Odisha news

ବରୀରେ ମରୁଡି ଆଶଙ୍କା , ଚାଷି ମୁଣ୍ଡରେ ଚଡକ

0

ଯାଜପୁର:  ଚଳିତ ବର୍ଷ ଆବଶ୍ୟକ ଅନୁଯାୟୀ ବର୍ଷା ବର୍ଷି ନାହିଁ । ଏପରିକି ବରୀ ବ୍ଲକ୍ ଅଂଚଳରେ ଜଳସଚେନର ସୁବିଧା ନାହିଁ । କେତେକ ପଂଚାୟତରେ ପାଣି ପଂଚାୟତ ଥିଲେ ବି ତାହା ଅଧିକାଂଶ କାର୍ଯ୍ୟକାରୀ ହେଉନାହିଁ । ନିଅଂଟିଆ ବର୍ଷା ସାଙ୍ଗକୁ ଜଳ ସେଚନର ସୁବିଧା ନଥିବାରୁ ସମଗ୍ର ବରୀ ଅଂଚଳରେ ଏଥର ମରୁଡି ଆଶଙ୍କା ଦେଖା ଦେଇଛି । ଚାଷି ନିଜ ଧାନ ଫସଲକୁ ଆସି ବଛା ବଛି କରିବ ବୋଲି ପ୍ରସ୍ତୁତି ହେଉଥିଲା ବେଳେ ଚାଷି ମୁଣ୍ଡରେ ଚଡକ ପଡିଛି ।

ଚଳିତ ବର୍ଷ କୃଷି ବିଭାଗ ୯ ହଜାର ୪୩୦ ହେକ୍ଟର ଜମିରେ ଖରିଫ ଧାନ ଫସଲ ଚାଷ କରିବ ବୋଲି ଧାର୍ଯ୍ୟ କରିଥିଲା । ମାତ୍ର ୮ ହଜାର ୪୧୯ ହେକ୍ଟର ଚାଷ ଜମିରେ ଖରିଫ ଧାନ ପସଲ କରାଯାଇଛି ବୋଲି କୃଷି ବିଭାଗ କହୁଛି । ଠିକ୍ ସମୟରେ ବର୍ଷା ନହେଉଥିବାରୁ ଧାନ କ୍ଷେତ ଫାଟି ଆଁ କରିଛି ବୋଲି କେତେକ କୃଷକ ମତ ଦେଇଛନ୍ତି । ବରୀ ବ୍ଲକ୍ର ଗମୁଁ, ମହାକାଳପଡା, ଅମଠପୁର, ଚନ୍ଦନପୁର, ସାହୁପଡା, ଗୋଳକୁଣ୍ଡ, ସେରପୁର, ସ୍ୱାଇଁଖଣ୍ଡ, ବାଲିଆ ପାଟ ଆଦି ଜମିରେ ଚାଷି ଆଶାନୁଯାୟୀ ଧାନ ଫସଲ ଅମଳ କରିଥାଏ । ଏସବୁ ପାଟରେ ଚଳିତ ବର୍ଷ ଧାନଗଛ ଗଜା ହେବାକୁ ବସିଛି ।

ସେହିପରି ଭଅଁରା, ବୋଦୁଅ, ପଘିରା, ରତଳାଙ୍ଗ, ଅରଙ୍ଗାବାଦ ପାଟ, ଅନ୍ୟାସୀପୁର, ରମ୍ପା, ଅଟିରା, ଅରଙ୍ଗାବାଦ ପାଟ, ଶାରନ୍ଦା ପାଟରେ ପାଣିର ଅଭାବ ପାଇଁ ଧାନଗଛ ଶୁଖିଯାଇଛି । କୃଷି ବିଭାଗ ପକ୍ଷରୁ କେତେକ ଗ୍ରାମ୍ୟ କୃଷି ଅଧିକାରୀ ଚାଷ ଜମି ପରିଦର୍ଶନ କରି ସଠିକ୍ ତଥ୍ୟ ପ୍ରଦାନ କରିଥିବା କୃଷି ବିଭାଗ କାର୍ଯ୍ୟାଳୟ ସୁତ୍ରରୁ ଜଣାପଡିଛି । ତେବେ ଆବଶ୍ୟକ ଅନୁଯାୟୀ ଗ୍ରାମ୍ୟ କୃଷି ଅଧିକାରୀ ଏଠାରେ ନଥିବାରୁ ଚାଷ କାର୍ଯ୍ୟରେ ଉନ୍ନତି ହେବା ସଙ୍ଗେ ସଙ୍ଗେ ବାଧା ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି । ଜଳ ସେଚନର ସୁବିଧା ପାଇଁ ୩ ଶହ କୋଟି ଟଙ୍କାରେ ମେଗା ଜଳ ପ୍ରକଳ୍ପ ନିର୍ମାଣଧିନ ଥିଲାବେଳେ ତାହା ଅଦ୍ୟାବଧି ସମ୍ପୂର୍ଣ୍ଣ ହୋଇପାରୁନାହିଁ ବୋଲି ଜଣାପଡିଛି । ତେବେ ୫/୬ ଦିନ ଭିତରେ ବର୍ଷା ମୂଷଳ ଧାରାରେ ନହେଲେ ମରୁଡି ହୋଇଯିବ ବୋଲି କୃଷି ବିଭାଗ କହୁଛି

Leave A Reply