Odisha news

ପିଲାଙ୍କ ମୋବାଇଲ ଜିଦି ଛଡ଼େଇବା ପାଇଁ ଆପଣାନ୍ତୁ ଏହି ୨ଟି ଟିପ୍ସ

0

ଆଜିର ସମୟରେ ମୋବାଇଲ ଗୋଟିଏ ଏଭଳି ଜିନିଷ ଯାହା ବିନା କେହିବି ଚଳିବା ଅସମ୍ଭବ ଅଟେ l ବିଶେଷ ଭାବରେ ଦେଖିବାକୁ ଗଲେ ଛୋଟ ପିଲା ମାନେ ଅଧିକ ସମୟ ମୋବାଇଲ ସହିତ ବ୍ୟସ୍ତ ରହୁଛନ୍ତି l ଯେଉଁ କାରଣରୁ ସେମାନେ ବିଭିନ୍ନ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି l ଯେପରିକି ପିଲାମାନେ ସାମାଜିକ ହୋଇ ପାରୁ ନାହାନ୍ତି, ପିଲା ମାନେ ନିଜ ବାକ ଶକ୍ତି ହରାଉଛନ୍ତି , ପାଠ ପଢ଼ାରେ ମନୋନିବେଶ କରୁ ନାହାନ୍ତି , ନିଦ୍ରା ହୀନତା ର ଶିକାର ହେଉଛନ୍ତି , ମାନସିକ ଭାରସାମ୍ୟ ହରାଉଛନ୍ତି ଏଭଳି ଅନେକ ସମସ୍ୟା ଦେଖିବାକୁ ମିଳୁଛି l

ଏହିସବୁ ସମସ୍ୟାକୁ ନେଇ ନିକଟରେ ଏମସ ର ଚିକିତ୍ସକ ମାନଙ୍କ ଦ୍ୱାରା ହୋଇଥିବା ଗୋଟିଏ ଅଧ୍ୟୟନ ହୋଇଛି l ଯେଉଁଥିରେ ମୋବାଇଲ କୁ ବିଶେଷ ଭାବେ ଗୁରୁତ୍ୱ ଦିଆଯାଇ ଥିଲା l

* ଏହି ଅଧ୍ୟୟନ ରେ ବସେସ ଭାବରେ ଏହା ପିତାମାତା ଙ୍କ ଭୁଲ ବୋଲି କୁହାଯାଉଛି l କାହିଁକିନା ପିଲା ମାନଙ୍କୁ ଖୁସି ରଖିବା ପାଇଁ ଓ ନିଜେ ପିତାମାତା ନିଜକୁ କାର୍ଯ୍ୟ ବ୍ୟସ୍ତ ରଖିବା ପାଇଁ ମୋବାଇଲ ର ମାଧ୍ୟମ କୁ ଗ୍ରହଣ କରନ୍ତି l ଏବଂ ଧୀରେ ଧୀରେ ଏହା ଗୋଟିଏ ଅଭ୍ୟାସ ରେ ପରିଣତ ହୋଇଯାଏ l ପିଲାମାନେ ନିଜକୁ ନଷ୍ଟ କରିବାର ଗୋଟିଏ ମାଧ୍ୟମ ବାଛି ନିଅନ୍ତି l ଗୋଟିଏ ନିର୍ଦ୍ଧିଷ୍ଟ ବୟସ ପରେ ଯେତେବେଳେ ପିଲାଙ୍କୁ ମୋବାଇଲ ଠାରୁ ଦୂରେଇ ରହିବା ପାଇଁ କୁହାଯାଇ ଥାଏ ସେମାନେ ଜିଦିଆ ହୋଇ ଯାଇ ଥାଆନ୍ତି l

* କଣ ସେହି ଉପାୟ -:
* ପିତାମାତା ନିଜେ ମଧ୍ୟ ସତର୍କ ରହିବାକୁ ପଡିବ l ମୋବାଇଲ ବ୍ୟବହାର କରିବା ପାଇଁ ପିତାମାତା ଗୋଟିଏ ନିର୍ଦ୍ଧିଷ୍ଟ ସମୟ ରଖନ୍ତୁ l ଏହାଛଡା ପିଲା ଖାଇବା ସମୟ ରେ ତାକୁ କଦାପି ମୋବାଇଲ ଦେବା ଉଚିତ ନୁହେଁ l

* ନିଜ ମୋବାଇଲ ରେ ଆପ ଲକ ବ୍ୟବସ୍ଥା କରନ୍ତୁ l ଯାହାଦ୍ୱାରା ଆପଣ ଗେମ ଆପ ଗୁଡିକୁ ଲକ କରି ପରିବେ l କାର୍ଟୁନ ଆଦୌ ଦେଖିବାକୁ ଡିସନ୍ତୁ ନାହିଁ l ପିଲାଙ୍କୁ ଆଉଟ ଡୋର ଗେମ ଖେଳିବା ପାଇଁ ପ୍ରୋତ୍ସାହିତ କରନ୍ତୁ l

Leave A Reply