Odisha news

ନିଜ ପିଲାଙ୍କର ଆତ୍ମ ବିଶ୍ୱାସ ବଢ଼ାନ୍ତୁ ଏହି ଛୋଟ ଛୋଟ କଥାରେ

0

ଆମ ସମସ୍ତ ଙ୍କ ପାଇଁ ଆମ ପିଲାଦିନ ଖୁବ ବିଶେଷ ଅଟେ l ଏହାକୁ ପ୍ରତ୍ୟେକ ମାତାପିତା ଜାଣି ରଖିବା ଜରୁରୀ l କିନ୍ତୁ ସବୁକିଛି ମଧରେ ପିଲା ମାନଙ୍କ ଆତ୍ମବିଶ୍ୱାସ ସବୁଠୁ ଜରୁରୀ l କିଛିଟା ଛୋଟ ଛୋଟ କଥାକୁ ଯଦି ଧ୍ୟାନ ଦେବା ନିଜ ପିଲା ମାନଙ୍କ ଆତ୍ମବିଶ୍ୱାସ ଖୁବ ସହଜ ରେ ବଢ଼ାଇ ପାରିବା l

* ସବୁ ପିଲାମାନେ ନିଜ ମାବାପା ଙ୍କ ସହିତ ରହିଲେ ନିଜକୁ ସୁରକ୍ଷୀତ ମନେ କରନ୍ତି l ତେଣୁ ପିଲାଙ୍କ ସହିତ ସମୟ ଅତିବାହିତ କରିବା ଓ ତାଙ୍କ ଅସମୟ ରେ ଠିଆ ହେବା ପ୍ରତ୍ୟେକ ମାତା ପିତାଙ୍କ କର୍ତ୍ତବ୍ୟ ଅଟେ l

* ପ୍ରତ୍ୟେକ ସମୟ ରେ ପିଲାଙ୍କ ସହିତ ଧର୍ଯ୍ୟ ଧରି ତାଙ୍କ କଥାକୁ ଶୁଣନ୍ତୁ l ଅଧା ଶୁଣି ନିଜର ରିଆକ୍ସନ ରଖନ୍ତୁ ନାହିଁ l ଏହା ପିଲାଙ୍କ ମନୋବଳ ଭାଙ୍ଗି ଦେଇଥାଏ l

* ନିଜ ମଧ୍ୟରେ ସବୁବେଳେ ସକାରାତ୍ମକ ଭାବନା ରଖି ପିଲାଙ୍କ ସହିତ କଥା ହୁଅନ୍ତୁ l ନଚେତ ପିଲା ମାନଙ୍କ ମନରେ ନକାରାତ୍ମକ ଭାବନା ବୃଦ୍ଧି ପାଇବ l

* ନିଜ ପିଲାଙ୍କ ର ଆତ୍ମ ବିଶ୍ୱାସ ବଢାଇବା ପାଇଁ ତାଙ୍କର ପ୍ରଶଂସା କରନ୍ତୁ l ଏହା ସେମାନଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି କରିବ l

* ଅନେକ ସମୟରେ ପିଲା ମାନଙ୍କ ସହିତ କ୍ଵାଲିଟି ଟାଇମ ବିତାନ୍ତୁ, ଯେପରିକି କୌଣସି ମୁଭୀ ଯିବା , ବାହାରକୁ ଖାଇବାକୁ ଯିବା , ଏକାଠି ମିଶି କୌଣସି ଘର କାମ କରିବା l ଇତ୍ୟାଦି କରିବା ଦ୍ୱାରା ପିଲା ମାନେ ଅନେକ କଥା ଆପଣଙ୍କ ନିକଟରେ ସେୟାର କରିବେ ଓ ଆପଣଙ୍କ ନିକଟ ରୁ ଉପଯୁକ୍ତ ମୋଟିଭେସନ ପାଇ ପରିବେ l ଯାହାକି ପିଲାଙ୍କୁ ଆତ୍ମ ବିଶ୍ୱାସ ବଢାଇବାରେ ସାହାଯ୍ୟ କରିବ l

Leave A Reply