Odisha news

ସୁଶାନ୍ତଙ୍କୁ ରିୟାଙ୍କ ପାଖରୁ ଅଛି ବିପଦ ,ଆତ୍ମହତ୍ୟାର ୪ ମାସ ପୂର୍ବରୁ ପରିବାର ଲୋକ ପୋଲିସକୁ ଜଣାଇଥିଲେ

0

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ନେଇ ପ୍ରତେକ ଦିନ ନୂଆନୂଆ ତଥ୍ୟ ସାମ୍ନାକୁ ଆସୁଛି l ତାଙ୍କର ପାରିବାରିକ ଓକିଲ ବିକାଶ ସିଂ ଏହି କେଶକୁ ନେଇ ବଡ ଖୁଲାସା କରିଛନ୍ତି l ବିକାଶ ସିଂ କହିଛନ୍ତି ଯେ ସୁଶାନ୍ତ ସିଂଙ୍କ ପରିବାର ଫେବୁଆରୀ ମାସରେ ମୁମ୍ବାଇ ପୋଲିସକୁ ସୂଚନା ଦେଇଥିଲେ ଯେ ସୁଶାନ୍ତଙ୍କୁ ରିୟା ଚକ୍ରବର୍ତୀଙ୍କ ପକ୍ଷରୁ ବିପଦ ଅଛି l ଏହି ତଥ୍ୟକୁ ଆଧାରକରି ରିୟାଙ୍କ ଉପରେ ପଦକ୍ଷପ ନେବାପାଇଁ ନିବେଦନ କରିଥିଲେ l

ବିକାଶ ସିଂ ଦେଇଥିବା ସୂଚନା ଅନୁସାରେ ବାନ୍ଦ୍ରା ପୋଲିସକୁ ଆମେ ଫେବୁଆରୀ ୨୫ ତାରିଖରେ ସୁଶାନ୍ତ ଠିକ ଲୋକମାନଙ୍କ ସହିତ ରହୁ ନାହାଁନ୍ତି ,ସୁଶାନ୍ତଙ୍କ ଜୀବନପ୍ରତି ବିପଦ ରହିଛି l ଏହା ସେହି ସମୟ ଯେତେବେଳେ ସୁଶାନ୍ତ ରିୟାଙ୍କ କଣ୍ଟ୍ରୋଲରେ ଥିଲେ l କିନ୍ତୁ ମୁମ୍ବାଇ ପୋଲିସ କୌଣସି ପଦକ୍ଷପ ନେଲା ନାହିଁ l ବିକାଶ ଦେଇଥିବା ସୂଚନା ଅନୁସାରେ ବିହାର ପୋଲିସ ମଧ୍ୟ ଏହି ମାମଲାରେ ଏଫଆଇଆର ରଖିବାକୁ ମନା କରୁଥିଲା l କିନ୍ତୁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ହସ୍ତକ୍ଷପ କରିବା ପରେ ବିହାର ପୋଲିସ ରିୟାଙ୍କ ବିରୁଦ୍ଧରେ ଏଫଆଇଆର ଦର୍ଜ କଲା l

ବିକାଶ କହିଛନ୍ତି ଯେ ଆମେ ଯେତେବେଳେ ବିହାର ପୋଲିସକୁ ନିବେଦନ କଲୁ ସେ କହିଲେ ଏହି କେଶରେ ହାଇପ୍ରୋଫାଇଲ ଲୋକ ସାମିଲ ଅଛନ୍ତି l ଆମେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପାଖରେ  ଆଭାରପ୍ରକଟ କରୁଛୁ ସେ ଆମକୁ ସାହାଯ୍ୟ କରିଛନ୍ତି l ବିକାଶ ସିଂ ଏହି କେଶରେ ଯଥାଶୀଘ୍ର ରୀୟଙ୍କର ଗିରଫଦାରୀ ଦାବି କରିଛନ୍ତି l ସେ ଯାହାବି କହିଛନ୍ତି ଏହି ଘଟଣାର ସତ୍ୟସତ ଜାଣିବା ପାଇଁ ପୋଲିସ ରିୟାଙ୍କୁ ନିଜ କବଳକୁ ନେଇ ପଚରାଉଚରା କରିବା ଆବଶ୍ୟକ l ସେ ଏହାବି କହିଛନ୍ତି ଯେ ରିୟା ସୁଶାନ୍ତଙ୍କୁ ତାଙ୍କ ପରିବାର ଠାରୁ ଦୁରେଇ ରଖିଥିଲେ ଓ ସୁଶାନ୍ତ ତାଙ୍କ ପରିବାର ଲୋକଙ୍କ ସହିତ କୌଣସି ସମ୍ପର୍କ ରଖିନଥିଲେ l

Leave A Reply