଯବାନ ସହିଦ ହୋଇଥିଲେ ତେଣୁ ହିନ୍ଦ ମହାସାଗର କ୍ଷେତ୍ରରେ ସେହି ସମୟରେ ଏହି ଯୁଦ୍ଧ ତୋପ ଓ ପାଣ୍ଡୁବି ଗୁଡିକୁ ମୁତୟନ କରାଯାଇଥିଲା l
ମିଳିଥିବା ସୂଚନା ମୁତାବକ ସ୍ଥଳସେନା ,ବାୟୁସେନା ଓ ନୌସେନା ସହିତ ମିଶି ଆଲୋଚନା କରି ସରକାର ହିନ୍ଦ ମହାସାଗରରେ ଏହିପରି ସମାର ଶଯ୍ୟା କରିଛନ୍ତି ,ରାଜନୈତିକ ଓ ଆର୍ଥିକ ପଦକ୍ଷପ ସହିତ ଚୀନକୁ ଏହା ଗୋଟିଏ ସ୍ପଷ୍ଟ ଜବାବ ଦିଆଯାଇଛି l ତାହା ହେଲା ପୂର୍ବ ଲଦାଖରେ ଚୀନର ଦୁଃସାହସ ଆଦୌ ଗ୍ରହଣୀୟ ନୁହେଁ l ଚୀନକୁ ଉଚିତ ଜବାବ ଦେବାପାଇଁ ତିନିସେନl ପ୍ରମୁଖ ନିୟମିତ ଭାବରେ ନିଜ ଭିତରେ ଆଲୋଚନା କରୁଛନ୍ତି l
ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଚୀନ ଭାରତୀୟ ନୌସେନାର ସନ୍ଦେଶକୁ ବୁଝିପାରିଛି l କିନ୍ତୁ କୌଣସି ପ୍ରତିକ୍ରିୟା ଦେଇ ନାହିଁ ,ଆମେରିକା ନୌବାହିନୀକୁ ସ୍ୱତନ୍ତ୍ରତାର ସନ୍ଦେଶ ଦେବା ପାଇଁ ଦକ୍ଷିଣ ଚୀନ ସାଗରରେ ଅଧିକ ସଂଖ୍ୟାରେ ଯୁଦ୍ଧପୋତ ପଠାଇଥିଲା ତା ସହିତ ଏହି କ୍ଷେତ୍ରରେ ଚୀନ ସାଙ୍ଗରେ ଥିବା ଦେଶ ମାନଙ୍କୁ ଏହାର କାରଣ ଭୋଗିବାକୁ ପଡିବ ବୋଲି ଦର୍ଶାଇଥିଲା l ଭାରତୀୟ ନୌସେନା କ୍ଷେତ୍ରରେ ସମାନ ବିଚରଥିବା ଦେଶ ମାନଙ୍କୁ ସହଯୋଗର ହାତ ବଢ଼ାଇଥାଏ l ଭାରତ ,ଜାପାନ ଓ ଆମେରିକା ସେହି ଚତୁର୍କୋନୀୟ ସଂଗଠନର ଏକ ଅଂଶ ଅଟନ୍ତି ଯେଉଁଥିରେ ଅଷ୍ଟ୍ରେଲିଆ ମଧ୍ୟ ସାମିଲ ଅଛି l
ଏହି ଚାରୋଟି ଦେଶ ନଭେମ୍ବର ୨୦୧୭ ରେ ହିନ୍ଦ ପ୍ରଶାନ୍ତ କ୍ଷେତ୍ରରେ ମହତ୍ୱ ପୁର୍ଣ ସମୁଦ୍ର ମାର୍ଗକୁ କୌଣସି ପ୍ରକାରେ ସୁରକ୍ଷିତ ରଖିବା ପାଇଁ ନୂଆ ରଣନୀତି ବିକଶିତ କରିବା ପାଇଁ “ଚତୁର୍କୋନୀୟ ଗଠଯୋଡ଼”ର ଆକାର ଦେଇଥିଲେ l ଗଲୱାନ ଘାଟିରେ ସଂଘର୍ଷ ପରେ ବାୟୁସେନା ପୂର୍ବ ଲଦାଖରେ ପ୍ରମୁଖ ବାୟୁସେନା କେନ୍ଦ୍ର ଓ LAC ରେ ନିଜର ସମସ୍ତ ଲାଡାକୁ ବିମାନକୁ ମୁତୟନ କରିଥିଲା l ଆମେରିକାର ଖୁପିୟ ରିପୋଟ ଅନୁସାରେ ଚୀନର ୩୫ ଜଣ ସୈନ୍ୟ ଗଲୱାନ ଘାଟି ଉତେଜନାରେ ମୃତ୍ୟୁ ବରଣ କରିଥିଲେ l ଗଲୱାନ ଘାଟି ଘଟଣା ପାରେ ସରକାର ସୈନିକ ମାନଙ୍କୁ LAC ରେ ଚୀନର ଯେକୌଣସି କାର୍ଯ୍ୟକଳାପର ଦୃଢ ଜବାବ ଦେବାପାଇଁ କହିଛନ୍ତି l
